www.samajalive.in
Monday, December 8, 2025
27.1 C
Bhubaneswar

ମୁହଁର ସୌନ୍ଦର୍ଯ୍ୟ ବଢାଇଥାଏ ଆଳୁ

ପରିବା ମଧ୍ୟରେ ଆଳୁକୁ ରାଜା ବୋଲି କୁହାଯାଏ। ମୁହଁକୁ ସୁନ୍ଦର କରିବା ପାଇଁ ଏହା ଏକ ମହୌଷଧୀ ପରି କାମ କରିଥାଏ। ମୁହଁରୁ ଦାଗ ଛଡାଇବା ନିମନ୍ତେ, ଆଖି ତଳେ କଳା ପଡିଥିବା ସ୍ଥାନକୁ ଠିକ କରିବାରେ ମଧ୍ୟ ସାହାର୍ଯ୍ୟ କରିଥାଏ।
ଆସନ୍ତୁ ଜାଣିବା ଆଳୁର ବ୍ୟବହାର ଦ୍ୱାରା ମୁହଁକୁ କିପରି ସୁନ୍ଦର କରି ପାରିବା..
ଆଳୁ ଓ ଦହି ଫେସପ୍ୟାକ:
ଏକ ବଡ ଆଳୁ ଆଣନ୍ତୁ। ତାକୁ ପେଷ୍ଟ କରି ଦିଅନ୍ତୁ। ଆଳୁ ପେଷ୍ଟରେ ଏକ ବଡ ଚାମଚ ଦହି ମିଶାନ୍ତୁ। ମିଶ୍ରଣକୁ ୩୦ମିନିଟ ପର୍ଯ୍ୟନ୍ତ ରଖଇ ଦିଅନ୍ତୁ। ମୁହଁରେ ସେହି ପେଷ୍ଟକୁ ଲଗାଇ ଶୁଖିବା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ଏପରି କରିବା ଦ୍ୱାରା ମୁହଁରୁ ଦାଗ ଦୂରେଇବା ସହ ଚମକ ଆଣିଥାଏ।

ଆଳୁ ଓ ହଳଦୀ ଫେସପ୍ୟାକ:
ଆଳୁ ଓ ହଳଦୀ ଫେସପ୍ୟାକକୁ ଲଗାଇବା ଦ୍ୱାରା ମୁହଁର ରଙ୍ଗ ଉଜ୍ୱଳ ହୋଇଥାଏ। ତେଣୁ ପ୍ରଥମେ ଆଳୁକୁ ପେଷି ଦିଅନ୍ତୁ। ସେଥିରେ ଏକ ଚୁଟକି ହଳଦି ମିଶାଇ ମୁହଁରେ ଲଗାନ୍ତୁ। ତାପରେ ଅଧ ଘଣ୍ଟା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ଶୁଖିଯିବା ପରେ ପାଣିରେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଏପରି କରିବା ଦ୍ୱାରା ମୁହଁରେ ଚମକ ଆସିଥାଏ।
ଆଳୁ ଓ ଲେମ୍ବୁ:
ଆଳୁକୁ ପ୍ରଥମେ ପେଷ୍ଟ କରି ଦିଅନ୍ତୁ। ସେଥିରେ ଏକ ଚାମଚ ଲେମ୍ବୁ ରସ ମିଶାଇ ମୁହଁରେ ଲଗାନ୍ତୁ। ୧୫ମିନିଟ ପରେ ମୁହଁକୁ ଧୋଇ ଦିଅନ୍ତୁ। ଏହା ଏକ ନ୍ୟାଚୁରାଲ ବ୍ଲିଚ ପରି କାମ କରିଥାଏ। ଏହା ମୁହଁରୁ ମୃତ କୋଷିକା ଗୁଡିକ ଦୂର କରିବାରେ ସାହାର୍ଯ୍ୟ କରିଥାଏ।

- Advertisement -

ଆଳୁ, ଲେମ୍ବୁ  ଓ ମୁଲତାନି ମାଟି:
ଆଳୁରୁ ରସ କାଢି ସେଥିରେ ମୁଲତାନି ମାଟି ଓ ଲେମ୍ବୁ ରସ ମିଶାନ୍ତୁ। ସେହି ମିଶ୍ରଣକୁ ମୁହଁରେ ଲଗାଇ ୧୦ରୁ ୧୫ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ତାପରେ ଥଣ୍ଡା ପାଣିରେ ମୁହଁକୁ ଭଲ ଭାବରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ମୁହଁରୁ ଦାଗ ଦୂରେଇ ଯାଇଥାଏ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories