www.samajalive.in
Thursday, December 11, 2025
23.1 C
Bhubaneswar

ବଲିଉଡ୍‌ ନୁହଁ, ଆସୁଛି ଧୋନିଙ୍କ ସାଉଥ୍‌ ଫିଲ୍ମ

ମୁମ୍ବାଇ: ସାଉଥ ସିନେମାରେ ନଜର ଆସିବେ ପୂର୍ବତନ ଟିମ୍ ଇଣ୍ଡିଆର ଅଧିନାୟକ ମହେନ୍ଦ୍ର ସିଂ ଧୋନି । ସାକ୍ସିଙ୍କ ଫିଲ୍ମ ପ୍ରଡକ୍ସନ୍ ହାଉସ୍ ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ମହେନ୍ଦ୍ର ସିଂ ଧୋନି ଓ ତାଙ୍କ ପତ୍ନୀ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ପ୍ରଡକ୍ସନ ହାଉସ ତରଫରୁ ଏନେଇ ମଧ୍ୟ କିଛି ସୂଚନା ଦିଆଯାଇଛି । କୁହାଯାଇଛି କି, ଧୋନି ଏଣ୍ଟରଟେନମେଣ୍ଟ ଖୁବଶୀଘ୍ର ତାମିଲରେ ଏହାର ପ୍ରଥମ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛି । ଏହାର ସଂଳାପ ସାକ୍ସି ସିଂ ପ୍ରସ୍ତୁତ କରିଛନ୍ତି । ଏହି ଚଳଚ୍ଚିତ୍ର ପାରିବାରିକ ମନୋରଞ୍ଜନ ହେବ |

ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି ରମେଶ ଥାମିଲମାନି। ଏହାପୂର୍ବରୁ ସେ “ଆଥର୍ବ – ଦ ଓରିଜିନ୍‌” ନାମକ ଏକ ଉପନ୍ୟାସ ମଧ୍ୟ ଲେଖିଛନ୍ତି । ଏହିକୁ ନେଇ ଫିଲ୍ମର ନିର୍ଦ୍ଦେଶକ କହିଛନ୍ତି, ‘ଯେତେବେଳେ ମୁଁ ସାକ୍ସିଙ୍କ ଦ୍ୱାରା ଲିଖିତ ସଂଳାପ ପଢ଼ିଥିଲି । ସେତେବେଳେ ଏହା ମୋତେ କିଛି ଅଲଗା ଲାଗିଥିଲା ।  ତାହା ଛଡ଼ା ଧୋନି ଏଣ୍ଟରଟେନମେଣ୍ଟ ତାମିଲ ବ୍ୟତୀତ କିଛି ସ୍ୱତନ୍ତ୍ର କରିବାକୁ ଚେଷ୍ଟା କରୁଛି । ଅନେକ ଚଳଚ୍ଚିତ୍ର ନିର୍ମାତା ଏବଂ ଲେଖକଙ୍କ ସହ ପ୍ରଡକ୍ସନକୁ ନେଇ ଆଲୋଚନା କରାଯାଉଛି ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories