www.samajalive.in
Monday, December 8, 2025
13.1 C
Bhubaneswar

ଶାଲିମାର ଏକ୍ସପ୍ରେସରେ ଅଗ୍ନିକାଣ୍ଡ ; ସମସ୍ତ ଯାତ୍ରୀ ସୁରକ୍ଷିତ

ମୁମ୍ବଇ : ମହାରାଷ୍ଟ୍ରର ନାସିକରେ ଶନିବାର ଏକ ବଡ ଘଟଣା ଘଟିଛି । ଏଠାରେ ଶାଲିମାର ଏଲଟିଟି ଏକ୍ସପ୍ରେସରେ ଜିନିଷ ପତ୍ର ରଖାଯାଉଥିବା ବଗିରେ ସକାଳେ ଅଗ୍ନିକାଣ୍ଡ ଘଟିଛି । ଅଧିକାରୀଙ୍କ କହିବାନୁଯାୟୀ, ନିଆଁ ପ୍ରାୟ ସକାଳ ୮ଟା ୪୩ ମିନିଟ୍‌ରେ ଲାଗି ଥିଲା । ନିଆଁ ଲାଗିବା ମାତ୍ରେ ଏହି ବଗିରୁ ଅନ୍ୟ ବଗିଗୁଡିକୁ ତୁରନ୍ତ ଅଲଗା କରାଯାଇଥିଲା । ଜିନିଷ ପତ୍ର ଥିବା ବଗିରୁ ଅନ୍ୟ ବଗିକୁ ନିଆଁ ପହଞ୍ଚିପାରିନଥିବା ନେଇ ମଧ୍ୟ ରେଲବାଇ ପକ୍ଷରୁ ଜଣାପଡିଛି । ସମସ୍ତ ଯାତ୍ରୀ ମଧ୍ୟ ସୁରକ୍ଷିତ ଅଛନ୍ତି ।
ଅଗ୍ନିକାଣ୍ଡ ନେଇ ଖବର ପାଇବା ମାତ୍ରେ ରେଲବାଇ ଅଧିକାରୀ ଓ ଦମକଳ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର କାରଣ ଏଯାଏଁ ଅସ୍ପଷ୍ଟ ରହିଛି । ଘଟଣାରେ କେହି ଆହତ ହୋଇନଥିବା ବେଳେ ନିଆଁ ଲାଗିଥିବା ବଗିକୁ ତୁରନ୍ତ ଅନ୍ୟବଗିମାନଙ୍କ ଠାରୁ ଅଲଗା କରାଯାଇଥିଲା । ଯାଦ୍ୱାରା ଏକ ବଡ ଧରଣର ବିପଦ ଟଳି ଯାଇଥିଲା ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories