www.samajalive.in
Monday, December 8, 2025
24.1 C
Bhubaneswar

ଡାଳତୋଳା କ୍ଲଷ୍ଟରରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ

ବେଗୁନିଆ: ବେଗୁନିଆ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧିନସ୍ଥ ଡାଳତୋଳା ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଡାଳତୋଳା ଆଞ୍ଚଳିକ ସାଧନସ୍ତରୀୟ କେନ୍ଦ୍ରର ଶିଶୁ ମହୋତ୍ସବ ସୁରଭି ୨୦୨୨ଆଜି ଅନୁଷ୍ଠିତ ହୋଇଯାଇଛି। କରୋନା ମହାମାରୀ ପରେବ୍ଲକ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ଧୂମଧାମରେ ଆୟୋଜିତ ହେଉଛି। ଏବିଇଓ ଦାଶରଥି ପ୍ରଧାନ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁରଲୀଧର ପରିଡା ଓ ସିଆରସିସି ଗଣେଶ କୁମାର ସାହୁ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ବିଦ୍ୟାର୍ଥୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ ଏହି କାର୍ଯ୍ୟକ୍ରମ ବିଦ୍ୟାର୍ଥିମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଉନ୍ମୋଚନ କରିବାରେ ସହାୟକ ହେବ ବୋଲି କହିଥିଲେ। ଚିତ୍ରାଙ୍କନ, ସଙ୍ଗୀତ, ବକ୍ତୃତା, ସାଧାରଣ ଜ୍ଞାନ, ତର୍କ ଚିତ୍ରକଳା, ପ୍ରବନ୍ଧ ଲିଖନ ଏବଂ ଗ୍ରୁପ ଡ୍ୟାନ୍ସ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ପ୍ରଧାନ ଶିକ୍ଷକ ମୁରଲୀଧର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷାବିତ ଦେବରାଜ ପରିଡା, ସିଆରସିସି ଗଣେଶ କୁମାର ସାହୁ ବିଦ୍ୟାଳୟ ପରିଚାଳନା କମିଟି ଉପାଧ୍ୟକ୍ଷ ସସ୍ମିତା ଦଳେଇ ଏବଂ ବରିଷ୍ଠ ଶିକ୍ଷକ ସଂଯୁକ୍ତା କୁମାରୀ ଦଳେଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ସରକାରୀ ଉଚ୍ଚ ବିଦ୍ୟାଳୟ ଡିଙ୍ଗର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୃସିଂହ ଚରଣ ଦାସଙ୍କ ସଭାପତିତ୍ୱ ଏବଂ ସି ଆର ସି ସି ମାଧବ ଚନ୍ଦ୍ର ପଟ୍ଟନାୟକ ଙ୍କ ଆବାହକତ୍ଵରେ ଡିଙ୍ଗର ଗ୍ରାମର ସରପଞ୍ଚ ଏବଂ ଏ ବି ଇ ଓ ଶ୍ରୀ ପ୍ରଧାନ ଅତିଥି ଭାବେ ଯୋଗଦାନ କରି କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories