www.samajalive.in
Monday, December 8, 2025
27.1 C
Bhubaneswar

ଆଶା କର୍ମୀଙ୍କ ପାଉଣା ବଢାଇଲେ କେନ୍ଦ୍ର ସରକାର

ଭୁବନେଶ୍ବର: କେନ୍ଦ୍ର ସରକାର ଆଶା କର୍ମୀଙ୍କ ପାଉଣା ବଢ଼ାଛନ୍ତି । ଆଶା କର୍ମୀଙ୍କ ଗସ୍ତ ପାଉଣା ପୂର୍ବରୁ ୨୫୦ ଥିଲା ତାହା ବର୍ତ୍ତମାନ ୩ଶହ ଟଙ୍କାକୁ ବୃଦ୍ଧି ହୋଇଛି । ତେବେ ପୂର୍ବରୁ ପ୍ରତି ମାସରେ ୨୦ଟି ଗସ୍ତ ପାଇଁ ଆଶା କର୍ମୀଙ୍କୁ ୫ ହଜାର ଟଙ୍କା ପାଉଥିଲେ । କିନ୍ତୁ ଏବେଠାରୁ ପ୍ରତିମାସକୁ ୨୦ଟି ଗସ୍ତ ପିଛା ୬ ହଜାର ଟଙ୍କା ପାଇବେ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏନେଇ କେନ୍ଦ୍ର ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଆଶା କର୍ମୀମାନେ ଗାଁ ଗାଁ ବୁଲି ଗର୍ଭବତୀ ମହିଳାଙ୍କୁ ସଚେତନ କରାଇଥାନ୍ତି। ଗର୍ଭବତୀ ମହିଳାଙ୍କ ନାମ ପଞ୍ଜୀକରଣ ସହ ସେମାନଙ୍କୁ ହସ୍ପିଟାଲ ଚିକିତ୍ସା କ୍ଷେତ୍ରରେ ସହାୟକ ହୋଇଥାନ୍ତି । ତେଣୁ ଏହି କ୍ଷେତ୍ରରେ ଅଧିକ ତତ୍ପରତା ଦେଖାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏଭଳି ନିଷ୍ପତି ନେଇଛନ୍ତି।

- Advertisement -

ଆଶା କର୍ମୀ ଓ ଅଙ୍ଗନୱାଡିଙ୍କ ପାଇଁ ଅକ୍ଟୋବର ମାସରୁ ଅଧିକ ପାଉଣା ବଢ଼ାଇବା ପାଇଁ ଗତ ମାସରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ । ଏହାସହିତ ମାଗଣାରେ ବୀମା ସୁବିଧା ମଧ୍ୟ ଯୋଗାଇ ଦିଆଯିବ। କୌଣସି ପ୍ରିମିୟମ୍ ନ ଦେଇ ସେମାନେ ଏହି ସୁବିଧା ପାଇପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଏହି ଘୋଷଣା କରିଥିଲେ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories