www.samajalive.in
Monday, December 8, 2025
24.1 C
Bhubaneswar

ନେମାଳରେ ମାଆ ଗଜଲକ୍ଷ୍ମୀଙ୍କ ପୂଜାମହୋତ୍ସବ ପାଳିତ

ନେମାଳ : ନେମାଳ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଧନଦାତ୍ରୀ ମା ଗଜଲକ୍ଷ୍ମୀଙ୍କ ପୂଜାମହୋତ୍ସବ ଯଥାବିଧ ମହା ସମାରୋହରେ ପାଳନ କରାଯାଇଛି। ନଗସପୁର ପଞ୍ଚାୟତ ଚାରିରକବା ଗ୍ରାମଦେବତୀ ମାଆ ବିମଳାୟୀଙ୍କ ପୀଠସ୍ଥଳି ପ୍ରାଙ୍ଗଣରେ ଧନଦାତ୍ରୀ ମା ଗଜଲକ୍ଷ୍ମୀ ପୂଜାଉତ୍ସବ ଧୁମ୍‍ଧାମରେ ପାଳନ କରାଯାଇଛି। ମାବିମଳାୟୀ ପୂଜା କମିଟି ପକ୍ଷରୁ ଦୀର୍ଘ ୧୮ବର୍ଷ ଧରି ଏହି ପୂଜା ଆୟୋଜନ କରାଯାଉଛି। ମାଆଙ୍କ ପୂଜା ପାଇଁ ଚିତ୍ରୋତ୍ପଳା ନଦୀରୁ ଜଳାଧିବାସ କରାଯିବା ପରେ ନବନିର୍ମିତ ଘଟକୁ ନ୍ୟାସ କରାଯାଇ ଚକ୍ଷୁଦାନ କାର୍ଯ୍ୟ ସମାପନ କରାଯାଇ ସମୁହ ପୂଜାଆରମ୍ଭ କରାଯାଇଥିଲା। ଏହି ଅବସରରେ ସ୍ଥାନିୟ ଅଞ୍ଚଳର ବହୁ ଶ୍ରଧାଳୁ ଭକ୍ତ ଯୋଗଦେଇ ମାଙ୍କ ସାନିଧ୍ୟ ଲାଭ କରିଥିଲେ। ସେହିପରି ନେମାଳ ଗ୍ରାମ ପଞ୍ଚାୟତ ମାଳିଗାଁ ବଣିଆ ସାହିଠାରେ ମା’ଙ୍କର ପୂଜାର୍ଚ୍ଚନା କରାଯିବା ସହିତ ମୂଳୁସୁଆଙ୍ଗ, ନେମାଳ ବଜାର, ଝାଡେଶ୍ୱରପୁର ଗ୍ରାମ ପଞ୍ଚାୟତ ବର୍ଗୀହାଟ, ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ସମୁଦାୟ ୮ ଟି ମୃଣ୍ମୟୀ ମେଢ ନିର୍ମାଣ କରାଯାଇ ବହୁ ଆଡମ୍ବରରେ ପୂଜା କାର୍ଯ୍ୟ ପାଳିତ ହେଉଛି। ସେହିପରି ନଗସପୁର ଜାଗୁଳେଇ ବଜାର, ଦାଉଦପୁର ଗ୍ରାମ ପଞ୍ଚାୟତର ସଭେଇ ମା’ଙ୍କ ପୀଠରେ ମା’ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ଧୁମ୍‍ଧାମରେ ପାଳିତ ହେଉଛି। ବିଭିନ୍ନ ପୂଜା ମଣ୍ଡପରେ ଆକର୍ଷଣୀୟ ତୋରଣମାନଙ୍କ ନିର୍ମାଣ କରାଯାଇଥିବା ବେଳେ ରଂଗୀନ ଆଲୋକମାଳାରେ ପୀଠକୁ ମେନୋରମ ପରିବେଶର ଖୋରାକ ଯୋଗାଉଛି। ପୂଜା ମଣ୍ଡପର କମିଟି ସଦସ୍ୟ ମାନଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମାନ ଆୟୋଜିତ ହେଉଥିବା ବେଳେ ବିଭିନ୍ନ ପୂଜା ମଣ୍ଡପ ଗୁଡିକୁ ରଙ୍ଗୀନ୍‍ ଆଲୋକ ଏବଂ ଫୁଲମାଳରେ ସୁସଜ୍ଜିତ କରାଯାଇଛି।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories