ଦିନ ୩ଟା ଯାଏଁ ବିଧାନ ସଭା ଗୃହ ମୁଲତବି
ଭୁବନେଶ୍ବର: ଆଜି ଦିନ ୩ଟା ଯାଏଁ ବିଧାନ ସଭା ଗୃହ ମୁଲତବି ଘୋଷଣା ହୋଇଛି । ଲୋକାୟୁକ୍ତ ନିଯୁକ୍ତି ଦାବିରେ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଗୃହ ମଧ୍ୟଭାଗରେ ଧାରଣାରେ ବସି ପ୍ରତିବାଦ କରିଛନ୍ତି । ନରସିଂହ ମିଶ୍ରଙ୍କ ନେତୃତ୍ଵରେ କଂଗ୍ରେସ ସଭ୍ୟ ଓ କେଭି ସିଂହଦେଓଙ୍କ ନେତୃତ୍ଵରେ ବିଜେପି ବିଧାୟକ ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣାରେ ବସିଛନ୍ତି । ଫଳରେ ପ୍ରଥମେ ଦିନ ୧୧ଟା ୩୦ ଯାଏଁ ବାଚସ୍ପତି ଗୃହ ମୁଲତବି ଘୋଷଣା କରିଥିଲେ ଏବଂ ପୁଣି ଗୃହରେ ହଟ୍ଟେଗୋଳ ହେବାରୁ ଦିନ ୩ଟା ଯାଏଁ ମୁଲତବି କରାଯାଇଛି ।
ଗୃହ ମୁଲତବି ପରେ କଂଗ୍ରେସ ନେତା ନରସିଂହ ପ୍ରତିକ୍ରିୟାରେ କହିଛନ୍ତି ସମ୍ବିଧାନକୁ କେହି ମାନୁ ନାହାନ୍ତି ଓ ପରମ୍ପରା ବେଖାତିର କରାଯାଉଛି । ବିରୋଧୀଙ୍କ ପ୍ରଶ୍ନର ଉତ୍ତର ମିଳୁନି । ବିଧାନ ସଭା ଗୃହରେ ବିରୋଧୀଙ୍କ ଉପସ୍ଥିତର ମୂଲ୍ୟ ରହୁନାହିଁ ।