ଗୋପାଳପୁର: ଆୟୁଷ ମନ୍ତ୍ରାଣାଳୟ ତରଫରୁ ପ୍ରତିବର୍ଷ ଧନ୍ବନ୍ତରୀ ଜୟନ୍ତୀକୁ ଆୟୁର୍ବେଦିକ ଦିବସ ରୂପେ ପାଳନ କରାଯାଏ। ଏହି ଅବସରରେ ଲୋକଙ୍କ ମଧ୍ୟରେ ଆୟୁର୍ବେଦ ନେଇ ସଚେତନତା ସୃଷ୍ଟି ପରିପ୍ରେକ୍ଷୀରେ ହର ଦିନ ହର ଘର ଆୟୁର୍ବେଦ ବିଷୟ ବସ୍ତୁ ଆଧାର କରି ଆସନ୍ତା ୨୩ ତାରିଖରେ ସପ୍ତମ ଆୟୁର୍ବେଦିକ ଦିବସ ପାଳିତ ହେବ। ଏଥି ପାଇଁ କେନ୍ଦ୍ର ଓ ଓଡିଶା ସରକାରଙ୍କ ଆୟୁଷ ବିଭାଗର ପ୍ରୋତ୍ସାହନରେ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦିକ କଲେଜରେ ଆୟୁର୍ବେଦ ଜନସଚେତନତା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡ଼ଃ ବିପିନ ବାହାରୀ ଖୁଣ୍ଟିଆ ଓ ଉପାଧ୍ୟକ୍ଷ ଡଃ ବିମଳ କୁମାର ପଣ୍ଡାଙ୍କ ନେତୃତ୍ବରେ ଜାରି ରହିଥିବା ବେଳେ ଗୋପାଳପୁର ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର, ଔଷଧ ବଣ୍ଟନ ସହ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ଗୋପାଳପୁର ଏନ ଏ ସି ଅଧ୍ୟକ୍ଷ ଏ ଜାନକୀ ରାମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏନ ଏ ସି ଉପାଧ୍ୟକ୍ଷା ବି ଉମା, କାଉନସିଲର ବି ମୋହନ,ଏସ ବିରେନ କୁମାରଙ୍କ ସମେତ କଲେଜ ର ଡଃ ଚିନ୍ମୟ ଭବାନୀ ପ୍ରସାଦ, ସାମ୍ବାଦିକ ରାଜିବ ଲୋଚନ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ଗୋପାଳପୁର ବାସୀଙ୍କ ରକ୍ତ ସର୍କରା ପରୀକ୍ଷା ସହ ବିଭିନ୍ନ ରୋଗର ନିଦାନ ପୂର୍ବକ ଔଷଧ ବଣ୍ଟନ କରାଯାଇଥିଲା।ଏହି ପରିପ୍ରେକ୍ଷୀରେ ପ୍ରାୟ ୩ ଶହରୁ ଉର୍ଦ୍ଧ୍ବ ଲୋକଙ୍କ ସ୍ବାସ୍ଥ୍ୟ ପରିକ୍ଷା କରାଯାଇଥିଲା। ଏହି ଅବସରରେ କଲେଜ ବିଦ୍ୟାର୍ଥୀ ମାନଙ୍କ ଦ୍ବାରା ସ୍ବାସ୍ଥ୍ୟ ହିଁ ସମ୍ପଦ ଶୀର୍ଷକ ଏକ ନାଟକ ପରିବେଷଣ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଅମ୍ଲା ଜୁସ, ଅମ୍ଲା ସ୍କ୍ୱାଷ, ଲାଜ ଆଦ୍ରକ ଆଦି ରୋଗୀଙ୍କୁ ବିତରଣ କରାଯାଇଥିଲା।
ସ୍ୱାସ୍ଥ୍ୟ ଶିବିରକୁ ଡା ବିମଲ କୁମାର ପଣ୍ଡା, ଡା ଚିନ୍ମୟ ଭଵାନି, ଡା ପ୍ରଦୀପ, ଡା ନିବେଦିତା ମହାପାତ୍ର, ଡା ସ୍ୱପ୍ନା ଡ଼ା.ଶିବ ପ୍ରସାଦ, ଡା ଘାସିରାମ, ଡା ଅଂଶୁମାନ, ଡା ଅଶ୍ୱିନୀ, ଡା ସୁବ୍ରତ ପ୍ରଭୁତି ପରିଚାଳନ କରିଥିଲେ। ଡଃ ପି କେ ସିଂ, ଡଃ ଏମ ସ୍ବୟଂ ପ୍ରଭା, ଡଃ ଏସ ପି ରାଉତ, ଡଃ ଏମ କେ ସିଂ, ଡଃ ଆର କେ ଛତ୍ରିଆ, ଡଃ ବି କେ ପଣ୍ଡା, ଡଃ ଏ ବିଶ୍ବାଳ, ଡଃ ଏସ କେ ଓଝା, ଡଃ ଏ କେ ସାହୁ, ଡଃ ଜି ସାହୁଙ୍କ ସମେତ ଅନ୍ୟ ପ୍ରଧ୍ୟାପକ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ଏହି ଅବସରରେ ଡ଼ ଚିନ୍ମୟ ଭବାନୀ ପ୍ରସାଦଙ୍କ ପକ୍ଷରୁ ଜନମାନସରେ ପାରମ୍ପରିକ ଚିକିତ୍ସା ପଦ୍ଧତି ସମ୍ବଦ୍ଧରେ ସଚେତନତା ସୃଷ୍ଠି କରିବା ଦିଗରେ ୩ଟି ମାଧ୍ୟମ ଜନସନ୍ଦେଶ, ଜନ ଭାଗିଦାରୀ, ଜନ ଆଲୋଡନକୁ ପାଥେୟ କରି ଅଗ୍ରସର ହେଵା ଉକ୍ତ କାର୍ଯ୍ୟକ୍ରମର ଅନ୍ୟତମ ଉଦେଶ୍ୟ ବୋଲି ମତପୋଷଣ କରିଥିଲେ।ଡା ଶିବ ପ୍ରସାଦ ଏବଂ ଡା ପ୍ରଦୀପଙ୍କ ଦିଗଦର୍ଶନରେ ଛାତ୍ର ଛାତ୍ରୀ ମାନେ ଆୟୁର୍ବେଦ ଏବଂ ଜୀବନଶୈଳୀ ଶୀର୍ଷକ ଏକ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରିଥିଲେ ଯାହା ବେଶ ଆଦୃତ ହୋଇଥିଲା। କାର୍ଯ୍ୟକ୍ରମରେ କଲେଜର ସମସ୍ତ ହାଉସ ଷ୍ଟାଫ, ଛାତ୍ର ଛାତ୍ରୀ, ଦ୍ଵିତୀୟ ବର୍ଷ ଛାତ୍ର ଛାତ୍ରୀ ତଥା ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀପ, ସୁଧାଂଶୁ, କହେଁଇ ଚିତ୍ରସେନ, ବିଜୟ ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଡା ଅଶ୍ୱିନଙ୍କ ପକ୍ଷରୁ ସଙ୍ଗୀତ ପରିବେଷଣ କରାଯାଇଥିଲା କାର୍ଯ୍ୟକ୍ରମରେ ଗିରିଧାରୀ ପ୍ରୋପ୍ରିଏଟର ପ୍ରିୟବ୍ରତ ସାହୁ ସହଯୋଗ କରିଥିଲେ।



