www.samajalive.in
Monday, December 8, 2025
27.1 C
Bhubaneswar

ଗୋପବନ୍ଧୁଙ୍କ ଜୟନ୍ତୀରେ ଆର୍‍ଏସ୍‍ଏସ୍‍ ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର

ପିପିଲି: ପୂଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୫ତମ ଜୟନ୍ତୀ ପାଳନ ଅବସରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ପିପିଲି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରବିବାର ଏକ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବଂଶୀଧର ସାହୁ, ମାନସ କୁମାର ମହାପାତ୍ର, ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ନେତ୍ରାନନ୍ଦ ଜେନା, ଆଚାର୍ଯ୍ୟ ଲକ୍ଷ୍ମୀଧର ସାହୁ ପ୍ରମୁଖ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିବା ଅବସରରେ ଗୋପବନ୍ଧୁଙ୍କ ସ୍ମୃତିଚାରଣ କରିଥିଲେ। ଏଥିରେ ଭୁବନେଶ୍ୱର ସ୍ଥିତ ଆମ୍ରି ହସ୍‍ପିଟାଲ ର ପ୍ରଫେସର ଡାକ୍ତର ଶରତ କୁମାର ବେହେରା, କିମ୍‍ସ ହସ୍‍ପିଟାଲର ଡାକ୍ତର ପ୍ରେମଜ୍ୟୋତି ବରାଳ, ହାଇଟେକ୍‍ ଡେଣ୍ଟାଲ କଲେଜ ଓ ହସ୍‍ପିଟାଲର ଡାକ୍ତର ଇଫ୍‍ତିଖର ଡାନିସ, ଡାକ୍ତର ଅଭିଜିତ ଖାଡଙ୍ଗ, ଡାକ୍ତର ଐଶ୍ଵର୍ଯ୍ୟା ମିଶ୍ର, ଡାକ୍ତର ଅଙ୍କିତା ଦାସ, ଡାକ୍ତର ଆକାଂକ୍ଷା ସାମନ୍ତରାୟ, ଡାକ୍ତର ଆକାଂକ୍ଷା ସାହୁ ପ୍ରମୁଖ ଯୋଗଦେଇ ୨ଶହରୁ ଉର୍ଦ୍ଧ ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କୁ ଔଷଧ ପ୍ରଦାନ କରିଥିଲେ। ଏହି ଶିବିରକୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଗଙ୍ଗାଧର ନାୟକ, ଓମ୍‍କାର ନାୟକ, ପ୍ରଦୀପ ଘଡେଇ, ସଞ୍ଜୀବ ସେଠୀ, ସୁଜିତ ବାରିକ, ଅଭିଜିତ ବେହେରା, କାର୍ତ୍ତିକେଶ୍ୱର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories