www.samajalive.in
Thursday, December 11, 2025
15.1 C
Bhubaneswar

ହନୁମାନ ମୋତେ ବିଜୟୀ କରାଇବେ: ରୁଷ୍‍ କମାଣ୍ଡର

ଖେରସନ: ପ୍ରଭୁ ହନୁମାନଙ୍କ ଉପରେ ମୋର ବିଶ୍ୱାସ ରହିଛି। ଭଗବାନ ଶିବ ଓ ଗଣେଶ ମଧ୍ୟ ଅଛନ୍ତି। ହନୁମାନ ସର୍ବଶକ୍ତିମାନ୍‍। ସେମାନଙ୍କ କରୁଣାରୁ ମୁଁ ଯୁଦ୍ଧରେ ବିଜୟୀ ହେବି। ଜେଲେନସ୍କି ତାଙ୍କ କୃତକର୍ମର ଫଳ ଭୋଗିବେ। ଅତ୍ୟନ୍ତ ଉତ୍ସାହ ଓ ଆତ୍ମବିଶ୍ୱାସର ସହିତ ଏହା କହିଛନ୍ତି ରୁଷ୍‍ର ଜଣେ ସେନା କମାଣ୍ଡର ମାକ୍ସିମ୍‍। ମାକ୍ସିମ ସମ୍ପ୍ରତି ରୁଷ୍‍ ସେନାର ଏକ ବାଟାଲିୟନ୍‍ର ନେତୃତ୍ୱ ନେଇ ୟୁକ୍ରେନ୍‍ ସୈନ୍ୟଙ୍କ ବିରୋଧରେ ଲଢେଇ କରୁଛନ୍ତି। ଏକ ଭାରତୀୟ ଟେଲିଭିଜନ ଚାନେଲ ସହିତ ସାକ୍ଷାତକାରରେ ମାକ୍ସିମ ନିଜ ହାତରେ ଟାଟୁ କରିଥିବା ଭଗବାନ ଶିବ, ଗଣେଶ ଏବଂ ହନୁମାନଙ୍କ ଚିତ୍ରକୁ ଦେଖାଇ କହିଛନ୍ତି, ଭଗବାନଙ୍କ ଉପରେ ତାଙ୍କର ପୂର୍ଣ୍ଣ ଭରସା ରହିଛି। ତାଙ୍କ ବାଟାଲିୟନର୍‍ ଅନ୍ୟ ସୈନ୍ୟମାନେ ମଧ୍ୟ ହନୁମାନଙ୍କର ଉପାସନା କରୁଛନ୍ତି। ହନୁମାନ ସର୍ବଶକ୍ତିମାନ୍‍। ତାଙ୍କ କରୁଣାରେ ସେମାନେ ୟୁକ୍ରେନ୍‍ ଯୁଦ୍ଧରେ ବିଜୟୀ ହେବେ। ଯୁଦ୍ଧରେ ବିଜୟୀ ହେବା ପରେ ସେ ଭାରତ ଆସିବେ। ମାକ୍ସିମ୍‍ କହିଛନ୍ତି, ତାଙ୍କ ବାଟାଲିୟନ୍‍ର କୌଣସି ସୈନ୍ୟ ଗୋମାଂସ ଭକ୍ଷଣ କରୁନାହାନ୍ତି। ଭଗବାନ ଶିବ, ଗଣେଶ ସେମାନଙ୍କୁ ସହାୟ ହେବେ ବୋଲି ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ ହସି ହସି ମାକ୍ସିମ କହୁଥିବା ଦେଖିବାକୁ ମିଳିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories