www.samajalive.in
Saturday, December 13, 2025
26.1 C
Bhubaneswar

ଶିଶୁ ବାଟିକା ଜ୍ଞାନ ବିଜ୍ଞାନ ମେଳା

ଚୌଦ୍ୱାର :  ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ବାଟିକା ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି। ପ୍ରଧାନ ଆଚାର୍ଯ୍ୟ ଗୋବିନ୍ଦ ଚନ୍ଦ୍ର ପ୍ରଧାନଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଶିଶୁ ମେଳାରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସ୍ୱପ୍ନା ନାୟକ, ବିଶାଖା ମହାରଣା, ଅମର ଚୌଧୁରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟରେ ଉଚ୍ଚ ମାନର ବିଭିନ୍ନ ଶୈକ୍ଷିକ ଓ ସୃଜନାତ୍ମକ କାର୍ଯ୍ୟକ୍ରମ ମାଧ୍ୟମରେ ପିଲା ମାନଙ୍କୁ ସଶକ୍ତ କରି ଗଢ଼ି ତୋଳିବା ପାଇଁ ପ୍ରୟାସ ହେବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ସହ ପ୍ରଧାନାଚାର୍ଯ୍ୟ ଶାରଦା ପ୍ରସାଦ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଶିଶୁ ବାଟିକା ପ୍ରମୁଖ ରଶ୍ମିତା ଧଳ ଧନ୍ୟବାଦ ଅର୍ପଣ କରିଥିଲେ ।ସୁଷମା ଦାସ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଶିଶୁ ପ୍ରାରମ୍ଭ ଓ ଶିଶୁବୋଧ ପିଲା ମାନଙ୍କଦ୍ୱାରା ପ୍ରଦର୍ଶିତ ବିଭିନ୍ନ ଜ୍ଞାନ ବିଜ୍ଞାନ ପ୍ରକଳ୍ପକୁ ଅତିଥିବୃନ୍ଦ ଓ ବିଦ୍ୟାଳୟର ପିଲାମାନେ ବୁଲି ଦେଖିଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories