www.samajalive.in
Monday, December 8, 2025
24.1 C
Bhubaneswar

କଳାହାଣ୍ଡି ଜିଲା ଗଠନର ୭୪ ବର୍ଷ ପୂର୍ତ୍ତି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳନ କରାଯାଇଛି। ୧ ତାରିଖ ସକାଳ ୮ ଘଣ୍ଟା ସମୟରେ ଭବାନୀପାଟଣା ସ୍ଥିତ କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ବରୀ ମନ୍ଦିରଠାରୁ ଟାଉନ ହଲକୁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ଥିଲା । ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାପାଳ ପି . ଅନ୍ୱେଷା ରେଡି, ରାଜ୍ୟସଭା ସାସଂଦ ସୁଜିତକୁମାର, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଭବାନୀପାଟଣା ନଗରପାଳିକା ସଂଯୁକ୍ତା ବେହେରା, ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ନର୍ଲା ବିଧାୟକ ଭୂପେନ୍ଦ୍ର ସିଂହ ପ୍ରମୁଖ ଯୋଗଦାନ ଦେଇଥିଲେ । ୧୯୪୮ ମସିହା ନଭେମ୍ବର ୧ ତାରିଖ ଦିନ କଳାହାଣ୍ଡି ଜିଲ୍ଲା ଗଠନ କରାଯାଇଥିଲା। ଏହା ପୂର୍ବରୁ କଳାହାଣ୍ଡି ବଲାଙ୍ଗୀର ଜିଲ୍ଲା ଏବଂ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଅଂଶ ବିଶେଷ ଥିଲା। ତା’ ପୂର୍ବରୁ ମଧ୍ୟପ୍ରଦେଶର ଅଂଶବିଶେଷ ଥିଲା। କଳାହାଣ୍ଡି ଜିଲ୍ଲାର ୭୪ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଜିଲ୍ଲା ଗଠନ ପାଳନ କରାଯାଉଛି। ଏହି ୭୪ ବର୍ଷ ଭିତରେ ଜିଲ୍ଲାରେ ଅନେକ ବିକାଶ ଓ କଳାହାଣ୍ଡି ରାଷ୍ଟ୍ରୀୟ ବିକାଶର ମୁଖ୍ୟ ସ୍ରୋତରେ ସାମିଲ ହଇପାରିଛି। କୃଷି, ଶିକ୍ଷା, ଗମନାଗମନ, ସ୍ୱାସ୍ଥ୍ୟ, ପଞ୍ଚାୟତିରାଜ ଏବଂ ମହିଳା ସଶକ୍ତିକରଣ ଆଦି ଦୃଷ୍ଟାନ୍ତମୂଳକ ଦିଗରେ କଳାହାଣ୍ଡି ତା’ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories