www.samajalive.in
Saturday, December 6, 2025
19.1 C
Bhubaneswar

ଛତିଶଗଡକୁ ବେଆଇନ ଗଞ୍ଜେଇ ଚାଲାଣ : ୫ ଗିରଫ

ସମ୍ବଲପୁର : ନିଶାକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଅବକାରୀ ବିଭାଗ ପକ୍ଷରୁ କିଛି ମାସ ହେବ ବେଆଇନ ନିଶାଦ୍ରବ୍ୟ ଚାଲାଣ ଉପରେ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି। ଏହି କ୍ରମରେ ଅବକାରୀ ବିଭାଗ ପକ୍ଷରୁ ନିୟମିତ ଚେକିଂ ଓ ଚଢ଼ଉ ଅଭିଯାନ ଜାରି ରହିଛି। ବିଶ୍ୱସ୍ତସୂତ୍ରରୁ ଖବର ପାଇଁ ଅବକାରୀ କମିଶନର ଆଶିଷ କୁମାର ସିଂ ଓ ଡେପୁଟି କମିଶନର ରାଜେନ୍ଦ୍ର ଭୋତ୍ରା ଙ୍କ ନିର୍ଦ୍ଦେଶକ୍ରମେ ଉତ୍ତରାଞ୍ଚଳ ଅବକାରୀ ମଣ୍ଡଳ ସମ୍ବଲପୁର ପକ୍ଷରୁ ରାଜ୍ୟପଥ ସଂଖ୍ୟା – ୧୫ର ଧମା ଅଞ୍ଚଳରେ ପାଟ୍ରୋଲିଂ ଓ ଚେକିଂ କରାଯାଉଥିଲା। ରବିବାର ସକାଳ ପ୍ରାୟ ୬ଟା ସମୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ (ଅବକାରୀ) ବିପ୍ର ଚରଣ ମଣ୍ଡଳଙ୍କ ତତ୍ୱାବଧାନରେ ଇନ୍ସପେକ୍ଟର  ଶଶିକାନ୍ତା ଦତ୍ତା ଓ କର୍ମଚାରୀ ମାନେ ଧମା ନିକଟରେ ସନ୍ଦେହରେ ଏକ ସନ୍ଦିଗ୍ଧ ବୋଲେରୋ ଗାଡିକୁ ଅଟକାଇ ଥିଲେ।
ଅବକାରୀ ଦଳର ଯାଞ୍ଚ ସମୟରେ ଗାଡିର ସିଟ ତଳେ ଓ ଅନ୍ୟାନ୍ୟ ସ୍ଥାନ ଗୁଡିକରେ ସ୍ୱତନ୍ତ୍ର ଚାମ୍ବର କରାଯାଇ ବେଆଇନ ଭାବରେ ଗଞ୍ଜେଇ ଲୁଚା ଯାଇ ଚାଲାଣ କରାଯାଉଥିବାର ଦେଖିଥିଲେ। ପଚରାଉଚୁରା ସମୟରେ ଗାଡିରେ ଚୋରାରେ ଗଞ୍ଜେଇ ଚାଲାଣ କରୁଥିବା କନ୍ଧମାଳ ଫିରିଙ୍ଗିଆ ଅଞ୍ଚଳର ବସନ୍ତ କୁମାର ମୁଖୀ, ନବଘନ କହଁର, ସୁରଞ୍ଜନ କହଁର, ଦୟାନିଧି କହଁର ଓ ସାନନ୍ଦ କହଁର ଉକ୍ତ ୫ ଜଣ  ୪୦ କିଗ୍ରା ଅବୈଧ୍ୟ ଗଞ୍ଜେଇକୁ କନ୍ଧମାଳ ଜିଲାର ଫିରିଙ୍ଗିଆ ଅଞ୍ଚଳରୁ ଛତିଶଗଡ ରାଜ୍ୟକୁ ଚୋରାରେ ଚାଲାଣ କରୁଥିବାର ଅବକାରୀ ଦଳକୁ କହିଥିଲେ। ଅବକାରୀ ଦଳ ଜବତ କରିଥିବା ଗଞ୍ଜେଇ, ଗାଡି ଓ ଅନ୍ୟାନ୍ୟ ସାମଗ୍ରୀ ଗୁଡିକର ଆନୁମାନିକ ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏ ସର୍ମ୍ପକରେ ଏକ ମାମଲା ରୁଜୁ କରି ପୁଲିସ ଗଞ୍ଜେଇ, ଗାଡି ଅନ୍ୟାନ୍ୟ ସାମଗ୍ରୀ ଗୁଡିକୁ ଜବତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଛି। ସୂଚନାଯୋଗ୍ୟ ଯେ, ବେଆଇନ ନିଶା କାରବାରକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଅବକାରୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ କ୍ରମରେ ଗତକାଲି ବିଜୁ ଏକ୍ସପ୍ରେସ ମାର୍ଗରୁ ୫୨ କିଗ୍ରା ଗଞ୍ଜେଇ ଜବତ କରାଯାଇଥିବା ବେଳେ ବିଗତ କିଛି ମାସ ମଧ୍ୟରେ ୨୦ରୁ ଉର୍ଦ୍ଧ ବ୍ୟକ୍ତି ଙ୍କୁ ଗିରଫ କରି ୫ କ୍ୱିଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ ଜବତ କରାଯାଇଛି। ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ବିଭାଗ ତରଫରୁ ସୂଚନା ଦିଆଯାଇଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories