www.samajalive.in
Friday, December 5, 2025
20.1 C
Bhubaneswar

ପ୍ରଥମ ନୀଳକଣ୍ଠେଶ୍ୱର ମହୋତ୍ସବ ଉଦ୍‍ଘାଟିତ

ପିପିଲି: ପବିତ୍ର କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ଅବସରରେ ମା’ ଯୋଗମାୟା ଯୁବକ ସଂଘ ପକ୍ଷରୁ ପିପିଲି ନିକଟବର୍ତ୍ତି ଭାରତୀପୁର ଠାରେ ପ୍ରଥମ ନୀଳକଣ୍ଠେଶ୍ୱର ମହୋତ୍ସବ-୨୦୨୨ ସମାରୋହରେ ଉଦ୍‍ଘାଟିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ସମାଜସେବୀ, କଳାକାର ଓ କୃତି ପ୍ରତିଭା ମାନଙ୍କୁ ସଂବର୍ଦ୍ଧିତ କରାଯାଇଥିଲା।

ମା’ ଯୋଗମାୟା ଯୁବକ ସଂଘର ସଭାପତି ପ୍ରମୋଦ କୁମାର ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ରାଜ୍ୟସଭା ସାଂସଦ ସୁଲତା ଦେଓ, ମୁଖ୍ୟବକ୍ତା ଭାବେ ବିଧାୟକ ରୁଦ୍ରପ୍ରତାପ ମହାରଥୀ, ସମ୍ମାନିତ ଅତିଥି ଭାବେ ସମାଜସେବୀ ଜାଗୃତି ପଣ୍ଡା ମହାରଥୀ, ପିପିଲି ବ୍ଲକ ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ, ପିପିଲି ଏନ୍‍ଏସି ଅଧ୍ୟକ୍ଷ ସେକ୍‍ ବାବୁ ପ୍ରମୁଖ ଯୋଗଦେଇ ପିପିଲିର ଏ୍ୟ÷ତିହ୍ୟ ଓ ସଂସ୍କୃତି ସଂପର୍କରେ ଆଲୋକପାତ କରିବା ସହ ମହୋତ୍ସବ ମାଧ୍ୟମରେ ଅଞ୍ଚଳର କଳା, ସଂସ୍କୃତି ଓ ଭାଇଚାରା ଉଜ୍ଜିବିତ ହୁଏ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ଅଞ୍ଚଳର କେତେକ ପ୍ରଶାସନିକ ଅଧିକାରୀ, ସମାଜସେବୀ, କଳାକାର ଓ କୃତି ପ୍ରତିଭା ମାନଙ୍କୁ ସଂବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ରାକେଶ ରୋଶନ ମହାନ୍ତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ପରେ ବରଗଡ଼, କଳାହାଣ୍ଡି, ଖୋର୍ଦ୍ଧା, ପୁରୀ ଓ ପିପିଲିର ବିଭିନ୍ନ ସାଂସ୍କୃତିକ ଦଳ ପକ୍ଷରୁ ଚିତ୍ତାକର୍ଷକ ଓଡିଶୀ, ସମ୍ବଲପୁରୀ, ଘୁମୁରା, ପାଇକ ନୃତ୍ୟ ଆଦି ପରିବେଷଣ କରାଯାଇଥିଲା। ଯାହାକୁ ଲୋକେ ମନଭରି ଉପଭୋଗ କରିଥିଲେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories