www.samajalive.in
Sunday, December 7, 2025
16.1 C
Bhubaneswar

ଦୁର୍ଭାଗ୍ୟର କାରଣ ହୋଇଥାଏ ବନ୍ଦ ଓ ଭଙ୍ଗା ଘଣ୍ଟା

ବାସ୍ତୁ ଅନୁସାରେ ଘରେ ରଖାଯାଇଥିବା ପ୍ରତ୍ୟେକ ଦ୍ରବ୍ୟ ପରିବାର ଲୋକଙ୍କ ଜୀବନକୁ ପ୍ରଭାବିତ କରିଥାଏ। ଘରର କାନ୍ଥରେ ଲଗାଯାଇଥିବା ଘଣ୍ଟା ଦ୍ୱାରା ମଧ୍ୟ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ ଭଙ୍ଗା ଦ୍ରବ୍ୟ ଘରେ ରଖିବା ଦ୍ୱାରା ଦୁର୍ଭାଗ୍ୟ ଆସିଥାଏ। ଘଣ୍ଟା ଘରେ ରଖିବା ଦ୍ୱାରା ଜୀବନରେ ଉନ୍ନତି ହୋଇଥାଏ। କିନ୍ତୁ ଭଙ୍ଗା ଘଣ୍ଟା ଦ୍ୱାରା ଅଶୁଭ ଦୃଷ୍ଟି ଘରେ ପଡିଥାଏ।
ଘରେ ଘଣ୍ଟା ରଖୁଥିଲେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ:
ଘରେ ଭଙ୍ଗା ଓ ବନ୍ଦ ଘଣ୍ଟା ରଖନ୍ତୁ ନାହିଁ :
ବନ୍ଦ ଓ ଭଙ୍ଗା ଘଣ୍ଟା ଘରେ ରଖିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି କମ୍‍ ହୋଇଥାଏ। ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ଦୁର୍ଭାଗ୍ୟ ମଧ୍ୟ ଆଣିଥାଏ। ତେଣୁ ଘଣ୍ଟା ଭାଙ୍ଗି ଗଲେ ତାହାକୁ ଫୋପାଡି ନୂଆ ଲଗାନ୍ତୁ।ଘରର ଦକ୍ଷିଣ ଦିଗରେ ଘଣ୍ଟା ଲଗାନ୍ତୁ ନାହିଁ :
ବାସ୍ତୁ ଅନୁସାରେ ଘରର ଦକ୍ଷିଣ ଦିଗରେ ଘଣ୍ଟା ରଖିବା ଅନୁଚିତ। ଦକ୍ଷିଣ ଦିଗରେ ଘଣ୍ଟା ଲଗାଇବା ଦ୍ୱାରା ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ। ଏହାସହ ଘରର ମୁଖିଆଙ୍କ ସ୍ୱାସ୍ଥ୍ୟ ମଧ୍ୟ ବାରମ୍ବାର ଖରାପ ହୋଇଥାଏ। ତେଣୁ ଘରର ଅନ୍ୟ ଦିଗରେ ଘଣ୍ଟା ଲଗାନ୍ତୁ।


ଘରର କବାଟରେ ଘଣ୍ଟା ଲଗାଇବା ଅନୁଚିତ:
ଘରର ମୁଖ୍ୟଦ୍ୱାର ଏବଂ କବାଟରେ ଘଣ୍ଟା ଲଗାଇବା ଅନୁଚିତ। ଏପରି କରିବା ଦ୍ୱାରା ମାନସିକ ଦୁଃଶ୍ଚିନ୍ତା ବଢିଥାଏ। ଘରୁ ବାହାରକୁ ଯାଉଥିବା ଓ ଆସୁଥିବା ସମୟରେ ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ଘଣ୍ଟା ଉପରେ ନକରାତ୍ମକ ଶକ୍ତି ପଡିବା ଦ୍ୱାରା ତାହା ପରିବାର ସଦସ୍ୟଙ୍କର କ୍ଷତିର କାରଣ ହୋଇଥାଏ। ଏହାଦ୍ୱାରା ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ।ଏହି ଦିଗରେ ଘଣ୍ଟା ଲଗାଇବା ଶୁଭ:
ଘରର ପୂର୍ବ, ପଶ୍ଚିମ ଓ ଉତ୍ତର ଦିଗରେ ଘଣ୍ଟା ଲଗାଇବା ଉଚିତ। ପୂର୍ବ ଦିଗରେ ଘଣ୍ଟା ଲଗାଇବା ଦ୍ୱାରା ଘରର ବାତାବରଣ ଶୁଭ ହୋଇଥାଏ। ଏହାସହ ପରସ୍ପର ମଧ୍ୟରେ ଉତ୍ତମ ସମ୍ପର୍କ ସୃଷ୍ଟି ହୋଇଥାଏ।
ପଶ୍ଚିମ ଦିଗରେ ଘଣ୍ଟା ଲଗାଇବା ଦ୍ୱାରା ପରିବାର ସଦସ୍ୟଙ୍କର ଚାକିରୀରେ ଉନ୍ନତି ହେବା ସହ ସ୍ୱାସ୍ଥ୍ୟ ଭଲ ରହିଥାଏ।
ଉତ୍ତର ଦିଗରେ ଘଣ୍ଟା ଲଗାଇବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ।

Hot this week

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବଟ୍ଟ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

Related Articles

Popular Categories