www.samajalive.in
Thursday, December 11, 2025
15.1 C
Bhubaneswar

ଏସ୍‍ସିବି ସମାବର୍ତ୍ତନ ଉତ୍ସବ: ଅବଧି ପୂରିିଲାଣି;ରିପୋର୍ଟ ମିଳୁନି ରାଜ୍ୟପାଳଙ୍କୁ

ଭୁବନେଶ୍ୱର:ଏସ୍‍ସିବି ମେଡିକାଲ କଲେଜର ସମାବର୍ତ୍ତନ ଉତ୍ସବ ପାଳନ ବେଳେ କଲେଜ କର୍ତ୍ତୃପକ୍ଷ ସମ୍ବିଧାନର ନିୟମ ପାଳନ କରି ନଥିଲେ ବୋଲି ବିଧାନସଭାରେ ଝଡ଼ ସୃଷ୍ଟି ହୋଇଥିଲା। ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଏସ୍‍ସିବି ଅଧ୍ୟକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହିତ ସରକାରଙ୍କଠାରୁ ଉତ୍ତର ଲୋଡିଲେ। ଏହାକୁ ନେଇ ବାଚସ୍ପତି ପ୍ରଦୀପ କୁମାର ଅମାତ୍‍ ସ୍ୱାସ୍ଥ୍ୟବିଭାଗ ମନ୍ତ୍ରୀଙ୍କୁ ଉତ୍ତର ଦେବାପାଇଁ ନିର୍ଦେଶ ଦେଇଥିଲେ।
ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟବିଭାଗ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଘଟଣାର ତଦନ୍ତ କରି ସେପ୍ଟେମ୍ବର ୨୭ତାରିଖରେ ଗୃହକୁ ଅବଗତ କରାଯିବ ବୋଲି ଜଣାଇଥିଲେ। ହେଲେ ଇତିମଧ୍ୟରେ ଅବଧି ପୂରଣ ହେବାର ମାସେ ବିତିବାକୁ ବସିଲାଣି। କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟକୁ ଚାପି ବସିଛି। ଏସଂକ୍ରାନ୍ତରେ ରାଜ୍ୟପାଳ ତଥା କୁଳାଧିପତିଙ୍କ ପକ୍ଷରୁ ରିପୋର୍ଟ ଗତ ୨୯ତାରିଖରେ ସ୍ୱାସ୍ଥ୍ୟବିଭାଗଠାରୁ ଲୋଡାଯାଇଥିଲା। ହେଲେ ଏପର୍ଯ୍ୟନ୍ତ ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ କୌଣସି ରିପୋର୍ଟ ପହଞ୍ଚି ନାହିଁ ବୋଲି ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ ଜଣାଇଛନ୍ତି।
ସେହିପରି ବିଧାନସଭାରେ ମଧ୍ୟ ଏସଂକ୍ରାନ୍ତୀୟ ରିପୋର୍ଟ ପହଞ୍ଚି ନଥିବା ବିରୋଧୀଦଳ ନେତା ନରସିଂହ ମିଶ୍ର ସ୍ପଷ୍ଟ କରିଛନ୍ତି। ଶ୍ରୀ ମିଶ୍ରଙ୍କ ସୂଚନା ଅନୁଯାୟୀ ସରକାରଙ୍କ ପକ୍ଷରୁ ତଦନ୍ତ ରିପୋର୍ଟ ମିଳିଥିବା ନେଇ କୌଣସି ଖବର ନାହିଁ। ଅନ୍ୟପକ୍ଷରେ ସ୍ୱାସ୍ଥ୍ୟବିଭାଗର ତଦନ୍ତକାରୀ ଅଧିକାରୀ ଶରତ ମିଶ୍ର ଏସଂକ୍ରାନ୍ତୀୟ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯାଇଛି ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ୧୬ରେ ଏସ୍‍ସିବିରେ ସମାବର୍ତ୍ତନ ଉତ୍ସବ ପାଳନ ବେଳେ କୁଳାଧିପତି ତଥା ରାଜ୍ୟପାଳଙ୍କୁ ନିୟମ ଅନୁଯାୟୀ ନିମନ୍ତ୍ରଣ କରାଯାଇ ନଥିଲା। ଏହାକୁ ନେଇ ବିଧାନସଭାରେ ତା’ ପରଦିନ ଶୂନ୍ୟକାଳରେ ବିରୋଧୀଦଳ ନେତା ଶ୍ରୀ ମିଶ୍ର ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ସେ କହିଥିଲେ ଯେ ନିୟମ ଅନୁଯାୟୀ ବିଶ୍ୱବିଦ୍ୟାଳୟର କୁଳାଧିପତି ହିଁ ସର୍ବଶ୍ରେଷ୍ଠ। ମାତ୍ର ସମାବର୍ତ୍ତନ ଉତ୍ସବ ବେଳେ ତାଙ୍କୁ ନିମନ୍ତ୍ରଣ ନକରିବା ଏବଂ ତାଙ୍କୁ ନଜଣାଇବା କୁଳାଧିପତିଙ୍କ ପ୍ରତି ଅବମାନନା ହୋଇଛି। କଲେଜ ଅଧ୍ୟକ୍ଷ କେଉଁ ପରିପ୍ରେକ୍ଷୀରେ ଏଭଳି ଦୁଃସାହସ କାର୍ଯ୍ୟ କଲେ ତାହାର ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଇ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏହି ପ୍ରସଙ୍ଗରେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଅନୁରୂପ ଭାବେ ଗୃହରେ ଅଭିଯୋଗ ବାଢ଼ିଥିଲେ।
କେବଳ ଯେ ଏସ୍‍ସିବି ସମାବର୍ତ୍ତନ ଉତ୍ସବ ବେଳେ କୁଳାଧିପତିଙ୍କୁ ଡକା ନଯିବା ଭଳି ତ୍ରୁଟି ହୋଇଛି ତାହା ନୁହେଁ, ଉତ୍କଳ ବିଶ୍ୱବିଦ୍ୟାଳୟରେ ମଧ୍ୟ ଚଳିତବର୍ଷ ସମାବର୍ତ୍ତନ ଉତ୍ସବ ପାଳନ କରାଯାଇନାହିଁ। କେଉଁ ପରିପ୍ରେକ୍ଷୀରେ ସମାବର୍ତ୍ତନ ଉତ୍ସବ ପାଳନ ହେଲା ନାହିଁ ସେନେଇ ତଳୁ ଉପରିସ୍ଥ ଅଧିକାରୀଙ୍କ ପର୍ଯ୍ୟନ୍ତ କେହି ମୁହଁ ଖୋଲୁ ନାହାନ୍ତି। ସମସ୍ତେ ନିଜ ମୁଣ୍ଡରୁ ଦୋଷ ଖସାଇବାପାଇଁ କାଳେ କୁଳାଧିପତିଙ୍କୁ ପତ୍ର ଲେଖାଯାଇଥିବ, କାଳେ କୁଳପତି ଚିଠି ପାଇ ନଥିବେ ଏହିଭଳି କହୁଛନ୍ତି। ଅନ୍ୟପକ୍ଷରେ ଲକ୍ଷାଧିକ ଛାତ୍ରଛାତ୍ରୀ ଓ ମେଧାବୀ ସମ୍ମାନ ଓ ପ୍ରମାଣପତ୍ର ନପାଇ ଚାହିଁ ବସିଛନ୍ତି। ସୂଚନା ଅନୁଯାୟୀ ୨୦୧୪-୧୫, ୨୦୧୫-୧୬, ୨୦୧୬-୧୭ ଶିକ୍ଷାବର୍ଷରେ ପ୍ରାୟ ୧ଲକ୍ଷ ୮୨ହଜାର ସାର୍ଟିଫିକେଟ୍‍ ବିତରଣ କରାଯାଇନାହିଁ। କେଉଁ ପରିପ୍ରେକ୍ଷୀରେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସମାବର୍ତ୍ତନ ଉତ୍ସବ ପାଳନ କଲେ ନାହିଁ ଏବେ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ ପ୍ରମାଣପତ୍ର ଦେଉ ନାହାନ୍ତି ସେନେଇ ସରକାର ଦୃଷ୍ଟି ଦେବାକୁ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରୁ ଦାବି ହୋଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories