www.samajalive.in
Monday, December 8, 2025
13.1 C
Bhubaneswar

ହରଭଙ୍ଗା ବ୍ଳକରେ ଦୁର୍ନୀତି ବିରୋଧରେ ସଚେତନତା ସଭା ଓ ଶପଥପାଠ ଅନୁଷ୍ଠିତ

ବୌଦ୍ଧ: ଜିଲା ପ୍ରଶାସନ, ଜିଲା ଦୁର୍ନିତୀ ନିବାରଣ ବିଭାଗ, ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ହରଭଙ୍ଗା ବ୍ଳକର ପୁରୁଣାକଟକ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ହରଭଙ୍ଗା ବିଡିଓ ରବୀନ୍ଦ୍ରନାଥ କହଁରଙ୍କ ସଭାପତିତ୍ୱରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଭିଜିଲାନସ ଇନ୍ସପେକ୍ଟର ଜଗବନ୍ଧୁ ଅଙ୍ଗରିଆ ଏହି ଦିବସର ଉପରେ ବକ୍ତବ୍ୟ ରଖିବା ସହ ପ୍ରତ୍ୟେକ ସ୍ତରରେ ହେଉଥିବା ଦୁର୍ନୀତିର ମୁଳୋତ୍ପାଟନ ପାଇଁ ସମସ୍ତଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ରଖିଥିଲେ  । ସମ୍ମାନୀତ ଅତିଥିଭାବେ ନେହେରୁ ଯୁବ କେନ୍ଦ୍ରର ସଂଯୋଜକ ଆଶ୍‌ମାନ ମହାକୁଡ, ପୁରୁଣାକଟକ ସରପଂଚ ଅଶୋକ କୁମାର ସେଠୀ ଦୁର୍ନୀତି ବିରୋଧରେ ବକ୍ତବ୍ୟ ରଖିଥିଲେ । ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଅତିଥି ପରିଚୟ ପ୍ରଦାନ, ସଭା ସଂଯୋଜନା ଓ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

ଏଥିରେ  ଅଙ୍ଗନୱାଡି କର୍ମୀ, ସହଯୋଗୀ, ଆଶାକର୍ମୀ, ସ୍ୱୟଂସହାୟକ ଗୋଷ୍ଠିର ମହିଳାମାନେ ଯୋଗଦେଇ ପ୍ଲାକାର୍ଡ ପ୍ରଦର୍ଶନ ପୂର୍ବକ ସମସ୍ତଙ୍କୁ ସଚେତନ କରିଥିଲେ । ସେହିପରି ଭୈରବୀ ଡିଗ୍ରୀ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ପ୍ରମୋଦ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ମୁଖ୍ୟ ଅତିଥି ଭାବେ ଭିଜିଲାନସ ଇନ୍ସପେକ୍ଟର ଜଗବନ୍ଧୁ ଅଙ୍ଗରିଆ ଯୋଗଦେଇ ସମସ୍ତଙ୍କୁ ସଚେତନତାର ବାର୍ତ୍ତା ଦେବା ସହ ଶପଥ ପାଠ କରାଇଥିଲେ । ସମ୍ମାନୀତ ଅତିଥିଭାବେ ନେହେରୁ ଯୁବ କେନ୍ଦ୍ରର ସଂଯୋଜକ ଆଶ୍‌ମାନ ମହାକୁଡ ଯୋଗଦେଇ ଉଦ୍ୟମ କଲେ ଦୁର୍ନୀତିକୁ ରୋକାଯାଇ ପାରିବ ବୋଲି କହିଥିଲେ । ଏନଏସଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରଞ୍ଜିତ କୁମାର ସାମଲ  ସମ୍ମାନୀତ ଅତିଥିଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିବାସହ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଅତିଥି ପରିଚୟ ପ୍ରଦାନ, ସଭା ସଂଯୋଜନା ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

- Advertisement -

ଏଥିରେ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ ।  ପରେ ପରେ ଖଜୁରିପଡା ସ୍ଥିତ  ଯାଯାବର ଠାରେ ହରଭଙ୍ଗା ବ୍ଳକର ସିଆରପିସିଏମ ମହିଳାମାନଙ୍କୁ ସଚେତନାତା ବାର୍ତ୍ତା ଦେଇ ଶପଥପାଠ କରାଇଥିଲେ । ଅପରାହ୍ଣରେ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ଠାରେ ଆସନ୍ତା ୫ ତାରିଖରେ ହେବାକୁ ଥିବା ଜିଲାସ୍ତରୀୟ ସଚେତନତା ସଭା, ରାଲି ଏବଂ ପଥପ୍ରାନ୍ତ ନାଟକ ଉଦେଶ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଡିପିସି ମିଶନ ଶକ୍ତି ଦେବଦତ୍ତ ମିଶ୍ର , କମ୍ୟୁନିଟି ଅର୍ଗାନାଇଜର ସୁପର୍ଣ୍ଣା ମହାନ୍ତି , ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ଇନ୍ସପେକ୍ଟର ଜଗବନ୍ଧୁ ଅଙ୍ଗରିଆ ଯୋଗଦେଇ କାର୍ଯ୍ୟକ୍ରମ ସଂପର୍କରେ ଚୂଡାନ୍ତ କରିଥିଲେ ।

ଏହି ବୈଠକର ନିଷ୍ପତ୍ତି କ୍ରମେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଏନସିସି, ରେଡକ୍ରସ, ମହିଳା ମହାବିଦ୍ୟାଳୟ. ଏନଏଏମ ସେଣ୍ଟରରୁ ୨୫ ଜଣ ଲେଖାଏଁ ଛାତ୍ରଛାତ୍ରୀ, ସ୍ୱଂୟସହାୟକ ଗୋଷ୍ଠୀ ଓ ଅନ୍ୟାନ୍ୟ ଅନୁଷ୍ଠାନରୁ ୨୦୦ଜଣ ମହିଳା ରାଲିରେ ଯୋଗଦେଇ ଲୋକଙ୍କୁ ସଚେତନତା କରିବାସହ ୩ ଗୋଟି ସ୍ଥାନରେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ ଓ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗିମାନଙ୍କୁ ପୁରସ୍କାର ବଟଂନ ସହ ସଚେତନତା ସଭା ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଆଜି କଣ୍ଟାମାଳ ବ୍ଲକର ନାରାୟଣପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ସିଲେଟପଡା ଗ୍ରାମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟଠାରେ ମହାବିଦ୍ୟାଳୟସ୍ତରୀୟ ବକ୍ତୃତା,ଉଚ୍ଚ ବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ଲିଖନ ଏବଂ ମଧ୍ୟଇଂରାଜୀ ବିଦ୍ୟାଳୟସ୍ତରୀୟ କାର୍ଟୁନ କମ କେପସନ ପ୍ରତିଯୋଗିତା ଅନୁଷ୍ଠିତ ହେବବୋଲି ଜଣାପଡିଛି ।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories