www.samajalive.in
Monday, December 8, 2025
24.1 C
Bhubaneswar

ଘରର ତାଲା ଭାଙ୍ଗି ସୁନା ,ଟଙ୍କା ଲୁଟ

କାମାକ୍ଷାନଗର : କାମାକ୍ଷାନଗର ସହରର ଅନନ୍ତପୁର ସ୍ଥିତ ଶ୍ରୀକାନ୍ତ ସାହୁଙ୍କ ବାସଭବନରୁ ବିଳମ୍ବିତ ରାତିରେ ଚୋରି ହୋଇଛି। ୪ ଭରି ସୁନା ଗହଣା ସହ ନଗଦ ୨୦ହଜାର ଟଙ୍କା  ଦୁର୍ବୁତ୍ତ ଲୁଟି ନେଇଛନ୍ତି ବୋଲି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।
ସୂଚନା ମୁତାବକ ଗତ କାଲି ବିଳମ୍ବିତ ରାତିରେ ସୁଶାନ୍ତ ତାଙ୍କ ପରିବାରକୁ ନେଇ କଙ୍କଡାହାଡ ଥାନା ଅନ୍ତର୍ଗତ ତରାଜଙ୍ଗ ସ୍ଥିତ ତାଙ୍କ ପୁରୁଣା ଘରକୁ ଯାଇଥିଲେ ।  ତେବେ କେହି ଦୁର୍ବୁତ୍ତ ଘରେ କେହି ନଥିବାର ସୁଯୋଗ ନେଇ  ତାଲା ଭାଙ୍ଗି, ଘରେ ଥିବା ୪ ଭରି ସୁନା ସହ ନଗଦ ୨୦ହଜାର ଟଙ୍କା ଲୁଟ କରି ନେଇଛନ୍ତି।  ତେବେ ଆଜି ସକାଳେ ଶ୍ରୀକାନ୍ତ ଘରକୁ ଫେରିଥିବା ବେଳେ, ଲୁଟ ହୋଇଥିବା ଜାଣିବା ପରେ  ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ପୁଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories