www.samajalive.in
Sunday, December 14, 2025
26.1 C
Bhubaneswar

୫ଟି ସ୍କୁଲ ରାସ୍ତା ଅବସ୍ଥା ଶୋଚନୀୟ; ଛାତ୍ରଛାତ୍ରୀ ହନ୍ତସନ୍ତ

ହରଭଙ୍ଗା: ସରକାର ୫ଟି ରୂପାନ୍ତରିକରଣ ଯୋଜନାରେ ଶିକ୍ଷାନୁଷ୍ଠାର ଭିତ୍ତିଭୂମି ଉପରେ ଗୁରୁତ୍ୱାରୋପ କରୁଛନ୍ତି ସତ, ମାତ୍ର ଏହି ସ୍କୁଲଗୁଡିକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡୁଥିବାରୁ ପିଲାମାନେ ଯାତାୟତରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ଅବସ୍ଥାରେ ହରଭଙ୍ଗା ବ୍ଲକ ବଡବନ୍ଧ କନ୍ୟାଶ୍ରମ ୫ଟି ସ୍କୁଲ ରାସ୍ତା ରହିଥିବାବେଳେ ହରଭଙ୍ଗା ନୋଡାଲ ହାଇସ୍କୁଲ ରାସ୍ତା ଦ୍ୱୟ ମଧ୍ୟ ଶୋଚନୀୟ ଅବସ୍ଥାରେ ପଡ଼ିରହିଥିବା ଦେଖିବାକୁ ମିଳିଛି। ପ୍ରକାଶ ଯେ, ବଡବନ୍ଧ କନ୍ୟାଶ୍ରମ ୫ଟି ହାଇସ୍କୁଲ ରାସ୍ତା ଉପରେ ସେଠାରେ ରହିଥିବା ଆଉ ଏକ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସାଙ୍ଗକୁ ଏକ ଅଙ୍ଗନଓ୍ବାଡ଼ି କେନ୍ଦ୍ରର କୁନି କୁନି କୋମଳମତି ଶିଶୁ ନିର୍ଭର କରନ୍ତି। ରାସ୍ତା ଉପରୁ ପିଚୁ ଉଠିଯିବା ସହିତ ରାସ୍ତାଟି ଖାଲଖମାରେ ପରିଣତ ହେବାରୁ ଏହି ରାସ୍ତାରେ ଚାଲିଚାଲି ଯିବା ମଧ୍ୟ କଷ୍ଟକର ହୋଇପଡୁଛି।

ସେହିପରି ହରଭଙ୍ଗା ୫ଟି ନୋଡାଲ ହାଇସ୍କୁଲକୁ ସଂଯୋଗ କରୁଥିବା ଦୁଇଟି ରାସ୍ତା ଅବସ୍ଥା ବଡ ବଡ ଭାରିଯାନ ଚଳାଚଳ ଯୋଗୁଁ ଶୋଚନୀୟ ହୋଇପଡ଼ିଛି। ଗୋଟିଏ ପାର୍ଶ୍ବ ରାସ୍ତାରେ ହରଭଙ୍ଗା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ରହିଥିବା ଧାନମଣ୍ଡିକୁ ବିଭିନ୍ନ ପ୍ରକାର ଭାରିଯାନ ଚଳାଚଳ ଯୋଗୁଁ କଂକ୍ରିଟ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟହେବାକୁ ବସିଥିବା ବେଳେ ଅନ୍ୟ ପାର୍ଶ୍ବ ରାସ୍ତାରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକରୁଥିବା ଏଲଏଣ୍ଡଟି ନାମକ ଠିକାସଂସ୍ଥାର ଦଶଚକିଆ ଭଳି ଭାରିଯାନ ଚଳାଚଳ ଯୋଗୁଁ ରାସ୍ତାଟି ଶୋଚନୀୟ ହୋଇପଡ଼ିଛି। ଯାହାଫଳରେ ଏହି ସ୍କୁଲ ଉପରେ ନିର୍ଭର କରୁଥିବା ଶହ ଶହ ଛାତ୍ରଛାତ୍ରୀ ଯାତାୟତ ପାଇଁ ଅସୁବିଧା ଭୋଗୁଛନ୍ତି। ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ରାସ୍ତା ନିର୍ମାଣ ଉପରେ ଗୁରତ୍ୱାରୋପ କରିବାକୁ ବୁଦ୍ଧିଜୀବୀ ଏବଂ ସମାଜସେବୀ ମହଲରୁ ଦାବୀ ଉଠୁଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories