ହାତୀମୃତ୍ୟୁ ଘଟଣାରେ ୩ ଅଟକ
କାମାକ୍ଷାନଗର : ଭୁବନ ରେଞ୍ଜ ଅନ୍ତର୍ଗତ ରାଙ୍କିଆ ଗ୍ରାମରେ ବିଦ୍ୟୁତ ଆଘାତ ଜନିତ ହାତୀ ମୃତ୍ୟୁ ଘଟଣାରେ ବନବିଭାଗ ପକ୍ଷରୁ ତଦନ୍ତ କ୍ରମରେ ୩ ଜଣଙ୍କୁ ଅଟକ ରଖାଯାଇଛି । ସେମାନେ ହେଲେ ରଙ୍କିଆ ଗ୍ରାମର ମାନସ ପାତ୍ର, ରମେଶ ମାଟିଆ, ମାଝୀ ପାତ୍ର । ପ୍ରକାଶ ଥାଉକି ଗତ ୧୪ ତାରିଖରେ ରଙ୍କିଆ ଗ୍ରାମ କଇଁଥଗୋଡା ନିକଟରେ ବିଦ୍ୟୁତ ଆଘାତରେ ଏକ ହାତୀର ମୃତ୍ୟୁ ହୋଇଥିଲା । ଏହି ହାତୀ ମୃତ୍ୟୁ ଘଟଣାରେ ତଦନ୍ତ କ୍ରମରେ ୩ ଜଣଙ୍କୁ ଅଟକ ରଖାଯାଇଛି ।
Comments are closed.