www.samajalive.in
Thursday, December 11, 2025
15.1 C
Bhubaneswar

୨୩ରୁ ମାଟ୍ରିକ ସମ୍ମେଟିଭ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ କାର୍ଡ

ଭୁବନେଶ୍ବର: ଆସନ୍ତା ନଭେମ୍ବର ୨୩ରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଆଜି ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ତେବେ ନଭେମ୍ବର ୧୧ ତାରିଖରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ ଏବଂ ଏହାପରେ ଥିଓରି ପରୀକ୍ଷା ହେବ। ଅପରପକ୍ଷରେ ଆଜିଟାରୁ ବୋର୍ଡର ୱେବସାଇଟରୁ ଆଡମିଟ କାର୍ଡ ଛାତ୍ରଛାତ୍ରୀମାନେ ଡାଉନଲୋଡ କରିପାରିବେ ବୋଲି ସୂଚନା ପ୍ରଦାନ କାଯାଇଛି।

ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ଅନୁଯାୟୀ ନଭେମ୍ବର ୨୩ରୁ ମାଟ୍ରିକ ସମ୍ମେଟିଭ ଆସେସ୍‌ମେଣ୍ଟ-୧ ପରୀକ୍ଷା ହେବ। ଏହି ପରୀକ୍ଷା ୨୩ରୁ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥର ମୋଟ ୫ଲକ୍ଷ ୩୨ହଜାର ୭୧୨ଜଣ ଛାତ୍ରଛାତ୍ରୀ ସମ୍ମେଟିଭ ପରୀକ୍ଷା ଦେବେ। ୩୦୨୯ଟି ସେଣ୍ଟରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ୩୨୬ଟି ନୋଡାଲ ସେଣ୍ଟରରେ ରହିବ ପ୍ରଶ୍ନପତ୍ର; ଯେଉଁଠାରୁ ପ୍ରତି ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବ। କେବଳ ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ ଅତିରିକ୍ତ ସମୟ ମିଳିବ। କପି ରୋକିବା ପାଇଁ ୩୬ଟି ସେଣ୍ଟ୍ରାଲ ସ୍କ୍ବାର୍ଡ ଗଠନ ହୋଇଛି। ଏଥିସହ ୭୪ଟି ଡିଇଓସ୍ତରୀୟ ସ୍କ୍ବାଡଗ ଗଠନ ପାଇଁ ନିର୍ଦେଶ ଦିଆଯାଇଛି।

- Advertisement -

ମାଟ୍ରିକ ପରୀକ୍ଷା ପାଇଁ ଆଜିଠାରୁ ଆଡମିଟ କାର୍ଡ ମି,ିବ। ଆଜିଠୁ ବୋର୍ଡ ୱେବସାଇଟରୁ ଛାତ୍ରଛାତ୍ରୀମାନେ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ମଧ୍ୟମା ଓ ଓପନ ସ୍କୁଲ ପାଇଁ ୧୭ତାରିଖରୁ ମିଳିବ ଆଡମିଟ କାର୍ଡ। ନଭେମ୍ବର ୧୧ରୁ ଆରମ୍ଭ ହେବ ପ୍ରାକ୍ଟିକାଲ। ୧୦୧୨ଟି ସ୍କୁଲରେ ନଭେମ୍ବର ୧୨ ପର୍ଯ୍ୟନ୍ତ ଚାଲିବ ପ୍ରାକ୍ଟିକାଲ। ମାଓ ଅଞ୍ଚଳରେ ଥାନାରେ ନୋଡାଲ ସେଣ୍ଟର। ମାଓ ପ୍ରଭାବିତ ଅଞ୍ଚଳରେ ମାଟ୍ରିକ ପରୀକ୍ଷା ପାଇଁ ସ୍ବତନ୍ତ୍ର ପରୀକ୍ଷା। ୩ଟି ଜିଲାର ବିଭିନ୍ନ ପୁଲିସ ଷ୍ଟେସନରେ ୨୨ଟି ନୋଡାଲ ସେଣ୍ଟର ହୋଇଛି। ମାଲକାନଗିରି ଥାନାରେ ସର୍ବାଧିକ ୧୦ଟି ନୋଡାଲ ସେଣ୍ଟର। କନ୍ଧମାଳରେ ୭ ଓ କୋରାପୁଟରେ ୫ଟି ନୋଡାଲ ସେଣ୍ଟର ହୋଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories