www.samajalive.in
Wednesday, December 10, 2025
16.1 C
Bhubaneswar

ରାଜୀବଙ୍କ ହତ୍ୟାକାରୀଙ୍କୁ ମୁକ୍ତ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ସମସ୍ତ ୬ଜଣ ଦୋଷୀଙ୍କୁ ସୁପ୍ରିମକୋର୍ଟ ମୁକ୍ତ କରିଛନ୍ତି। ତାମିଲନାଡୁ ସରକାରଙ୍କ ସୁପାରିସ ଆଧାରରେ ଶୁକ୍ରବାର ସୁପ୍ରିମକୋର୍ଟ ବିଚାରପତି ବି ଆର ଗଭାଇ ଓ ବି ଭି ନାଗରତ୍ନାଙ୍କୁ ନେଇ ଗଠିତ ପୀଠ ଦୋଷୀମାନଙ୍କୁ ମୁକ୍ତ କରିବାକୁ ନିର୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ଗତ ମେ ମାସରେ ଅନ୍ୟତମ ଦୋଷୀ ଏ ଜି ପେରାରିଭାଲାନଙ୍କୁ ସୁପ୍ରିମକୋର୍ଟ ମୁକ୍ତ କରିଥିଲେ। ପେରାରିଭାଲାନ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିଲେ। ଯିଏକି ୩୦ ବର୍ଷ ଜେଲ ଦଣ୍ଡ କାଟି ସାରିଥିଲେ। ସୁପ୍ରିମକୋର୍ଟ କହିଛନ୍ତି ଯେ ପେରାରିଭାଲାନଙ୍କୁ ଯେଉଁ ଆଧାରରେ ମୁକ୍ତ କରାଗଲା ଅନ୍ୟ ଦୋଷୀଙ୍କ କ୍ଷେତ୍ରରେ ମଧ୍ୟ ତାହା କାର୍ଯ୍ୟକାରୀ କରାଗଲା। ମୁକ୍ତ ହୋଇଥିବା ଅନ୍ୟ ଦୋଷୀମାନେ ହେଲେ ଶ୍ରୀହରନ, ରବିଚନ୍ଦ୍ରନ, ସନ୍ଥନ, ମୁରୁଗାନ, ରବର୍ଟ ପାୟସ ଓ ଜୟକୁମାର। ଏମାନେ ସମସ୍ତ ଆଜୀବନ କାରାଦଣ୍ଡ ଭୋଗୁଥିବାବେଳେ ୨୩ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡ କାଟି ସାରିଲେଣି।
ଦୋଷୀଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ କହିଛନ୍ତି ଯେ ପେରାରିଭାଲାନଙ୍କ ମୁକ୍ତ ଆଧାରରେ ଅନ୍ୟମାନଙ୍କୁ ମୁକ୍ତ କରାଯାଇଛି। ଏହା ସହିତ ଦୋଷୀମାନଙ୍କୁ ମୁକ୍ତ ଲାଗି ତାମିଲନାଡୁ ସରକାର ସୁପାରିସ କରିଥିଲେ। ଗତ ମେ ୧୮ ତାରିଖରେ ସୁପ୍ରିମକୋର୍ଟ ସମ୍ବିଧାନର ଧାରା ୧୪୨ ଅନୁଯାୟୀ ସ୍ବତନ୍ତ୍ର କ୍ଷମତା ବଳରେ ପେରାରିଭାଲାନଙ୍କୁ​‌ ଜେଲ୍‌ରୁ ମୁକ୍ତ କରିଥିଲେ। ଦୋଷୀ ଏସ୍ ନଳିନୀ ଓ ଆରପି ରବିଚନ୍ଦ୍ରନ ଜେଲ୍‌ରୁ ମୁକ୍ତ ନିମନ୍ତେ ମାଡ୍ରାସ ହାଇକୋର୍ଟରେ ଆବେଦନ କରିଥିଲେ। ମାତ୍ର ହାଇକୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ହାଇକୋର୍ଟଙ୍କ ରାୟ ବିରୋଧରେ ଉଭୟ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଗତବର୍ଷ ଡିସେମ୍ବରରୁ ନଳିନୀ ଓ ରବିଚନ୍ଦ୍ରନ ପାରୋଲରେ ଅଛନ୍ତି। ୧୯୯୧ ମେ ୨୧ରେ ତାମିଲନାଡୁରେ ଜଣେ ମହିଳାଙ୍କ ଆତ୍ମଘାତୀ ଆକ୍ରମଣରେ ରାଜୀବ ଗାନ୍ଧୀ ପ୍ରାଣ ହରାଇଥିଲେ। ଏହି ଘଟଣାରେ ପେରାରିଭାଲାନ, ମୁରୁଗାନ, ସନ୍ଥନ ଓ ଶ୍ରୀହରନଙ୍କୁ ସୁପ୍ରିମକୋର୍ଟ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ। ୨୦୦୧ରେ ଶ୍ରୀହରନଙ୍କ ମୃତ୍ୟୁଦଣ୍ଡକୁ ସୁପ୍ରିମକୋର୍ଟ ଆଜୀବନ କାରାଦଣ୍ଡକୁ କୋହଳ କରିଥିଲେ। ସେହିପରି ୨୦୧୪ରେ ସୁପ୍ରିମକୋର୍ଟ ପେରାରିଭାଲାନ, ମୁରୁଗାନ ଓ ସନ୍ଥନଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡକୁ କୋହଳ କରିଥିଲେ।

ଏହା ମୋର ଦ୍ବିତୀୟ ବିଜୟ: ଷ୍ଟାଲିନ

Image Source ; timesofindia.indiatimes.com

ଚେନ୍ନଇ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ସୁପ୍ରିମକୋର୍ଟ କାରାମୁକ୍ତ କରିବାରେ ଖୁସି ବ୍ୟକ୍ତ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ। ଏପରିକି ଷ୍ଟାଲିନ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦେଶ ତାଙ୍କ ପାଇଁ ଦ୍ବିତୀୟ ବିଜୟ। ଏହା ଭାରତୀୟ ଗଣତନ୍ତ୍ରର ସଫଳତାକୁ ପ୍ରତିପାଦିତ କରୁଛି ବୋଲି ସେ କହିଛନ୍ତି। ରାଜୀବଙ୍କ ହତ୍ୟାକାରୀଙ୍କୁ ମୁକ୍ତ କରିବା ଲାଗି ଡିଏମ୍‌କେ ସର୍ବଦା ଦାବି କରିଆସୁଥିଲା। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପାରିସ କରାଯାଇଥିଲା। ରାଜ୍ୟ ସରକାରରେ କ୍ଷମତାକୁ ଆସିବା ଲାଗି ଡିଏମ୍‌କେର ଏହି ପ୍ରସଙ୍ଗକୁ ସର୍ବଦା ଉଠାଇ ଆସିଛି। ଏପରିକି କରୁଣାନିଧିଙ୍କ ନେତୃତ୍ବ ଡିଏମ୍‌କେ ସରକାର ୨୦୦୦ ମସିହାରେ ନଳିନୀଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡକୁ କୋହଳ କରିଥିଲେ। ଏମଡିଏମ୍‌କେ ନେତା ଭାଇକୋ ମଧ୍ୟ ଏହି ନିଷ୍ପତ୍ତିରେ ଖୁସି ବ୍ୟକ୍ତ କରିଛନ୍ତି। ଅନ୍ୟପଟେ ରାଜୀବଙ୍କ ହତ୍ୟାକାରୀଙ୍କୁ ମୁକ୍ତ କରାଯିବାକୁ କଂଗ୍ରେସ ନାପସନ୍ଦ କରିଛି। ଦଳର ବରିଷ୍ଠ ନେତା ଅଭିଷେକ ସିଙ୍ଘଭି କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଉଦ୍‌ବେଗର ବିଷୟ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories