www.samajalive.in
Thursday, December 11, 2025
27.1 C
Bhubaneswar

ନେମାଳରେ ମହାନିତ୍ୟରାସ ଉଦଯାପିତ

ନେମାଳ : ଉତ୍କଳ ପ୍ରଦେଶର ଶ୍ରେଷ୍ଠ ଶାଧକ ତଥା ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ଭବିଷ୍ୟତ ମାଳିକାକାର, ମହାନ ସନ୍ଥ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ସାଧନାର ପୀଠରେ ବୁଧବାର ମହାନିତ୍ୟରାସର ଉଦଯାପିତ ହୋଇଯାଇଛି। ଉଦ୍‍ଯାପନୀ ଉତ୍ସବ ଉପଲକ୍ଷେ ହଜାର ହଜାର ଶ୍ରଧାଳୁ ଓ ସାଧୁସନ୍ଥଙ୍କ ସମାଗମ ହୋଇଛି। ଶ୍ରୀଶ୍ରୀ ଗୋପିନାଥ ଜୀୟୁ ଓ ଶ୍ରୀ ଅଚ୍ୟୁତାନନ୍ଦ ଆଶ୍ରମ ଟ୍ରଷ୍ଟ ପକ୍ଷରୁ ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ସେବା ପୂଜା ଭୋର ୩ ଘଟିକାରେ ମଙ୍ଗଳଆଳତୀ, ସ୍ନାନକର୍ମ, ଚନ୍ଦନଲାଗି, ନିତ୍ୟବେଶ, ତୁଳସୀ ସେବା, ନିତ୍ୟାନୀ ଭୋଗ କରାଯାଇଥିଲା। ପରେ ଶ୍ରଧାଳୁ ଭକ୍ତଙ୍କ ପାଇଁ ଦର୍ଶନ ଦ୍ୱାର ଖୋଲା ରଖାଯାଇଥିଲା। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ରାହସ ଦଳ ଯୋଗଦେଇ ରାସ ଅଧିବାସ, କଳସ ସ୍ଥାପନ, ଯନ୍ତ୍ରପୂଜା, ରାହାସ ପଠନ ଆଦି କରିଥିଲେ। ଲୋକମତ ଅନୁସାରେ ମନର ତାନ୍ତ୍ରୀକ ଭୂମି ଉପରେ ମହାପୁରୁଷ ଅଚ୍ୟୁତାନନ୍ଦ ଏହି ନିତ୍ୟରାହାସ ପୋଥିଟି ଲେଖିଥିଲେ। ଯେଉଁ ସ୍ଥାନରେ ଏହି ନିତ୍ୟରାହାସ ପାଠ କରାଯିବ ସେଠାରେ ପ୍ରତ୍ୟକ ବସ୍ତୁ ପରିପୂର୍ଣ୍ଣତା ଲାଭ କରିବା ସହିତ ପ୍ରାକୃତିକ ବିତ୍ପାତ ଲୋପ ପାଇଯାଏ ବୋଲି ବିଶ୍ୱାସ ରହିଛି। ସଂନ୍ଧ୍ୟା ଆଳତି ସମୟରେ ବହୁ ଶ୍ରଧାଳୁ ଭକ୍ତ ଯୋଗଦେଇ ଠାକୁରଙ୍କ ବିରାଟ ଆଳତି ଦର୍ଶନ କରି ସାନିଦ୍ଧ୍ୟ ଲାଭ କରିଥିଲେ। ପରେ ଶ୍ରଧାଳୁ ଭକ୍ତ ମାନେ ରାଧାକୃଷ୍ଣଙ୍କ ସୁସଜିତ ବିମାନକୁ ପୀଠର ଚତ୍ରୃପାଶ୍ୱରେ ପରିକ୍ରମା କରାଇ ରାସ ମଣ୍ଡପକୁ ଅଣିଥିଲେ। ଏହି ଅବସରରେ ଅଚ୍ୟୁତାନନ୍ଦଙ୍କ ରଚିତ ଅଷ୍ଟଗୁଜରି, ନବଗୁଜରି ଓ ଭାଗବତ ପାଠ ପ୍ରାକ୍ତନ ଶିକ୍ଷକ ଅକ୍ଷୟ କୁମାର ଦେଙ୍କ ତତ୍ତ୍ଵାବଧାନରେ କରାଯାଇଥିଲା। ବିଭିନ୍ନ ପ୍ରାନ୍ତରରୁ ଆସିଥିବା ରାସଦଳ ମାନେ ଯନ୍ତ୍ରପୂଜା ଓ ରାହାସ ପଠନ ଆଦି କରିଥିଲେ। ରାସ ହେଉଛି ପରମ ଓ ଜିବର ମିଳନରେ ପରମ ଆତ୍ମାର ସହିତ ଆତ୍ମାର ମିଳନ ହେଉଛି ରାସ ବୋଲି ଉପସ୍ଥିତ ବହୁ ସାଧୁସନ୍ଥ ମାନେ ମତ ପ୍ରକାଶ କରିଥିଲେ। ଶେଷରେ ବିଧିବଧ ଭାବେ ପାରମ୍ପରିକ ରିତିନିତିି ଅନୁସାରେ ଗୋପିମାନଙ୍କ ଦୂାରା ବନ୍ଦାପନା କରାଯାଇ ସମୂହ ସାହାସ ଦଳମାନଙ୍କୁ ଆଜ୍ଞାମାଳ ପ୍ରଦାନ କରିବାପରେ ମହାରାସଉତ୍ସବ ପୂର୍ଣ୍ଣହୁତୀ ହୋଇଥିଲା।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories