www.samajalive.in
Saturday, December 13, 2025
26.1 C
Bhubaneswar

୩୧ରେ ଘୂର୍ଣ୍ଣିବଳୟ

ବଢ଼ିବ ତାତି, କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗ୍ରୀଷ୍ମପ୍ରକୋପ ବୃଦ୍ଧି ସହିତ କେତେକ ଅଞ୍ଚଳରେ କାଳବୈଶାଖୀ ଅନୁଭୂତ ହୋଇଛି। ବିଶେଷ କରି ଟିଟିଲାଗଡ଼ ଓ ସୋନପୁରରେ ଆଜି ସର୍ବାଧିକ ତାପମାତ୍ରା ୪୦ଡ଼ିଗ୍ରୀ ସେଲସିୟସ ରହିଛି। ଅନୁଗୋଳ ଓ ତାଳଚେର ପାରଦ ମଧ୍ୟ ୩୯ରୁ ୪୦ଡ଼ିଗ୍ରୀ ମଧ୍ୟରେ ରହିଛି। ଆସନ୍ତା ତିନିଦିନ ଧରି ତାତି ବଢ଼ିବା ସହିତ କେତେକ ଅଞ୍ଚଳରେ କାଳବୈଶାଖୀ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା ଅଧିକ ରହୁଥିବା ବେଳେ ଉପକୂଳବର୍ତ୍ତୀ ଅଞ୍ଚଳରେ ତାପମାତ୍ରା କମ୍‌ ରହୁଛି। ଆଜିଠାରୁ ଉତ୍ତର ଓ ପୂର୍ବ ଓଡ଼ିଶାରେ ଗରମ ଧୀରେ ଧୀରେ ବଢ଼ୁଛି। ମାର୍ଚ୍ଚ ୨୯ରୁ ୩୧ ମଧ୍ୟରେ ଏସବୁ ଅଞ୍ଚଳରେ ତାପମାତ୍ରା ଅଧିକ ରହିବ। ମାର୍ଚ୍ଚ ୩୧ସୁଦ୍ଧା ରାଜ୍ୟର ପଶ୍ଚିମାଞ୍ଚଳ ଓ କେନ୍ଦ୍ରୀୟ ଓଡ଼ିଶାରେ ତାପମାତ୍ର ୪୨ଡିଗ୍ରୀ ଅତିକ୍ରମ କରିବା ସମ୍ଭାବନା ରହିଛି। ଭୁବନେଶ୍ୱର ସମେତ ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ତାପମାତ୍ରା ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ତେବେ ମାର୍ଚ୍ଚ ୩୧ତାରିଖ ବେଳକୁ ଓଡ଼ିଶାର ଉତ୍ତରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ଦୁଇତିନି ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲାରେ କାଳବୈଶାଖୀ ସହିତ ବର୍ଷା ହେବ। ଏହାର ପ୍ରଭାବରେ ତାତି କମିବ ବୋଲି ପାଣିପାଗ ବିଶେଷଜ୍ଞ ତଥା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।
ଘୂର୍ଣ୍ଣିବଳୟ ପ୍ରଭାବରେ ଉପକୂଳ ଉତ୍ତର ଓଡ଼ିଶା ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଅପେକ୍ଷାକୃତ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଦକ୍ଷିଣ ଛତିଶଗଡ଼ ଓ ଉତ୍ତର ତେଲେଙ୍ଗାନା ସଂଲଗ୍ନ ଆଭ୍ୟନ୍ତରୀଣ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ସମ୍ଭାବନା କମ୍‌ ଅଛି। ଏଣୁ ଏ ଅଞ୍ଚଳରେ ଗରମ ଜାରି ରହିବ। ଘୂର୍ଣ୍ଣିବଳୟ ବର୍ଷା ଆମ୍ବ ଓ ମୁଗ, ବିରି, ଚିନାବାଦାମ ଆଦି ଫସଲ ପାଇଁ ଲାଭଦାୟକ ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories