www.samajalive.in
Sunday, December 7, 2025
26.1 C
Bhubaneswar

୩୩୯କୋଟିର ପୁଞ୍ଜିନିବେଶ ସାଙ୍ଗକୁ ୧୩୫୪ ନିଯୁକ୍ତି ଲକ୍ଷ୍ୟ

ଭୁବନେଶ୍ୱର:ରାଜ୍ୟରେ ଶିଳ୍ପ ଭିତ୍ତିଭୂମି ସୁଦୃଢ଼ କରିବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ୪ପ୍ରକଳ୍ପକୁ ଏକକ ବାତାୟନ କମିଟି ମାଧ୍ୟମରେ ଅନୁମୋଦନ ଦିଆଯାଇଛି। ଏହି ୪ଟି ପ୍ରକଳ୍ପରେ ରାଜ୍ୟରେ ୩୩୯.୨୭କୋଟି ଟଙ୍କାର ନିବେଶ ହେବାକୁ ରହିଥିବାବେଳେ ପ୍ରାୟ ୧୩୫୪ଜଣ ନିଯୁକ୍ତି ପାଇବେ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ଜଣାଯାଇଛି।
ସୂଚନା ଅନୁଯାୟୀ କଳିଙ୍ଗନଗରସ୍ଥିତ ଶିଳ୍ପାଞ୍ଚଳରେ ନୂଆଦିଲ୍ଲୀସ୍ଥିତ ଏକ କମ୍ପାନୀ ବାର୍ଷିକ ୧.୮୦ଲକ୍ଷ ଟନ୍‍ ପାଇପ ଉତ୍ପାଦନ କରିବ। ପ୍ରାଥମିକ ପର୍ଯ୍ୟାୟରେ କମ୍ପାନୀ କର୍ତ୍ତୃପକ୍ଷ ପ୍ରାୟ ୧୩୦କୋଟି ଟଙ୍କା ଖର୍ଚ୍ଚ କରିବାକୁ ରହିଥିବାବେଳେ ୬୦୦ଜଣଙ୍କୁ ନିଯୁକ୍ତି ମିଳିବ। ଏହାବାଦ୍‍ ପରୋକ୍ଷରେ ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ସେହିପରି ଏକ ଇସ୍ପାତରେ ପ୍ରସ୍ତୁତ ଦୁଆରବନ୍ଧ ଓ ଅନ୍ୟାନ୍ୟ ସାମଗ୍ରୀ ଉତ୍ପାଦନ କାରଖାନା ମଧ୍ୟ ବସିବ। ଏଥିରେ କମ୍ପାନୀ କର୍ତ୍ତୃପକ୍ଷ ୯୨କୋଟି ଟଙ୍କା ନିବେଶ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ୨୫୦ଜଣଙ୍କୁ ନିଯୁକ୍ତି ମିଳିବ। ଏହାବାଦ୍‍ ଖୋର୍ଦ୍ଧାଠାରେ ଏକ ସୌରପ୍ରକଳ୍ପ ଶିଳ୍ପକୁ ବୈଠକରେ ଅନୁମୋଦନ ମିଳିଛି। ଏଥିରେ ୬୦୦କେଡବ୍ଲୁର ସୌରଶକ୍ତି ଉତ୍ପାଦନ ପ୍ଲାଣ୍ଟ ହେବାକୁ ରହିଥିବାବେଳେ କମ୍ପାନୀ ୬୬.୭୯କୋଟି ବିନିଯୋଗରେ ୩୬୨ଜଣଙ୍କୁ ନିଯୁକ୍ତି ଦେବ ବୋଲି ଜଣାଯାଇଛି।
ବ୍ରହ୍ମପୁରଠାରେ ଏକ ରିଅଲ ଇଷ୍ଟେଟ୍‍ କମ୍ପାନୀ ରିସୋର୍ଟ ନିର୍ମାଣ କରିବ। ପ୍ରାୟ ୫୦କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଉକ୍ତ ରିସୋର୍ଟରେ ସୁଇମିଂ ପୁଲ୍‍ ସହିତ ଆକର୍ଷଣୀୟ ରେଷ୍ଟୁରାଣ୍ଟ ଓ ସ୍ୱାସ୍ଥ୍ୟ କ୍ଲବ ରହିବ। ଯେଉଁଥିରେ କି ୧୪୨ଜଣଙ୍କୁ ପ୍ରତ୍ୟକ୍ଷ ଭାବେ ନିଯୁକ୍ତି ମିଳିବ ବୋଲି ଜଣାଯାଇଛି। ଏହି ଅବସରରେ ୧୨ହଜାର ୬୦୦କୋଟି ଟଙ୍କାର ଏକ ଆଲୁମିନିୟମ, ପେଟ୍ରୋକେମିକାଲ ପ୍ରକଳ୍ପକୁ ଅନୁମୋଦନ ଦେବା ପୂର୍ବରୁ ଏହାର ଅନୁଧ୍ୟାନ କରିବାପାଇଁ ଉଚ୍ଚସ୍ତରୀୟ ବୈଠକକୁ ପ୍ରେରଣ କରାଯାଇଛି।
ବୈଠକରେ ଉନ୍ନୟନ କମିଶନର ଆର୍‍ ବାଲକ୍ରଷ୍ଣନଙ୍କ ସହିତ ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଏମ୍‍ଏସ୍‍ଏମ୍‍ଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏଲ୍‍ ଏନ୍‍ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories