www.samajalive.in
Monday, December 8, 2025
13.1 C
Bhubaneswar

ବେଆଇନ ଖଣି ମାମଲା; ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ସମନ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ସମନ କରିଛି । ବେଆଇନ ଖଣି ମାମଲାରେ ହେମନ୍ତଙ୍କୁ ପୁଣି ଇଡି ସମନ କରିଥିବା ଜଣାପଡ଼ିଛି । ମାମଲାକୁ ନେଇ ଅଧିକ ପଚରାଉଚରା କରିବାକୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ତାଙ୍କୁ କାର୍ଯ୍ୟାଳୟକୁ ଡକିଥିବା ସୂଚନା ମିଳିଛି । ଆସନ୍ତାକାଲି ରାଞ୍ଚି ସ୍ଥିତ ଇଡି କାର୍ଯ୍ୟାଳୟରେ ହେମନ୍ତଙ୍କୁ ହାଜର ହେବାକୁ କହିଛି ଇଡି ।

ଇଡିର ସମନକୁ ନେଇ ଜେଏମଏମ ନେତା ମନୋଜ ପାଣ୍ଡେ ପ୍ରତିକ୍ରିୟା ରଖିଛନ୍ତି । ମନୋଜ କହିଛନ୍ତି ଇଡି ସମନ କରିଛି, ସେ ତାର କାମ କରିବ । ଯଦି ଆମ ପ୍ରତି ଅନ୍ୟାୟ ହୁଏ ତେବେ ଆମେ କୋର୍ଟକୁ ଯିବୁ । ଏନେଇ ଆଇନ ବିଶେଷଜ୍ଞଙ୍କ ପରାମର୍ଶ ନିଆଯିବ । ଏହା କେବଳ ପ୍ରତିଶୋଧର ରାଜନୀତି ବୋଲି ଜେଏମଏମ ନେତା ମନୋଜ ପାଣ୍ଡେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

- Advertisement -

ଖାଲି ସେତିକି ନୁହେଁ, ଅର୍ଥ ହେରଫେର ମାମଲାରେ ସୋରେନଙ୍କ ଘନିଷ୍ଠ ସହଯୋଗୀ ପଙ୍କଜ ମିଶ୍ରଙ୍କୁ ମଧ୍ୟ ଇଡି ପୂର୍ବରୁ ଜେରା କରିଥିଲା । ଏବଂ ତାଙ୍କ ବାସଭବନରେ ଚଢ଼ାଉ କରିଥିଲା । ବିଭିନ୍ନ ବ୍ୟାଙ୍କ ପାସବୁକ୍‌ ସହ ଅନେକ କାଗଜପତ୍ର ଜବତ କରିଥିଲା ଇଡି । ପ୍ରିଭେନସନ୍ ଅଫ୍ ମନି ଲଣ୍ଡ୍ରିଂ ମାମଲାରେ ଜୁଲାଇ ୧୯ରେ ତାଙ୍କୁ ଗିରଫ କରାଯାଇଥିଲା ।  ସେ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories