www.samajalive.in
Thursday, December 11, 2025
13.1 C
Bhubaneswar

ଏଥର ଶୀତ କମ୍

ଭୁବନେଶ୍ବର: ଚଳିତ ବର୍ଷ ମୌସୁମୀ ଋତୁରେ ରାଜ୍ୟରେ ସ୍ବାଭାବିକରୁ ୪% ଅଧିକ ବର୍ଷା ହୋଇଛି । ତେଣୁ ଏଥର ଶୀତ କମ୍ ରହିପାରେ ବୋଲି ପାଣିପାଗ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ବିଭିନ୍ନ ଅନ୍ତର୍ଜାତୀୟ ମଡେଲ ବିଶ୍ଳେଷଣରୁ ଜଣାପଡିଛି, ଶୀତ ଋତୁରେ ସାରା ବିଶ୍ବରେ ତାପମାତ୍ରା ସ୍ବାଭାବିକରୁ ଅଧିକ ରହିବ। ଓଡ଼ିଶା ସମେତ ଦେଶର ପୂର୍ବ-ଉପକୂଳ ଅଞ୍ଚଳରେ ଆସନ୍ତା ବର୍ଷ ଫେବୃଆରୀ ମାସ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିବାର ସମ୍ଭାବନା ରହିଛି। ନଭେମ୍ବରରେ ସାରା ରାଜ୍ୟରେ, ଡିସେମ୍ବରରେ ଉପକୂଳ ସମେତ ଦକ୍ଷିଣ ଓଡ଼ିଶା ଏବଂ ଜାନୁଆରୀ ଓ ଫେବୃଆରୀରେ ସମଗ୍ର ଉପକୂଳରେ ତାପମାତ୍ରା ସ୍ବାଭାବିକରୁ ଅଧିକ ରହିବା ଯୋଗୁଁ ଶୀତ କମ ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।

ସେ କହିଛନ୍ତି, ଅକ୍ଟୋବରରେ ଗ୍ରୀଷ୍ମ ମଣ୍ଡଳୀୟ ପ୍ରଶାନ୍ତ ମହାସାଗର ଏବଂ ଏହାର ଉପରିସ୍ଥ ବାୟୁମଣ୍ଡଳ ସ୍ଥିତିି ଏନ୍‌ସୋରୁ ଜଣାପଡୁଛି ଗତ ତିନିବର୍ଷ ହେଲା ଚାଲୁ ରହିଥିବା ଲା-ନିନା ଆସନ୍ତା ଜାନୁଆରୀ ପର୍ଯ୍ୟନ୍ତ ରହିବ। ତା’ପରେ ସ୍ବାଭାବିକ ସ୍ଥିତିକୁ ଫେରିପାରେ। ଗତ ଜୁନରୁ ଭାରତ ମହାସାଗର ଆଇଓଡି ବିଯୁକ୍ତାତ୍ମକ ରହିଛି। ଯାହାକି ଡିସେମ୍ବର ପର୍ଯ୍ୟନ୍ତ ଚାଲୁ ରହିବ। ବର୍ତ୍ତମାନ ମେଡେନ ଜୁଲିଅନ ଓସ୍କିଲାସନ(ଏମଜେଓ) ପଶ୍ଚିମ ପ୍ରଶାନ୍ତ ମହାସାଗରରେ ରହିଛି। ଏହା ପୂର୍ବ ଆଡକୁ ମୁହାଁଇ ୧୫ଦିନ ଭିତରେ ବଳ ଗୋଟାଇବାର ଆକଳନ କରାଯାଉଛି।

- Advertisement -

ଏମଜେଓ ଓ ଆଇଓଡିର ଆକଳନ କହୁଛି, ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିବ। ଦକ୍ଷିଣ ଚୀନ ସାଗରରେ ନଭେମ୍ବର ବେଳକୁ ଝଡ଼ ସୃଷ୍ଟି ହେବାର ପୂର୍ବାନୁମାନ କରାଯାଉଛି। ଏହା ଥାଇଲାଣ୍ଡ ଦେଇ ବଙ୍ଗୋପସାଗରରେ ପ୍ରବେଶ କରି ଘନିଭୂତ ହୋଇ ବାତ୍ୟାରେ ପରିଣତ ହୋଇପାରେ। ଅନ୍ୟପଟେ ମଡେଲ ଆକଳନରୁ ଜଣାପଡିଛି, ଯଦି ନଭେମ୍ବରରେ ଲଘୁଚାପ ସୃଷ୍ଟି ହୁଏ ତେବେ ଏହା ଆଣ୍ଡାମାନ ହୋଇ ବାଂଲାଦେଶର ଦକ୍ଷିଣ ଉପକୂଳକୁ ଯାଇପାରେ। ଏହା ଓଡ଼ିଶା ମୁହାଁଇବା ସମ୍ଭାବନା କମ ।

ଅନ୍ୟପକ୍ଷରେ ସାମୁଦ୍ରିକ ଝଡ଼ ସିତ୍‌ରଙ୍ଗ ବାଂଲାଦେଶ ଉପକୂଳ ଛୁଇଁବା ପରେ କ୍ରମଶଃ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି। ଆସନ୍ତା ୪ ରୁ ୫ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଆଜି ସୁବର୍ଣ୍ଣପୁର, ଭବାନୀପାଟଣା ଏବଂ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୬.୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories