www.samajalive.in
Thursday, December 11, 2025
16.1 C
Bhubaneswar

ବାସ୍ତୁ : ଭାଗ୍ୟ ଚମକାଇବ ତାୱା କଡେଇ,ଜାଣି ରଖନ୍ତୁ ନିୟମ

ରୋଷେଇ ଘରେ ନିତିଦିନିଆ ବ୍ୟବହାର ପାଇଁ ଅନେକ ଜିନିଷ ରହିଥାଏ । ମାତ୍ର ଅଧିକାଂଶ ହୁଏତ ଜାଣିନଥିବେ ରୋଷେଇ ଘରେ ଥିବା କିଛି ଜିନିଷର ଭୁଲ ବ୍ୟବହାର ହେତୁ ଏହା ଜୀବନରେ ଅନେକ ସମସ୍ୟା ସୃଷ୍ଟି କରିଥାଏ । ବିଶେଷ କରି ରୋଷେଇ ଘରେ ଥିବା ତାୱା ଓ କଡେଇ ରାହୁର ପ୍ରତୀକ ବୋଲି କୁହାଯାଏ । ତେଣୁ ଏହାକୁ ବ୍ୟବହାର ସମୟରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ବାସ୍ତୁରେ ତାୱା ଓ କଡେଇ ସହ ଜଡିତ କିଛି ଉପାୟ ବର୍ଣ୍ଣନା କରାଯାଇଛି । ଏହାର ପାଳନ କରିବା ଦ୍ୱାରା ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ ।
ବାସ୍ତୁ ଶାସ୍ତ୍ରରେ ତାୱା ଓ କଡେଇ ରାହୁର ପ୍ରତୀକ ବୋଲି କୁହାଯାଏ । ତାୱାରେ ରୁଟି କରିବା ପରେ ଓ କଡେଇରେ ତରକାରୀ ପ୍ରସ୍ତୁତ ପରେ ଏହାକୁ ସେଭଳି ରଖନ୍ତୁ ନାହିଁ । ଏହାଦ୍ୱାରା ଘରେ ଅଶାନ୍ତି ସହ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ରହିଥାଏ । ଖାଦ୍ୟ ପ୍ରସ୍ତୁତି ପରେ ଏହାକୁ ଭଲ ଭାବେ ଧୋଇ ପୋଛି କରି ରଖନ୍ତୁ ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଭୁଲରେ ମଧ୍ୟ ରାତିରେ ରୋଷେଇ ଘରେ ବାସନ ମାଜିବା ସ୍ଥାନରେ କଡେଇ ଓ ତାୱା ଆଦୌ ରଖନ୍ତୁ ନାହିଁ । ଏହାଦ୍ୱାରା ରାହୁ ଗ୍ରହଙ୍କ କୁପ୍ରଭାବ ପଡିଥାଏ । ପରିବାରରେ ଅଶାନ୍ତି ଦେଖାଦେଇଥାଏ । ତେଣୁ ଏହାକୁ ଧୋଇ କରି ପୋଛି ରଖନ୍ତୁ ।
ସକାଳେ ତାୱାକୁ ପ୍ରଥମେ ଗ୍ୟାସରେ ବସାଇବା ସମୟରେ ଅଳ୍ପ ଲୁଣ ଏଥିରେ ପକାନ୍ତୁ । ଏଭଳି କରିବା ଦ୍ୱାରା ଘରେ ଥିବା ବାସ୍ତୁ ଦୋଷ ଦୂର ହୋଇଥାଏ । ମାତ୍ର କେବଳ ଲୁଣ ପକାଇବେ ହଳଦୀ କିମ୍ବା ଲଙ୍କା ମିଶ୍ରିତ ଲୁଣ ପକାନ୍ତୁ ନାହିଁ ।
ତାୱାରେ ରୁଟି ପ୍ରସ୍ତୁତ ସମୟରେ ପ୍ରଥମ ରୁଟି ଗାଈ ପାଇଁ ଓ ଶେଷ ରୁଟି କୁକୁର ପାଇଁ ନିଶ୍ଚୟ ପ୍ରସ୍ତୁତ କରନ୍ତୁ । ଏହାକୁ ନିୟମିତ କରନ୍ତୁ । ଏପରି କରିବା ଦ୍ୱାରା ପରିବାର ସଦସ୍ୟଙ୍କ ଉପରେ ଥିବା ବିପଦ ଦୂର ହୋଇ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଘରେ ସୁଖଶାନ୍ତି ପ୍ରବେଶ କରିଥାଏ । କଡେଇକୁ ସର୍ବଦା ଏପରି ସ୍ଥାନରେ ରଖନ୍ତୁ, ଯେପରି ବାହାର ଲୋକ ନଜର ଏହା ଉପରେ ନପଡିବ ।
ବାସ୍ତୁ ଅନୁଯାୟୀ, ତାୱା ଓ କଡେଇକୁ କଦାପି ଓଲଟା କରି ରଖନ୍ତୁ ନାହିଁ । ଏପରି କରିବା ଦ୍ୱାରା ଘରେ ଆର୍ଥିକ ସମସ୍ୟା ଲାଗି ରହିଥାଏ । ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ । ଖାଦ୍ୟ ପ୍ରସ୍ତୁତି ପରେ ତାୱା ,କଡେଇକୁ ଗ୍ୟାସ ଉପରେ ରଖନ୍ତୁ ନାହିଁ । ଛୁରୀରେ କଦାପି ତାୱା କିମ୍ବା କଡେଇକୁ ସଫା କରନ୍ତୁ ନାହିଁ ।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories