www.samajalive.in
Sunday, December 14, 2025
26.1 C
Bhubaneswar

ଆତଙ୍କବାଦୀର ମୃତ୍ୟୁଦଣ୍ଡ କାଏମ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ  : ୨୦୦୦ ମସିହାରେ ଲାଲକିଲ୍ଲାରେ ପ୍ରବେଶ ପୂର୍ବକ ଆଖିବୁଜା ଗୁଳିଚାଳନା କରି ୨ ସେନା ଯବାନଙ୍କ ସହ ୩ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିଲା ଲସ୍କର-ଇ-ତୋଇବାର ଆତଙ୍କବାଦୀ ମହମ୍ମଦ ଆରିଫ୍‌ ଓରଫ୍‌ ଅସଫାକ୍‌।
ଏହି ଘଟଣାର ବିଚାର କରି ପୂର୍ବରୁ ସୁପ୍ରିମକୋର୍ଟଙ୍କ ଏକ ପୀଠ ଅସଫାକ୍‌କୁ ମୃତ୍ୟୁଦଣ୍ଡ ଦେଇଥିବା ବେଳେ ଏହି ରାୟ ବିରୋଧରେ ସେ ଏକ ରିଭ୍ୟୁ ପିଟସନ୍‌ ଦାଖଲ କରିଥିଲା। ରିଭ୍ୟୁ ପିଟିସନ୍‌ର ଶୁଣାଣି କରୁଥିବା ପ୍ରଧାନ ବିଚାରପତି ୟୁୟୁ ଲଳିତ ଓ ବିଚାରପତି ବେଲା ଏ. ତ୍ରିବେଦୀଙ୍କ ପୀଠ ଅସଫାକ୍‌ର ରିଭ୍ୟୁ ପିଟସନ୍‌କୁ ଖାରଜ କରି ଦେବା ସହ ମୃତ୍ୟୁଦଣ୍ଡକୁ କାଏମ ରଖିଛନ୍ତି। ନିଜ ରାୟରେ ପୀଠ ଦର୍ଶାଇଛନ୍ତି ଅସଫାକ୍‌ ଗୁଳି କରି ୩ଜଣଙ୍କୁ ହତ୍ୟା କରିଥିବା ନେଇ ବଳିଷ୍ଠ ପ୍ରମାଣ ରହିଛି। ପ୍ରମାଣ ଆଧାରରେ ପୂର୍ବରୁ ତାକୁ ମୃତ୍ୟୁଦଣ୍ଡ ଦିଆଯାଇଥିବାରୁ ତାହା ଯୁକ୍ତିଯୁକ୍ତ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories