www.samajalive.in
Thursday, December 11, 2025
15.1 C
Bhubaneswar

ପୁରୀ ହିଂସାକାଣ୍ଡ : ଆଉ ୬ ଗିରଫ

ପୁରୀ: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ବିରୋଧ କରି ପୁରୀବନ୍ଦ ବେଳେ ହିଂସାକାଣ୍ଡ ଅଭିଯୋଗରେ ସିଂହଦ୍ୱାର ଥାନା ପୁଲିସ ସୋମବାର ଆଉ ୬ଜଣଙ୍କୁ ଗିରଫ କରିଛି। ସେଥିରେ ୨ଜଣ ସେବକ ରହିଛନ୍ତି। କୋର୍ଟ ସେମାନଙ୍କୁ ବିଚାର ବିଭାଗୀୟ ଜେଲ୍‍ ହାଜତକୁ ପଠାଇଛନ୍ତି। ଗିରଫ ବ୍ୟକ୍ତିମାନେ ହେଲେ ଲୋକନାଥ ରୋଡ଼ ରାଜା କଲୋନୀର ମିହିର ମହନ୍ତ (୪୫), ଦାଣ୍ଡିମାଳ ସାହିର କାଳନ୍ଦୀ ଚରଣ ପଣ୍ଡା (୪୬), ଖୋର୍ଦ୍ଧା ଜିଲା ବାଣପୁରର ସନ୍ତୋଷ କୁମାର ପଟ୍ଟନାୟକ (୩୮), ମାର୍କଣ୍ଡେଶ୍ୱର ସାହିର କୈବଲ୍ୟ ସାହୁ (୨୨), ମଣିକର୍ଣ୍ଣିକା ସାହିର ସତ୍ୟନାରାୟଣ ଗୁରୁ (୩୫) ଏବଂ ବାସେଳି ସାହିର ନାରାୟଣ ବେହେରା (୩୦) ବୋଲି ପୁଲିସ ସୂଚନା ଦେଇଛି। ସେମାନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ସଙ୍ଗୀନ ଦଫାରେ ପୁଲିସ ମୋକଦ୍ଦମା ରୁଜୁ କରିଛି।
ସୋମବାରର ଗିରଫ ଘଟଣାକୁ ମିଶାଇ ପୁରୀ ହିଂସାକାଣ୍ଡ ମାମଲାରେ ଏପର୍ଯ୍ୟନ୍ତ ୯୨ଜଣଙ୍କୁ ଗିରଫ କରାଯାଇଥିବା ଆରକ୍ଷୀ ଅଧୀକ୍ଷକ ଡା. ସାର୍ଥକ କୁମାର ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି। ସେ କହିଲେ ହିଂସାକାଣ୍ଡରେ ସମ୍ପୃକ୍ତ ଅଧିକାଂଶ ବ୍ୟକ୍ତିଙ୍କୁ ସିସିଟିଭି ଫୁଟେଜରୁ ଚିହ୍ନଟ କରାଯାଇଛି। ସବୁ ଅଭିଯୁକ୍ତଙ୍କୁ ଗିରଫ କରାଯିବ। ବେଆଇନ ଭାବେ ପୁରୀବନ୍ଦ ଡାକରା ଦେଇଥିବା ଏବଂ ହିଂସାକାଣ୍ଡ ପାଇଁ ଉତ୍ସାହିତ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ସୋମବାର ସେ ଗଣମାଧ୍ୟମକୁ କହିଲେ ଶ୍ରୀମନ୍ଦିର ସିଂହଦ୍ୱାର ସୂଚନାକେନ୍ଦ୍ର ଓ ପୁଲିସ ଫାଣ୍ଡି ସମେତ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ ଭଙ୍ଗାରୁଜା ଓ ଡକାୟତି ଘଟଣାକୁ ପୁଲିସ ଗୁରୁତର ଭାବେ ଗ୍ରହଣ କରିଛି। ଏହାଛଡ଼ା ମାଗଣା ଜୋତାଷ୍ଟାଣ୍ଡ ଏବଂ ଟ୍ରାଫିକ ପୋଷ୍ଟ ପୋଡ଼ାଜଳା କରିଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଗତ ୩ତାରିଖ ଦିନ ପୁରୀ ବନ୍ଦ ବେଳେ ବଡ଼ଧରଣର ହିଂସାକାଣ୍ଡ ପାଇଁ ପୂର୍ବରୁ ଯୋଜନାବଦ୍ଧ ଷଡ଼ଯନ୍ତ୍ର କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories