www.samajalive.in
Wednesday, December 10, 2025
16.1 C
Bhubaneswar

ଚିଟଫଣ୍ଡ ଦୁର୍ନୀତି ମାମଲା: ରାଜ୍ୟ ସରକାର ଓ ସିବିଆଇକୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ଭୁବନେଶ୍ୱର: ଚିଟଫଣ୍ଡ ଦୁର୍ନୀତି ମାମଲାକୁ ନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି । ଘଟଣାକୁ ନେଇ ସିବିଆଇକୁ ମଧ୍ୟ ନୋଟିସ କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା ପ୍ରସଙ୍ଗରେ ଏହି ନୋଟିସ କରାଯାଇଥିବା ବେଳେ, ଘଟଣାକୁ ନେଇ କେଉଁ ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ । ଏହି ସମ୍ବଦ୍ଧରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇବାକୁ କୁହାଯାଇଛି । ଜଷ୍ଟିସ ଏମ୍‌.ଆର୍‌ ଶାହା ଓ ଜଷ୍ଟିସ୍‌ କ୍ରିଷ୍ଣା ମୁରାରୀଙ୍କ ଖଣ୍ଡପୀଠ ଏହି ନିର୍ଦେଶ ଦେଇଛନ୍ତି । ଏନେଇ ଅବେଦନକାରୀଙ୍କ ପକ୍ଷରୁ ଲଢ଼ୁଥିବା ଓକିଲ ପ୍ରଶାନ୍ତ ଭୂଷଣ ସୂଚନା ଦେଇଛନ୍ତି ।

ପ୍ରାୟ ୧୦ ବର୍ଷ ବିତିଯାଇଥିଲେ ବି ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଇନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦେଶରେ ସିବିଆଇ ଘଟଣାର ତଦନ୍ତ କରୁଥିଲା । ରାଜ୍ୟ ସରକାର ମଧ୍ୟ ଏକ ତଦନ୍ତ କମିଶନ ଗଠନ କରିଥିଲେ । ବାରମ୍ବାର କମିଶନର କାର୍ଯ୍ୟକାଳ ବଢ଼ାଯାଇଥିଲା । ହେଲେ ପରେ କମିଶନକୁ ବନ୍ଦ କରିଦିଆଯାଇଛି । ଖାଲି ସେତିକି ନୁହେଁ ଠିକା ସଂସ୍ଥା ଠାରୁ ବହୁ କୋଟି ଅର୍ଥ ମଧ୍ୟ ଆଦାୟ କରାଯାଇଛି । ହେଲେ ତଥାପି କ୍ଷତିଗ୍ରସ୍ତ ଜମାକାରୀ ମାନଙ୍କୁ ଏଯାବତ୍‌ ଟଙ୍କା ଫେରସ୍ତ ହୋଇନାହିଁ । ଟଙ୍କା ଫେରାଇବାକୁ କେଉଁ ପଦକ୍ଷେପ ନିଆଯାଇଛି ତାହା ବର୍ତ୍ତମାନ ଜାଣିବାକୁ ଚାହିଁଛନ୍ତି କୋର୍ଟ । ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୪କୁ ଧାର୍ଯ୍ୟ କରାଯାଇଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories