www.samajalive.in
Saturday, December 13, 2025
26.1 C
Bhubaneswar

ଭିଜିଲାନ୍ସ ଜାଲରେ ଆଉ ଜଣେ ବାବୁ; ଚାଲିଛି ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଉ ଜଣେ ବାବୁ । ସାଧାରଣ ଜନସ୍ୱାସ୍ଥ୍ୟ ଡିଭିଜନ-୧ର ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାନସଙ୍କ ଅଫିସ ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍‌ । ଭୁବନେଶ୍ୱରର କାର୍ଯ୍ୟାଳୟ, କଟକ, ଜଟଣୀ ଓ କୁଜଙ୍ଗରେ ଭିଜିଲାନ୍ସର ଟିମ୍‌ ତନାଘନା କରୁଥିବା ଜଣାପଡ଼ିଛି ।

କଟକ ସିଡିଏ ସେକ୍ଟର-୭ରେ ଥିବା ଏକ ତିନି ମହଲା ଘରେ ଭିଜିଲାନ୍ସ ଚଢ଼ାଉ କରୁଥିବା ବେଳେ କଟକର ସୋଲେପୁରରେ ଥିବା ଏକ ଘର ସହ ଚମ୍ପତି ପାଟଣାରେ ଥିବା ମାନସଙ୍କ ବନ୍ଧୁଙ୍କ ଘରେ ମଧ୍ୟ ଚଢ଼ାଉ କରୁଛି ଭିଜିଲାନ୍ସ । ସେହିପରି ଜଗତସିଂହପୁରର କୁଜଙ୍ଗରେ ମାନସଙ୍କ ସମ୍ପର୍କୀୟ ଘରେ ଭିଜିଲାନ୍ସ ଚଢ଼ାଉ କରୁଛି ।

- Advertisement -

ଏଥି ସହିତ ଜଟଣୀରେ ସାନସଙ୍କ ରହିଥିବା ଏକ ଫ୍ଲାଟରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରୁଥିବା ସୂଚନା ଦିଆଯାଇଛି । ଏହି ଚଢ଼ାଉରେ ୩ଜଣ ଡିଏସପି, ୧୧ଜଣ ଇନିସପେକ୍ଟର, ୨ଜଣ ସବଇନିସପେକ୍ଟର, ୫ଜଣ ଏଏସଆଇଙ୍କ ସମେତ ଓ ଅନ୍ୟାନ୍ୟ କର୍ମଚାରୀ ନିୟୋଜିତ ରହିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories