www.samajalive.in
Saturday, December 13, 2025
26.1 C
Bhubaneswar

ଜମ୍ମୁ-କାଶ୍ମୀର : ୬ ଆତଙ୍କବାଦୀ ନିପାତ

କାଶ୍ମୀର : ଜମ୍ମୁ-କାଶ୍ମୀରରେ ଦୁଇଟି ପୃଥକ ପୃଥକ ଘଟଣାରେ ସୁରକ୍ଷା ବାହିନୀ ସହିତ ଗୁଳି ବିନିମୟରେ ୬ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ଅନନ୍ତନାଗ୍‍ ଜିଲ୍ଲାସ୍ଥିତ ଅରୱାନୀ ବିଜ୍‍ ବେହେଡ଼ା ଅଞ୍ଚଳରେ ସେନା ବାହିନୀର ଯବାନମାନେ ୪ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ସେହିପରି ବାରମୁଲ୍ଲା ଜିଲ୍ଲା ଅନ୍ତର୍ଗତ କ୍ରିରି ଇଲାକାରେ ୨ଜଣ ଲସ୍କର-ଇ-ତୋଇବା ଆତଙ୍କବାଦୀମାନଙ୍କର ମୃତ୍ୟୁ ଘଟିଛି।

ବିଜ୍‍ ବେହେଡ଼ା ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ଗୁରୁବାର ସନ୍ଧ୍ୟାରେ ଯବାନମାନେ ସେହି ଅଞ୍ଚଳକୁ ଘେରାଉ କରି ତଲାସୀ ଅଭିଯାନ ଚଳାଇଥିଲେ। ପରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟରେ ଏହି ୪ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଥିଲା। ମୃତ ଆତଙ୍କବାଦୀମାନଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି।

- Advertisement -

ଅନ୍ୟ ପକ୍ଷରେ ଉତ୍ତର କାଶ୍ମୀରର ବାରମୁଲ୍ଲା ଜିଲ୍ଲା ଅନ୍ତର୍ଗତ କ୍ରିରି ଇଲାକାରେ ମିଳିତ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ୨ଜଣ ଲସ୍କର-ଇ-ତୋଇବା ଆତଙ୍କବାଦୀମାନଙ୍କର ମୃତ୍ୟୁ ଘଟିଛି। ପଦାତିକ ବାହିନୀ, ଜମ୍ମୁ-କାଶ୍ମୀରର ଏସ୍‍ଓଜି ପୁଲିସ୍‍ ବାହିନୀ ଓ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ମିଳିତ ଭାବେ କ୍ରିରି ଅଞ୍ଚଳର ଅଥୁରା ଗାଁକୁ ଘେରାଉ କରି ତଲାସୀ ଆରମ୍ଭ କରିଥିଲେ। ଅନ୍ୟପକ୍ଷରେ ଯବାନମାନେ ଆତଙ୍କବାଦୀ ମାନଙ୍କ ନିକଟତର ହେବାମାତ୍ରେ ସେମାନଙ୍କ ପାଲଟା ଗୁଳି ଚଳାଇଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଗୁଳିଗୋଳା ବିନିମୟ ହୋଇଥିଲା।
ତେବେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ବାରମୁଲ୍ଲା ଜିଲ୍ଲାରେ ମୋବାଇଲ୍‍, ଇଣ୍ଟରନେଟ ସେବା ଓ ସ୍କୁଲ୍‍ କଲେଜଗୁଡ଼ିକୁ ବନ୍ଦ ରଖାଯାଇଛି । କାଶ୍ମୀର ଉପତ୍ୟକାରେ ବୁଧବାରଠାରୁ ଏହା ଦ୍ୱିତୀୟ ଗୁଳି ବିନିମୟ ଘଟଣା। ବୁଧବାର ଶ୍ରୀନଗରର ନାଓଗାଁଓ ଅଞ୍ଚଳରେ ଗୁଳି ବିନିମୟରେ ଦୁଇଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories