www.samajalive.in
Thursday, December 11, 2025
16.1 C
Bhubaneswar

ରାଜସ୍ଥାନରେ ୩୧ଟି ପାହାଡ଼ ଗାଏବ: ହନୁମାନ ହୋଇ ଲୋକେ କ’ଣ ଟେକି ନେଇଗଲେ ବୋଲି ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ରାଜସ୍ଥାନ ଅରାଭଳି ଅଞ୍ଚଳରୁ ୩୧ଟି ପାହାଡ଼ ଗାଏବ ହୋଇଯିବା ଘଟଣାକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଲୋକେ କ’ଣ ହନୁମାନ ହୋଇ ପାହାଡ଼କୁ ଟେକି ନେଇଗଲେ ବୋଲି ସୁପ୍ରିମକୋର୍ଟ ରାଜସ୍ଥାନ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଏହାସହ କୋର୍ଟ ରାଜ୍ୟ ସରକାରଙ୍କୁ ୪୮ ଘଣ୍ଟା ମଧ୍ୟରେ ୧୧୫.୩୪ ହେକ୍ଟର ଅଞ୍ଚଳ ମଧ୍ୟରେ ଚାଲିଥିବା ଅବୈଧ ଖନନକୁ ବନ୍ଦ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ରୀୟ କ୍ଷମତା ସମ୍ପନ୍ନ କମିଟି ସୁପ୍ରିମକୋର୍ଟରେ ଦାଖଲ ରିପୋର୍ଟରେ ଦର୍ଶାଇଥିଲେ ଯେ ରାଜସ୍ଥାନର ଅରାଭଳି ଅଞ୍ଚଳରୁ ୩୧ଟି ପାହାଡ଼ ବା ମୁଣ୍ଡିଆ ସମ୍ପୂର୍ଣ୍ଣ ଗାଏବ ହୋଇଯାଇଛି।
ଏଥିରେ ଆଶ୍ଚର୍ଯ୍ୟ ପ୍ରକଟ କରି ସୁପ୍ରିମକୋର୍ଟର ଜଷ୍ଟିସ୍‍ ମଦନ ବି ଲୋକୁର ଏବଂ ଜଷ୍ଟିସ୍‍ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ କହିଥିଲେ ଯେ ରାଜସ୍ଥାନ ସରକାର ଅରଭାଳିରେ ଉତ୍‍ଖନନରୁ ପ୍ରାୟ ୫ ହଜାର କୋଟି ଟଙ୍କା ରାଜସ୍ୱ ପାଉଛନ୍ତି। ହେଲେ ଏଥିପାଇଁ ଦିଲ୍ଲୀର ଲକ୍ଷାଧିକ ଲୋକଙ୍କ ଜୀବନକୁ ବିପଦକୁ ଠେଲି ଦେଇ ହେବନାହିଁ। କାରଣ ଅରାଭଳି ଅଞ୍ଚଳର ପାହାଡ଼ ଗାଏବ ହେବା ଘଟଣା ଦିଲ୍ଲୀ ଏନ୍‍ସିଆରରେ ପ୍ରଦୂଷଣ ବୃଦ୍ଧିର ପ୍ରମୁଖ କାରଣ ହୋଇପାରେ। ପାହାଡ଼ ପ୍ରଦୂଷଣକୁ ପ୍ରସାରିତ ହେବାରୁ ରୋକିଥାନ୍ତି ଓ ଏକ ବଡ଼ ପ୍ରାଚୀର ଭଳି କାର୍ଯ୍ୟ କରିଥାନ୍ତି। ପାହାଡ଼ ଗାଏବ ହେବା ଦ୍ୱାରା ଆଖପାଖର ପ୍ରଦୂଷଣ ସିଧା ଆସି ଦିଲ୍ଲୀରେ ପହଞ୍ଚିବ। ତେଣୁ ଅବୈଧ ଖନନ ବନ୍ଦ କରିବା ସହ ଲୋକଙ୍କୁ ଶାନ୍ତିରେ ବଞ୍ଚିବାକୁ ଦେବାକୁ ସୁପ୍ରିମକୋର୍ଟ ରାଜସ୍ଥାନ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories