www.samajalive.in
Monday, December 8, 2025
13.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଜୟପୁର ବିମାନବନ୍ଦରକୁ ବିମାନ ଉଡ଼ାଣ ନେଇ ମିଳିଲା ଅନୁମତି.. ‘ଉଡ଼ାନ୍‌’ ଯୋଜନାରେ ଲାଇସେନ୍ସ ଦେଲେ ଡିଜିସିଏ..

୮ହଜାର ଟଙ୍କା ଲାଞ୍ଚ ନେବା ହେଲା କାଳ; ଭିଜିଲାନ୍ସ ହାତରେ ଧରାପଡ଼ିଲେ ଦେବଗଡ଼ ଜିଲା ତିଲେଇବଣି ବ୍ଲକରେ ଅବସ୍ଥାପିତ କନିଷ୍ଠ ଯନ୍ତ୍ରୀ ବିଜୟାନନ୍ଦ ସାହୁ

- Advertisement -

କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କୁ କରାଯାଇଛି ଅପମାନ.. ସରକାରୀ କାର୍ଯ୍ୟକ୍ରମରେ ଜୋତା ପିନ୍ଧି ମହାବାହୁଙ୍କୁ ପୁଷ୍ପ ପ୍ରଦାନ କରି ପୂଜା କଲେ ମାଲକାନଗିରି ଜିଲ୍ଲା କୋରକଣ୍ଡା ଉଚ୍ଚବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟିତ୍ରୀ ଜୋତ୍ସ୍ନାରାଣୀ ପ୍ରଧାନ..

ମଧ୍ୟପ୍ରଦେଶର ମୋରେନାରେ ଗୁରୁବାର ବାଣ ଗୋଦାମରେ  ଘଟିଛି ବିସ୍ଫୋରଣ .. ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଥିବା ଜଣାପଡ଼ିଛି ..  ଦିନ ପ୍ରାୟ ୧୧ଟା ୩୦ ସମୟରେ ଘଟିଛି ଏହି ଦୁର୍ଘଟଣା..

ବେଙ୍ଗାଲୁରୁରେ ପୁଣି ବର୍ଷା ବିତ୍ପାତ..  କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ବୁଧବାର ସନ୍ଧ୍ୟାରୁ ଲଗାଣ ବର୍ଷା କାରଣରୁ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି .. ଅଧିକାଂଶ ସ୍ଥାନରେ ରାସ୍ତାଘାଟ, କଲୋନୀ ଓ କାର୍ଯ୍ୟାଳୟ ମାନଙ୍କରେ ହୋଇଛି ଜଳାର୍ଣ୍ଣବ

ସମ୍ଭାବ୍ୟ ବାତ୍ୟା ନେଇ ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ପକ୍ଷରୁ ପ୍ରତିକ୍ରିୟା .. ବାତ୍ୟା ପାଇଁ ପ୍ରସ୍ତୁତ ରହିବା ପାଇଁ ୩୦ ଜିଲ୍ଲାପାଳଙ୍କୁ  ଦିଆଯାଇଛି ନିର୍ଦ୍ଦେଶ .. ବାତ୍ୟା ଆଶ୍ରୟସ୍ଥଳୀ, କଲେଜ ଓ ସ୍କୁଲ ପ୍ରସ୍ତୁତ କରାଯାଉଛି..

ସମ୍ଭାବ୍ୟ ବାତ୍ୟା ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ ହେଉଥିବା ନେଇ ସୂଚନା .. ଓଡିଶା ଉପକୂଳରୁ କିଛି ଦୂରରେ ସ୍ପର୍ଶ କରି ଚାଲିଯିବ ବାତ୍ୟା .. ଏନେଇ ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ଟ୍ୱିଟ ଯୋଗେ ମିିଳିଛି ସୂଚନା ..

ବାତ୍ୟା ମୁକାବିଲା ପାଇଁ ବୈଠକ ଡାକିଲେ ମୁଖ୍ୟ ଶାସନ ସଚିବ.. ଆଜି ଅପରାହ୍ନ ୫ଟାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ .. ବୈଠକରେ ଏସିଆରସିଙ୍କ ସମେତ ଉପସ୍ଥିତ ରହିବେ ବରିଷ୍ଠ ଅଧିକାରୀ..

ଜାତିସଂଘରେ ଭାରତର ପ୍ରସ୍ତାବରେ ପୁଣି ବାଧାଦେଲା ଚୀନ .. ହାଫିଜ ତଲହାକୁ ବିଶ୍ବ ଆତଙ୍କବାଦୀ ଘୋଷଣା ପ୍ରସ୍ତାବକୁ ଅଟକାଇଲା ଚୀନ ..  ଜାତିସଂଘରେ ସ୍ବତନ୍ତ୍ର ଅଧିକାର ବଳରେ ଭାରତର ପ୍ରସ୍ତାବକୁ ଅଟକାଇଲା ଚୀନ..

୫ ମାସ ମଧ୍ୟରେ ପଞ୍ଚମ ଥର ପାଇଁ ଭାରତର ପ୍ରସ୍ତାବ ଉପରେ ଚୀନର ରୋକ .. ମୁମ୍ବଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସୟିଦର ପୁଅ ହାଫିଜ ତଲହା..

ଗତ ଏପ୍ରିଲରେ ହାଫିଜ ତଲହାକୁ ଆତଙ୍କବାଦୀ ଘୋଷଣା କରିଥିଲା ଭାରତ..

ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚ ପୁନଃସ୍ଥାପନ ଦାବିରେ ଆନ୍ଦୋଳନ..  କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସରକାରୀ ଓ ବେସରକାରୀ ଅଫିସ ବନ୍ଦ ଡାକରା .. ବ୍ୟାଙ୍କ, ପୋଷ୍ଟ ଅଫିସ ସମେତ ବିଭିନ୍ନ ଅଫିସ ଆଜି ବନ୍ଦ ରହିବ..

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories