ବଡ଼ସାହି : ଭୀମଦା ପଞ୍ଚାୟତ, ମଙ୍ଗଳପୁର ବାଳାଶ୍ରମ ପରିସରରେ ଇକୋ ଫ୍ରେଣ୍ଡସ୍ ଆନୁକୂଲ୍ୟରେ ମିଳିତ ଜାତିସଂଘ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ ଏପେକ୍ସ ଫରେଷ୍ଟ ପ୍ରଟେକ୍ସନ କମିଟିର ସଭାପତି ଡକ୍ଟର ଶ୍ୟାମସୁନ୍ଦର ଦାଶ ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥି ଭାବେ ବାଇଗଣବାଡିଆ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ତଥା ଶିମିଳିପାଳର ଗବେଷକ ଡକ୍ଟର ଗଙ୍ଗାଧର ବେହେରା ଉପସ୍ଥିତ ରହି ମିଳିତ ଜାତିସଂଘ ପ୍ରତିଷ୍ଠାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ବିଶ୍ୱରେ ଶାନ୍ତି, ମୈତ୍ରୀ ଓ ଏକତା ପ୍ରତିଷ୍ଠା କରି ଏକ ସୁସ୍ଥ ନିର୍ମଳ ସମାଜ ଗଠନ କରିବା ପାଇଁ ଆହ୍ୱାନ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଇକୋ ଫ୍ରେଣ୍ଡସ୍ର ଉପଦେଷ୍ଟା ବାସୁଦେବ ନାପିତ ଉପସ୍ଥିତ ରହି ଶିମିଳିପାଳ ଜୈବ ମଣ୍ଡଳର ସୁରକ୍ଷା ପାଇଁ ବ୍ୟାପକ ସଚେତନ କରାଯିବା ଆବଶ୍ୟକ ବୋଲି କହିଥିଲେ। ପରିବଶେ ସୁରକ୍ଷା ପାଇଁ ବିଜ୍ଞାନର ଅଗ୍ରଗତି ଅପେକ୍ଷା ଆଧ୍ୟାତ୍ମିକ ଜ୍ଞାନର ଆବଶ୍ୟକତା ଅଧିକ ବୋଲି ବିଶିଷ୍ଟବକ୍ତା ଭାବେ ଡାକ୍ତର ଧୃବ ଚରଣ ପ୍ରଧାନ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ସିଭିଲ ସୋସାଇଟିର ସମ୍ପାଦକ ସଚ୍ଚିଦାନନ୍ଦ ମହାନ୍ତି, ଶିବାଜୀ କ୍ଲବର ସଭାପତି ଦେବାନନ୍ଦ ମହାନ୍ତ, ରାଜଯୋଗ ସେବା ଟ୍ରଷ୍ଟର ସଭାପତି ଭାସ୍କର ଚନ୍ଦ୍ର ଦୁର୍ଗା, ଆଇନଜିବୀ କୃଷ୍ଣମୋହନ ମହାନ୍ତ, ଶିକ୍ଷାବିତ ରତିକାନ୍ତ ମହାନ୍ତ, ଦୀନବନ୍ଧୁ ଦାସ ଓ କମଳ ଲୋଚନ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଇକୋ ଫ୍ରେଣ୍ଡସର ସଦସ୍ୟଙ୍କ ଦ୍ୱାରା ମା’ମଙ୍ଗଳା ବାଳାଶ୍ରମ ପରିସରରେ ୧୮ଟି ନଡିଆ ଚାରା ରୋପଣ କରାଯାଇଥିଲା। ଦୀପକ କୁମାର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବାପୁଜୀ ହାଇସ୍କୁଲର ଶିକ୍ଷକ ପ୍ରତାପ ଚନ୍ଦ୍ର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ। ଜିଲା ଇକୋ କ୍ଲବର ସଂଯୋଜକ ଡକ୍ଟର ରମାକାନ୍ତ ମହାନ୍ତ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ବୀର କିଶୋର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ସାବିତ୍ରୀ ଜେନା, ଆଦିତ୍ୟ ମଣ୍ଡଳ, ରାମଚନ୍ଦ୍ର ମାହାର୍ଣ୍ଣା ଓ ତାପସ ରଞ୍ଜନ ଦାଶଙ୍କ ସମେତ ବାଳାଶ୍ରମର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ।
Popular Categories



