www.samajalive.in
Sunday, December 14, 2025
26.1 C
Bhubaneswar

ସିନ୍ଧିବାହିଲି ରାସ୍ତା ମରଣଯନ୍ତା; ଲୋକେ ହନ୍ତସନ୍ତ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବେଡ଼ାଗାଁ ଗ୍ରାମପଞ୍ଚାୟତର ସିନ୍ଧିବାହାଲି ଗାଁ ଧରଣୀପଡ଼ାଠାରୁ ଭୈରବୀ ଘାଟି ପର୍ଯ୍ୟନ୍ତ ଥିବା ରାସ୍ତା ବିଭିନ୍ନ ସ୍ଥାନରେ ଖାଲଖମାରେ ଭର୍ତ୍ତି ହୋଇ ମରଣାଯନ୍ତା ପାଲଟିଛି । ଏହି ରାସ୍ତା ସିନ୍ଧିବାହାଲିରୁ କୁମଖାଲ ଛକ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକକୁ ସଂଯୋଗ କରୁଥିବା ବେଳେ ଧରଣୀ ପଡ଼ାଠାରୁ ଭୈରବ ଘାଟି ପର୍ଯ୍ୟନ୍ତ ରାସ୍ତାଟିର ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଛି। ଏହି ରାସ୍ତା ଦେଇ ଗମନାଗମନ କରୁଥିବା ୮ ଗୋଟି ଗାଁର ହଜାର ହଜାର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାର ପ୍ରତ୍ୟେକ ସହରାଞ୍ଚଳରୁ ଗ୍ରାମାଞ୍ଚଳକୁ ରାସ୍ତା ସଂଯୋଗ ସକାଶେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ କିନ୍ତୁ ଉପାନ୍ତ ଅଞ୍ଚଳ ଗୁଡ଼ିକରେ ସ୍ଥାନୀୟ ପ୍ରଶାସନର ଅବହେଳା ଓ ଯନ୍ତ୍ରୀ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରି ଯୋଗୁଁ ନିମ୍ନ ମାନର କାମ ହେଉଥିବା ଚିତ୍ର ଦୁର୍ଗମ ଅଞ୍ଚଳରେ ବାରମ୍ବାର ସାମ୍ନାକୁ ଆସିଛି। ଏହି ସିନ୍ଧିବାହାଲିଠାରୁ କୁମଖାଲ ଛକକୁ ସଂଯୋଗ କରୁଥିବା ରାସ୍ତାକୁ ନେଇ ନିମ୍ନମାନ କାମକୁ ନେଇ ଅନେକ ଥର ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ଗତବର୍ଷ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ତରବରିଆ ଭାବେ ରାସ୍ତା କାମ ସାରିଦେଲେ। କିନ୍ତୁ ସିନ୍ଧିବାହାଲି ଭୈରବୀ ଘାଟିର ମଧ୍ୟଭାଗରେ ନୂତନ ଭାବେ ରାସ୍ତା କରାହେବ ବୋଲି ପ୍ରତିଶ୍ରୁତି ଦେଇ ପୁରୁଣା ସିମେଣ୍ଟ କଂକ୍ରିଟ ରାସ୍ତାଟିକୁ ଖୋଳି ଦେଇ ଅତି ନିମ୍ନମାନର ସିମେଣ୍ଟ କଂକ୍ରିଟ କାମ କରିଦେଇଥିବା ଯୋଗୁଁ ୬ ମାସ ମଧ୍ୟେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡି ଥିବା ଅଭିଯୋଗ କରିଛନ୍ତି ସିନ୍ଧିବାହାଲି ଗ୍ରାମବାସୀ। ଉକ୍ତ ରାସ୍ତା ଏବେ ମରଣଯନ୍ତା ପାଲଟିଛି ଥିବା ବେଳେ ପ୍ରତିଦିନ ଛୋଟ ବଡ ଦୁର୍ଘଟଣାର ଶିକାର ହେଉଛନ୍ତି ଅଞ୍ଚଳବାସୀ। ତେବେ ଜିଲ୍ଲା ପ୍ରଶାସନ ତୁରନ୍ତ ରାସ୍ତାର ମରାମତି କରିବାକୁ ଦାବି କରିଛନ୍ତି ସିନ୍ଧିବାହାଲି ଗ୍ରାମବାସୀ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories