www.samajalive.in
Saturday, December 13, 2025
14.1 C
Bhubaneswar

‘ ଅସଭ୍ୟ ନଗର ଓ ଅନ୍ୟାନ୍ୟ ଗଳ୍ପ’ ଉନ୍ମୋଚିତ

ନବରଙ୍ଗପୁର : ଅନୁବାଦିକା ତଥା ଅଧ୍ୟାପିକା ନୀହାରିକା ମଲ୍ଲିକଙ୍କ ଓଡ଼ିଆ ଅନୁସୃଜନ ‘ଅସଭ୍ୟ ନଗର ଓ ଅନ୍ୟାନ୍ୟ ଗଳ୍ପ’ ସ୍ଥାନୀୟ ବିଦ୍ୟାର୍ଥୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଉନ୍ମୋଚିତ ହୋଇଯାଇଛି । ହିନ୍ଦୀ ସାହିତ୍ୟର ବିଶିଷ୍ଟ କଥାକାର ରାମେଶ୍ବର କାମ୍ବୋଜ ‘ ହିମାଂଶୁ ‘ ଙ୍କ ମୂଳ ରଚିତ ଏହି ପୁସ୍ତକ ମଧ୍ୟରେ ଅଣଚାଶ ଗୋଟି ଗଳ୍ପ ରହିଛି । ଚେତନା ସ୍ତରରେ ଏଇ ଅଣୁ ଗପ ଗୁଡ଼ିକ ଗୋଟାଏ ଗୋଟାଏ ବିଜୁଳି ସଦୃଶ୍ୟ ଚମତ୍କାରିତା ବହନ କରେ । ଅନୁବାଦିକାଙ୍କ ଏଇ ପଞ୍ଚମ ସୃଷ୍ଟି ଓଡ଼ିଆ ସାହିତ୍ୟ ଜଗତ ରେ ଯେତିକି ପ୍ରବେଶ କରିବାର ଦାବୀ ରଖେ ତା’ ଠୁ ଅଧିକ ଓଡ଼ିଆ ପାଠକ ର ମନ ହୃଦୟ କୁ ଜିଣିବାର ଆସ୍ପର୍ଦ୍ଧା ରଖେ । ଏହି ସାରସ୍ବତ ଉନ୍ମୋଚନ ପର୍ବ ରେ ଯୁବ ପ୍ରାବନ୍ଧିକ ତଥା ଡି. ଏସ. ପି. ଚନ୍ଦ୍ର ଶେଖର ହୋତା, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଗାଳ୍ପିକ ଅଶୋକ ପଟ୍ଟନାୟକ ଏବଂ କବି, ଗବେଷକ ବୁଲୁ ହୋତା ଯୋଗଦେଇ ଅନୁବାଦିକା ମଲ୍ଲିକଙ୍କ ଭୂୟସୀ ପ୍ରଶଂସା କରିଥିଲେ । ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟନାରାୟଣ ନାୟକ ଅଧ୍ୟାପିକା ମଲ୍ଲିକଙ୍କ ଭବିଷ୍ୟତ ପାଇଁ ଉତ୍ତରତ୍ତୋର ଉନ୍ନତି କାମନା କରିଥିଲେ ଏବଂ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ସାହିତ୍ୟ ସହ ଜଡିତ ରହିବାକୁ ପରାମର୍ଶ ଦେଇଥିଲେ । ଶେଷରେ ଅଧ୍ୟାପିକା ମଲ୍ଲିକ ନିଜ ଲେଖକିୟ ବାର୍ତ୍ତା ସହ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ମହାବିଦ୍ୟାଳୟ ର ଅଧ୍ୟାପକ ଓ କର୍ମଚାରୀ କାର୍ୟ୍ୟକ୍ରମ କୁ ପରିଚାଳନା କରିଥିଲେ ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories