www.samajalive.in
Monday, December 8, 2025
13.1 C
Bhubaneswar

ଭିରୁଡ଼ାରେ ରକ୍ତଦାନ ଶିବିର, ୧୦୫ ୟୁନିଟ ରକ୍ତ ସଂଗୃହିତ

ତିଗିରିଆ :  ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ତିଗିରିଆ ବିଜୁ ମହିଳା, ଯୁବ, ଛାତ୍ର ଜନତା ଦଳ ଓ ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ କାର୍ଯ୍ୟକ୍ରମ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଭିରୁଡ଼ା ଗ୍ରାମ ପଞ୍ଚାୟ କାର୍ଯ୍ୟାଳୟ ଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ କଟକ କେନ୍ଦ୍ରୀୟ ରକ୍ତ ଭଣ୍ଡାରର ଡାକ୍ତର ଓ କର୍ମଚାରୀ ଉପସ୍ଥିତ ରହି ସମୁଦାୟ ୧୦୫ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ତିଗିରିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ, ବ୍ଲକ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ରୂପା ଦଳେଇ, ମିଶନଶକ୍ତି ସଭାନେତ୍ରୀ ସମସୁରା ବେଗମ୍, ଜିଲ୍ଲା ବିଜେଡ଼ି ଉପ ସଭାପତି ନୃସିଂହ ମହାପାତ୍ର, ବ୍ଲକ ବିଜେଡ଼ି ସଭାପତି ଅଜିତ ଧୀର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭାଗିରଥୀ ନନ୍ଦ, ଜିଲ୍ଲାପରିଷଦ ସଞ୍ଜୟ ମଲ୍ଲିକ, ବିଜୟ ବଳିୟାରସିଂହ, ସରପଞ୍ଚ ବେଣୁଧର ସାହୁ, ସମିତି ସଭ୍ୟ ଧନେଶ୍ୱର ରଣା ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଶିବିରରେ ଦଳୀୟ ସ୍ୱେଚ୍ଛାସେବୀ ଯୁବକମାନେ ଉପସ୍ଥିତ ରହି ରକ୍ତଦାନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି ଅବସରରେ ଭିରୁଡ଼ାରେ ନବନିର୍ମିତ ଏକ ମିଶନଶକ୍ତି ସଭାଗୃହକୁ ଉଦ୍ଘାଟନ କରାଯାଇଥିଲା ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories