www.samajalive.in
Monday, December 8, 2025
14.1 C
Bhubaneswar

ସିବିଆଇ ଲାଞ୍ଚ ମାମଲା: ଆସ୍ଥାନାଙ୍କ ବିରୋଧରେ ତଦନ୍ତ କରୁଥିବା ଅଧିକାରୀଙ୍କ ବଦଳି

ନୂଆଦିଲ୍ଲୀ: ସିବିଆଇର ବରିଷ୍ଠ ଅଧିକାରୀ ରାକେଶ ଆସ୍ଥାନା ଜଣେ ମାଂସ ବ୍ୟବସାୟୀଙ୍କ ବିରୋଧରେ ଚାଲିଥିବା ତଦନ୍ତକୁ ପ୍ରଭାବିତ କରିବା ପାଇଁ ନେଇଥିଲେ ଲାଞ୍ଚ। ଏଭଳି ଏକ ଅଭିଯୋଗକୁ ଭିତ୍ତି କରି ଖୋଦ୍‍ ସିବିଆଇ ଆରମ୍ଭ କରିଥିଲା ତଦନ୍ତ। ସିବିଆଇର ବରିଷ୍ଠ ଅଧିକାରୀଙ୍କ ବିରୋଧରେ ସିବିଆଇ ଟିମ୍‍ ଆରମ୍ଭ କରିଥିଲା ତଦନ୍ତ। ମାଂସ ରପ୍ତାନୀ କରୁଥିବା ମୋଇନ କୁରେସୀଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ ଆସ୍ଥାନା ଓ ଅନ୍ୟ ସିବିଆଇ ଅଧିକାରୀଙ୍କ ବିରୋଧରେ ଆରମ୍ଭ ହୋଇଥିଲା ତଦନ୍ତ। ୨୦୧୭ରୁ ୨୦୧୮ ମଧ୍ୟରେ ମୋଟ୍‍ ୫ଥର ଲାଞ୍ଚ ନେଇଥିଲେ ସିବିଆଇର ଏହି ବରିଷ୍ଠ ଅଧିକାରୀ। ମାଂସ ବ୍ୟବସାୟୀ କୁରେସୀଙ୍କ ନାମରେ ଦୁର୍ନୀତି ଓ ଅର୍ଥ ହେରଫେରର ଏକାଧିକ ମାମଲା ତଦନ୍ତ ଚାଲିଥିଲା। ଏହି ତଦନ୍ତକୁ ପ୍ରଭାବିତ କରିବାକୁ ଆସ୍ଥାନା ନେଇଥିଲେ ଲାଞ୍ଚ। ତଦନ୍ତର ମାତ୍ର ଗୋଟିଏ ଦିନ ମଧ୍ୟରେ ଡିଏସପି ଦେବେନ୍ଦ୍ର କୁମାରଙ୍କୁ ଗିରଫ କରାଯାଇ ଥିଲା।
ପରିସ୍ଥିତି ଏତିକିରେ ଶାନ୍ତ ହୋଇ ନଥିଲା। ଫଳରେ କେନ୍ଦ୍ର ସରକାର ମାମଲାରେ ହସ୍ତକ୍ଷେପ କରି ନାଗେଶ୍ୱର ରାଓଙ୍କୁ ସିବିଆଇ ଦାୟିତ୍ୱ ହସ୍ତାନ୍ତର କଲେ। ନାଗେଶ୍ୱର ରାଓ ଦାୟିତ୍ୱ ଗ୍ରହଣ କରିବା ପରେ ୧୩ଜଣ ଅଧିକାରୀଙ୍କୁ ବଦଳି କରି ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଆସ୍ଥାନାଙ୍କ ଲାଞ୍ଚ ମାମଲାର ତଦନ୍ତ କରୁଥିବା ଅଧିକାରୀ ମଧ୍ୟ ସାମିଲ ଅଛନ୍ତି।
ସିବିଆଇ ନିର୍ଦେଶକ ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇ ଦିଆଯାଇ ଥିବାବେଳେ ତାଙ୍କ ଅଧିନରେ କାର୍ଯ୍ୟରତ ଟିମ୍‍କୁ ବଦଳି କରାଯାଇଛି, ନଚେତ୍‍ ଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଛି। ଯେଉଁ ମାନଙ୍କ ବଦଳି ହୋଇଛି ସେମାନଙ୍କ ମଧ୍ୟରେ ସବୁଠାରୁ ଆଗ ଧାଡ଼ିରେ ଅଛନ୍ତି ଅଜୟ ବର୍ସି। ସିବିଆଇର ଦିଲ୍ଲୀ ମୁଖ୍ୟାଳୟରେ ଅଜୟ ଡେପୁଟି ଏସପି ଭାବେ କାର୍ଯ୍ୟରତ ରହିବା ସହ ଆସ୍ଥାନା ଲାଞ୍ଚ ମାମଲାର ତଦନ୍ତ ଟିମର ମୁଖ୍ୟ ଥିଲେ। ସେହିପରି ଏ କେ ଶର୍ମାଙ୍କୁ ମଧ୍ୟ ବଦଳି କରି ଦିଆଯାଇଛି। ଏ କେ ଶର୍ମା ନିର୍ଦେଶକ ଆଲୋକ ବର୍ମାଙ୍କ ଘନିଷ୍ଠ ଥିଲେ। ତେଣୁ ତାଙ୍କୁ ବଦଳି କରାଯାଇଛି। ଏ ସାଇ ମନୋହରଙ୍କୁ ମଧ୍ୟ ବଦଳି କରାଯାଇଛି। ସେ ଆସ୍ଥାନାଙ୍କ ଘନିଷ୍ଠ ବୋଳି ତାଙ୍କୁ ବଦଳି କରାଯାଇ ଚଣ୍ଡିଗଡ଼ ପଠାଇ ଦିଆଯାଇଛି। ବି ମୁରୁଗେସନ୍‍ଙ୍କୁ ମଧ୍ୟ ଚଣ୍ଡିଗଡ଼କୁ ବଦଳି କରାଯାଇଛି। ଡିଆଇଜି ଅମିତ କୁମାରଙ୍କୁ ମଧ୍ୟ ଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଛି। ମନିଷ ସିହ୍ନାଙ୍କୁ ନାଗପୁର ବଦଳି କରାଯାଇଛି। ଡିଆଇଜି ତରୁଣ ଗୋବାଙ୍କୁ ଦିଲ୍ଲୀ ମୁଖ୍ୟାଳୟକୁ ବଦଳି କରାଯାଇଛି। ସେହିପରି ଜସବୀର ସିଂହଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories