www.samajalive.in
Wednesday, December 10, 2025
14.1 C
Bhubaneswar

ଜେମାଦେଇପୁରରେ ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା

ତିଗିରିଆ :  ତିଗିରିଆ ବ୍ଲକ ଅନ୍ତର୍ଗତ ଜେମାଦେଇପୁର ପଞ୍ଚାୟତରେ ବୁଧବାର ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜେମାଦେଇପୁର ପଞ୍ଚାୟତର ବାସୁଦେବପୁର ଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇ ଜେମାଦେଇପୁର, ଚଷାସାହି, ଗୌତମପୁର ଦେଇ ଜେମାଦେଇପୁର ଉଚ୍ଚ ବିଦ୍ୟାଳୟ ନିକଟରେ ଶେଷ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡ଼ି ଉପସଭାପତି ନୃସିଂହ ମହାପାତ୍ର, ବ୍ଲକ ବିଜେଡ଼ି ସଭାପତି ଅଜିତ ଧୀର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭାଗିରଥୀ ନନ୍ଦ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ତାପସ ପ୍ରଧାନ, ବ୍ଲକ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ରୂପା ଦଳେଇ, ବ୍ଲକ ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ, ଜିଲ୍ଲାପରିଷଦ ସଞ୍ଜୟ ମଲ୍ଲିକ ଓ ସସ୍ମିତା ରାଉତ, ପଞ୍ଚାୟତ ବିଜେଡ଼ି ସଭାପତି ବୈକୁଣ୍ଠ ନନ୍ଦୀ, ସାହାଦତ୍ ଖାଁ, ବସିରୁଲ ହକ୍, ହିମାଂଶୁ ଶେଖର ସ୍ୱାଇଁ, ପଞ୍ଚାୟତ ମହିଳା ସଭାପତି ଅନସୂୟା ପ୍ରଧାନ, ସସ୍ମିତା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଘରକୁ ଘର ବୁଲି ଲୋକଙ୍କୁ ଅବଗତ କରିଥିଲେ। ଏହି ଅବସରରେ ବରିଷ୍ଠ ନେତୃମଣ୍ଡଳୀ ପଦଯାତ୍ରାର ବିଭିନ୍ନ ପଥପ୍ରାନ୍ତ ସଭାରେ ଉଦବୋଧନ ଦେଇଥିଲେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories