www.samajalive.in
Sunday, December 14, 2025
26.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

(୧) ସୂର୍ଯ୍ୟୋପରାଗ ପାଇଁ ରାଜ୍ୟରେ ଛୁଟି ଘୋଷଣା… ବନ୍ଦ ରହିବ ସରକାରୀ ଅନୁଷ୍ଠାନ… ଆସନ୍ତା ୨୫ ତାରିଖ ସମସ୍ତ ସରକାରୀ କାର୍ଯ୍ୟାଳୟ ଛୁଟି ରହିବା ନେଇ ଘୋଷଣା କଲେ ସରକାର… ସ୍କୁଲ, କଲେଜ ସହ ଖୋଲିବନି କୌଣସି ଶିକ୍ଷାନୁଷ୍ଠାନ… ବନ୍ଦ ରହିବ ରାଜସ୍ୱ ବିଭାଗୀୟ କୋର୍ଟ ଓ ବ୍ୟାଙ୍କ…

(୨) ‘ରୋଜଗାର ମେଳା’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ… ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେଲା ଶୁଭାରମ୍ଭ… ମେଳାରେ ୧୦ ଲକ୍ଷଙ୍କୁ ନିଯୁକ୍ତି ଦେବାକୁ ରଖାଯାଇଛି ଯୋଜନା… ଆଜି ପ୍ରଥମ ପର୍ଯ୍ୟାୟରେ ୭୫ ହଜାରଙ୍କୁ ମିଳିଲା ନିଯୁକ୍ତି ପତ୍ର… ଆଶାୟୀଙ୍କୁ ୟୁପିଏସସି, ଏସଏସସି ଏବଂ ରେଲୱେ ଦ୍ୱାରା ନିଯୁକ୍ତି…

- Advertisement -

(୩) ରାଉରକେଲାର ପାନପୋଷ ଛକରେ ବଡ଼ ଧରଣର ଅଗ୍ନିକାଣ୍ଡ… ଏକ ମିଠା ଦୋକାନରେ ଲାଗିଲା ନିଆଁ… ଜଣେ ମୃତ, ୨ ଆହତ… ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି… ସିଲିଣ୍ଡର ଫାଟି ଦୋକାନରେ ନିଆଁ ଲାଗିଯାଇଥିବା ସୂଚନା… ଘଟଣାସ୍ଥଳରେ ପହଞ୍ଚିଛି ଅଗ୍ନିଶମ ବିଭାଗ…

(୪) ବିଦ୍ୟୁତ୍‌ ନେଲା ୩ ଜୀବନ… ତେଲକୋଇ ଟାଙ୍ଗିରି ଗାଁର ଜୁଆଙ୍ଗ ସାହିରେ ଅଭାବନୀୟ ଘଟଣା…  ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୩ଜଣ ମହିଳାଙ୍କ ମୃତ୍ୟୁ… ଛେଳିକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ ମହିଳା…

(୫) ଉପନିର୍ବାଚନ ପାଇଁ ଦୁଲୁକୁଛି ଧାମନଗର… ପ୍ରଚାର ମୈଦାନରେ ୩ ଦଳର ନେତା… ଜମିଲାଣି ଷ୍ଟାର ପ୍ରଚାରକଙ୍କ ଭିଡ… ବିଜେଡି-ବିଜେପି ମଧ୍ୟରେ ଦେଖିବାକୁ ମିଳୁଛି କଡ଼ା ଟକ୍କର… ଭୋଟରଙ୍କୁ ମନାଇବାକୁ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ କରୁଛନ୍ତି କସରତ…

 

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories