www.samajalive.in
Thursday, December 11, 2025
13.1 C
Bhubaneswar

ୟୁକ୍ରେନ ଉପରେ ରୁଷ୍‌ର ଜୋରଦାର ଆକ୍ରମଣ

କିଭ୍‌ : ୟୁକ୍ରେନ ଉପରେ ଆକ୍ରମଣ ଜୋରଦାର କରିଛି ରୁଷ୍। ରୁଷ ଓ କ୍ରିମିଆକୁ ଯୋଗାଯୋଗ କରୁଥିବା କେର୍ଚ ସେତୁ ଉପରେ ୟୁକ୍ରେନର ଆକ୍ରମଣ ପରେ ରୁଷ୍ ପ୍ରତିଆକ୍ରମଣ କରିଛି। କେର୍ଚ ସେତୁ ଉପରେ ୟୁକ୍ରେନର ଆକ୍ରମଣକୁ ରୁଷ୍ ଆତଙ୍କବାଦୀ ଦର୍ଶାଇବା ସହ ଏହାର କଡା ଜବାବ ଦେଇଛି। ରୁଷ୍ ସେନା ସୋମବାର ୟୁକ୍ରେନର ବିଭିନ୍ନ ସହରରେ ବୋମାମାଡ କରିଛି। ଏଥିରେ ୟୁକ୍ରେନର ରାସ୍ତାଘାଟ ଓ କୋଠାବାଡି ନଷ୍ଟ ହେବା ସହ ସାଧାରଣ ଲୋକଙ୍କ ଜୀବନହାନି ଘଟିଛି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ୟୁକ୍ରେନର ଆତଙ୍କବାଦୀ ଆକ୍ରମଣ ଉପରେ ମସ୍କୋ ପ୍ରତିଜବାବ ଦେଇଛି। ୟୁକ୍ରେନ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ସୋମବାର ରୁଷ୍ ସେନା ପକ୍ଷରୁ ୭୫ଟି କ୍ଷେପଣାସ୍ତ୍ର ମାଡ କରାଯାଇଛି। ରାଜଧାନୀ କିଭି ସହିତ ଦକ୍ଷିଣ ଓ ପୂର୍ବାଞ୍ଚଳର ପ୍ରମୁଖ ସହରଗୁଡିକ ଉପରେ ଏହି କ୍ଷେପଣାସ୍ତ୍ର ମାଡ ହୋଇଛି। ଆଉ ମଧ୍ୟ ଲୋକଙ୍କ ଯିବା ଆସିବା ସମୟରେ ଏହି ଆକ୍ରମଣ ହୋଇଛି। ଯଦ୍ଦ୍ବାରା ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି। ୟୁକ୍ରେନର କହିବା ଅନୁଯାୟୀ ରୁଷ୍‌ର ଆକ୍ରମଣରେ ୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୪ଜଣ ଆହତ ହୋଇଛନ୍ତି।
ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡମିର ଜେଲେନସ୍କି କହିଛନ୍ତି ଯେ ରୁଷ୍ ଆମକୁ ପୃଥିବୀ ପୃଷ୍ଠରୁ ଲୋପ କରିଦେବାକୁ ଚାହଁୁଛି। କାରଣ ରୁଷ୍ ଉଦ୍ଦେଶ୍ୟମୂଳକ ଭାବେ ଜନଗହଳି ସମୟରେ କ୍ଷେପଣାସ୍ତ୍ର ମାଡ କରିଛି। ଟେଲିଗ୍ରାମ ମେସେଜ୍ ଆପ୍‌ରେ ଜେଲେନସ୍କି କହିଛନ୍ତି ଯେ ରୁଷ୍ ହଠାତ୍ ଏହାର ଆକ୍ରମଣକୁ ଜୋରଦାର କରିବା ଦ୍ବାରା ଧନ ଜୀବନ ହାନି ଘଟିଛି। ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ରୁଷ୍ ୮୧ଟି କ୍ରୁଜ୍ କ୍ଷେପଣାସ୍ତ୍ର ମାଡ କରିଛି। ରୁଷ୍‌ର ୪୩ଟି କ୍ଷେପଣାସ୍ତ୍ରକୁ ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମ୍ ନଷ୍ଟ କରିବାରେ ସଫଳ ହୋଇଛି। ରୁଷ୍ ଯେଉଁସବୁ କ୍ଷେପଣାସ୍ତ୍ର ମାଡ କରିଛି ସେଥି ମଧ୍ୟରେ ଜନଗହଳି ସ୍ଥାନ, ବିଶ୍ବବିଦ୍ୟାଳୟ, ପାର୍କ, ପର୍ଯ୍ୟଟନ ସ୍ଥଳରେ ରହିଛି। ରାଜଧାନୀ କିଭ୍‌ ବ୍ୟତୀତ ଲଭିଭ୍‌, ଟେ‌େର୍ଣ୍ଣାପିଲ, ଝୈଟୋମିର, ଡନିପ୍ରୋ, କ୍ରେମେନଚୁ୍କ, ଖାରକିଭ ଓ ଜାପୋରଜିଆରେ କ୍ଷେପଣାସ୍ତ୍ର ମାଡ ହୋଇଛି।
ରୁଷ୍‌ର ଆକ୍ରମଣ ପରେ ୟୁକ୍ରେନର ଅନେକ ସହରରେ ବିଦ୍ୟୁତ୍ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ରୁଷ୍‌ର ଆକ୍ରମଣରେ ଇଭାନୋ-ଫ୍ରାଙ୍କୋଭସ୍କ ଅଞ୍ଚଳରେ ଥିବା ବୁରଷ୍ଟିସ୍କା ଥର୍ମାଲ ପାୱାର ପ୍ଲାଣ୍ଟ ନଷ୍ଟ ହୋଇଯାଇଛି। ଏହି ପାୱାର ପ୍ଲାଣ୍ଟ ୟୁକ୍ରେନର ପାଶ୍ଚାତ୍ୟ ସହର ସହିତ ହଙ୍ଗେରୀ, ସ୍ଲୋଭାକିଆ ଓ ରୋମାନିଆକୁ ବିଦ୍ୟୁତ୍ ଯୋଗାଇଥାଏ। ରୁଷ୍‌ର ଆକ୍ରମଣରେ ୟୁକ୍ରେନର ଶକ୍ତି କ୍ଷେତ୍ର ବିଶେଷ ପ୍ରଭାବିତ ହୋଇଛି। ରୁଷ୍‌ର ଆକ୍ରମଣକୁ ନେଇ ଭାରତ ଉଦ୍‌ବେଗ ପ୍ରକାଶ କରିଛି। ୟୁରୋପୀୟ ୟୁନିୟନ ଏହାକୁ ନିନ୍ଦା କରିଛି। ଯୁଦ୍ଧରେ ସାଧାରଣ ଲୋକଙ୍କୁ ଆକ୍ରମଣ କରିବା ଅପରାଧ। ମଙ୍ଗଳବାର ଜି-୭ ରାଷ୍ଟ୍ରନେତା ଜେଲେନସ୍କିଙ୍କ ସହିତ ଜରୁରୀ କଥାବାର୍ତ୍ତା କରିବେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories