www.samajalive.in
Thursday, December 11, 2025
15.1 C
Bhubaneswar

‘ବିଦ୍ୟାର୍ଥୀମାନେ ଭଲମଣିଷ ହେବା କ୍ଷେତ୍ରରେ ଗୁରୁକୁଳ ସର୍ବଦା ପଥପ୍ରଦର୍ଶକ’

ବଡ଼ମ୍ବା :  ବଡ଼ମ୍ବା ମୋହନ ସୁବୁଦ୍ଧି ହାଇସ୍କୁଲ ପରିସରରେ ପୂଣ୍ୟଶ୍ଳୋକ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୫ତମ ଜୟନ୍ତୀ ପାଳନ ସହିତ ଏହି ଅବସରରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପୁରାତନ ଛାତ୍ର ଏବଂ ଅତିଥି ପ୍ରାକ୍ତନ ଗୁରୁକୁଳ ଉତ୍କଳର ଜନଗଣଙ୍କ ଦରଦି ବନ୍ଧୁ ଗୋପବନ୍ଧୁଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନପୂର୍ବକ ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବିଦ୍ୟାଳୟର ୧୯୮୧ ମସିହା ମାଟ୍ରିକ ବ୍ୟାଚ ଛାତ୍ରଙ୍କ ଆନୁକୂଲ୍ୟରେ ପୂଣ୍ୟାତ୍ମାଙ୍କ ଜୟନ୍ତୀରେ ପ୍ରଥମକରି ଅନୁଷ୍ଠିତ ଏଭଳି ଏକ କାର୍ଯ୍ୟକ୍ରମରେ ଗୁରୁ ପୂଜନ ସହିତ ନିଜର ପ୍ରିୟ ଶିକ୍ଷକଗଣଙ୍କୁ ଉତ୍ତରୀୟ ଏବଂ ଉପହାର ଦେଇ ଛାତ୍ର ତଥା ସେମାନଙ୍କ ପରିବାର ସଦସ୍ୟ ଗୁରୁପୂଜନ କରିଥିଲେ। ସଫଳତା ଅର୍ଜନ ସହିତ ବିଦ୍ୟାର୍ଥୀମାନେ ଭଲମଣିଷ ହେବା କ୍ଷେତ୍ରରେ ଗୁରୁକୁଳ ସର୍ବଦା ପଥପ୍ରଦର୍ଶକ ବୋଲି ଅନୁଷ୍ଠିତ ଉତ୍ସବରେ ମତପ୍ରକାଶ ପାଇଥିଲା।

ବିଦ୍ୟାଳୟର ପୁରାତନ ଛାତ୍ର ଇଂ.ସୁଶାନ୍ତକୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ତାଙ୍କର ଛାତ୍ରବନ୍ଧୁ ତଥା ପାରାଦ୍ୱୀପସ୍ଥିତ ଇଫକୋର ବିତ୍ତୀୟ ପରିଚାଳକ ସବ୍ୟସାଚୀ ପଟ୍ଟାନୟକ ସ୍ୱାଗତଭାଷଣ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ପୁରାତନ ଛାତ୍ରମଣ୍ଡଳୀ ସଭାପତି ଶ୍ରୀ ପଣ୍ଡାଙ୍କ କନ୍ୟା ଡାକ୍ତର ଚିନ୍ମୟୀ ପଣ୍ଡା ଏବଂ ସ୍ଥାନୀୟ କଳାତୀର୍ଥ ସଙ୍ଗୀତ ଅନୁଷ୍ଠାନର କଣ୍ଠଶିଳ୍ପୀ ସୁଶ୍ରୀସୁଦିପ୍ତା, ଶୁଭଲକ୍ଷ୍ମୀ ମହାନ୍ତି ଏବଂ ସୁଦେଷ୍ନା ସାହୁ ପ୍ରମୁଖ ଭକ୍ତିସଙ୍ଗୀତ ଓ ଗୁରୁବନ୍ଦନା ଗାନ କରିଥିଲେ। ସେହିଭଳି ଅନେକ ଛାତ୍ର ସେମାନଙ୍କ ଛାତ୍ର ଜୀବନର ସ୍ମୃତିଚାରଣ କରିବା ସହିତ ଜୀବନବ୍ୟାପି ଗୁରୁଶିଷ୍ୟ ସମ୍ପର୍କର ଗୁରୁତ୍ୱ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ମହାଦେବ ସାହୁ,ପଣ୍ଡିତ ଦୁର୍ଯ୍ୟୋଧନ ବେହେରା,ପଣ୍ଡିତ ଦାମୋଦର ଦଳେଇ,ଗୋପୀନାଥ ବେହେରା, ଗଦାଧର ଦାଶ, ଦୀନବନ୍ଧୁ ପୃଷ୍ଟି, ମଧୂସୁଦନ ଦଳେଇ, ମନମୋହନ ରାଉତ ପ୍ରମୁଖଙ୍କୁ ଛାତ୍ରସାଥୀ ତଥା ସେମାନଙ୍କ ପରିବାର ସଦସ୍ୟମାନେ ସମ୍ବର୍ଦ୍ଧିତ କରିବା ସହ ଶିକ୍ଷକମାନଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ। ସେହିଭଳି ଦିବଂଗତ ଶିକ୍ଷକଙ୍କ ଅମରଆତ୍ମା ଉଦେଶ୍ୟରେ ମଧ୍ୟ ନିରବ ପ୍ରାର୍ଥନା କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟତମ ବିଶିଷ୍ଟ ଅତିଥିଭାବେ ଯୋଗଦେଇଥିବା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ସୋମ୍ୟାଶ୍ରୀ ପଣ୍ଡାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରମୋଦକୁମାର ସାହୁ,ଶ୍ୟାମସୁନ୍ଦର ସ୍ୱାଇଁ,ରମେଶଚନ୍ଦ୍ର ମହାନ୍ତି,ଲକ୍ଷ୍ମୀଧର ମହାପାତ୍ର,ପ୍ରଶନ୍ନକୁମାର ପଟ୍ଟନାୟକ,ନିରୋଜକୁମାର ବେହେରା,ସନ୍ତୋଷକୁମାର ସାହୁ,ପ୍ରଦୀପକୁମାର ପଟ୍ଟନାୟକ ପ୍ରମୁଖ ଛାତ୍ରସାଥୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଅନ୍ୟତମ ଛାତ୍ରବନ୍ଧୁ ସନ୍ତୋଷକୁମାର ଦେବତା ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଛାତ୍ରବନ୍ଧୁଙ୍କ ସପରିବାର ଯୋଗଦେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories