www.samajalive.in
Wednesday, November 19, 2025
29.1 C
Bhubaneswar

ସେବା, ତ୍ୟାଗ ଏବଂ ସଂଗ୍ରାମର ପ୍ରତୀକ ଉତ୍କଳମଣି ଗୋପବନ୍ଧୁ

ରେଙ୍ଗାଲି: ପୁଣ୍ୟତ୍ମା ଉତ୍କଳମଣି ଗୋପବନ୍ଧୁ ତାଙ୍କ ସ୍ୱଳ୍ପ ଜୀବନ କାଳ ମଧ୍ୟରେ ଯେଉଁ ସେବା, ତ୍ୟାଗ ଏବଂ ସଂଗ୍ରାମର ଆଦର୍ଶ ପ୍ରତିଷ୍ଠା କରିଯାଇଛନ୍ତି ତାହାର ପଟାନ୍ତର ନାହିଁ। ସମଗ୍ର ଜୀବନକୁ ନିର୍ଭିକତାର ସହିତ ଜନସେବାରେ ଉତ୍ସର୍ଗ କରି ଦୀନ, ହୀନ ଦୁଃଖୀ, ରଙ୍କି, ବନ୍ୟାକ୍ଲୀଷ୍ଟ, ରୋଗଗ୍ରସ୍ତ, ପୀଡିତ, ନିଷ୍ପେସିତ ବର୍ଗର ସେବାରେ ନିଜକୁ ନିୟୋଜିତ କରି ସେବା ଓ ସଂଗ୍ରାମର ମୂର୍ତ୍ତିମନ୍ତ ବିଗ୍ରହ ଗୋପବନ୍ଧୁଙ୍କ ଆଚରଣ ଓ ଉଚ୍ଚାରଣ ସମାନ ଥିଲା। ବହୁମୁଖୀ ପ୍ରତିଭାର ଅଧିକାରୀ ଗୋପବନ୍ଧୂ ନିଃସ୍ୱାର୍ଥ ସେବା ଏବଂ ସଂଗ୍ରାମର ବାର୍ତ୍ତାବହ ତାଙ୍କ ଆଦର୍ଶ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ଆଜି ରେଙ୍ଗାଲି ଠାରେ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଆୟୋଜିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୫ତମ ଜୟନ୍ତି ଅବସରରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।

ପରିଷଦର ସଭାପତି ବସନ୍ତ କୁମାର ନାଏକଙ୍କ ସଭାପତିତ୍ୱ ଏବଂ ସମ୍ପାଦକ ଅନ୍ତର୍ଯାମୀ ପାଣିଙ୍କ ସଂଯୋଜନାରେ ପରିଚାଳିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୋପବନ୍ଧୁଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରାଯାଇ ଧୁପ,ଦୀପ ପ୍ରଜ୍ୱଳନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯଇଥିଲା। ପୂର୍ବତନ ବିଧାୟକ ଦୁର୍ଯୋଧନ ଗଡ଼଼ିର୍ଆ, ଆଇନ୍‍ଜୀବି ବୃନ୍ଦାବନ ସାହୁ, ଅବସରପ୍ରାପ୍ତ ବି.ଆର୍‍.ସି.ସି ବିନୋଦବିହାରୀ ନନ୍ଦ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପୀତବାସ ତଣ୍ଡକାର, ସାମ୍ବାଦିକ ହରିହର ନାଥ ଉତ୍କଳମଣିଙ୍କ ସେବା, ତ୍ୟାଗ, ସ୍ୱାଧୀନତା ସଂଗ୍ରାମରେ ତାଙ୍କର ନେତୃତ୍ୱ, ନିର୍ଭିର୍କ ଓ ସତ୍ୟନିଷ୍ଟ ସାମ୍ବାଦିକତା, ସ୍ୱତନ୍ତ ଓଡ଼ିଶା ପ୍ରଦେଶ ଗଠନ ଏବଂ ଓଡିଆ ଭାଷା ତଥା ଶିକ୍ଷାର ଉନ୍ନତି ଦିଗରେ ତାଙ୍କର ଉଲ୍ଲେଖନୀୟ ଅବଦାନର ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ପରିଷଦ ପକ୍ଷରୁ ଗୋପବନ୍ଧୁଙ୍କ ପ୍ରତିଷ୍ଠିତ ଦୈନିକ ସମାଜ ଖବରକାଗଜରେ ଦୀର୍ଘ ବର୍ଷ ଧରି ଜଡିତ ଥିବା ରେଙ୍ଗାଲି ବ୍ଲକ ସମ୍ବାଦଦାତା ହରିହର ନାଥଙ୍କୁ ଅଙ୍ଗବସ୍ତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯିବା ସହିିତ ତ୍ରିଲୋଚନ ବେରିହାଙ୍କ ରଚିତ ମା ସମଲେଇ ରଖ୍‍ ସମଲେଇ ପୁସ୍ତକ ଉପହାର ପ୍ରଦାନ କରାଯାଇଥିଲା। ଶେଷରେ ପରିଷଦର ସହ-ସମ୍ପାଦକ ସୁବନଚାନ୍ଦ୍‍ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉଦୟଚନ୍ଦ୍ର ସାହୁ, କିଶୋର କୁମାର ସାହୁ, ରାଜାରାମ ମାହାଣା, ସୁବାଷ ସିଂ, ତ୍ରିଲୋଚନ ବେରିହା, ବିରଞ୍ଚି ବିଶ୍ୱାଲ, ସାଲେଗ୍ରାମ ସାହୁ, ବେଣୁଧର ମେହେର, ସ୍ୱାଧିନ ଏକତା ସଙ୍ଗଠନର କର୍ମକର୍ତ୍ତା ପଦ୍ମନାଭ ଭୋଇ, ଶରତ ସାହୁ ପ୍ରମୁଖ ଅଂଶ ଗ୍ରହଣ କରି ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Hot this week

ସାପ କାମୁଡା ମୃତ୍ୟୁ ପାଇଁ ୧୦ ଲକ୍ଷ !

ଭୁବନେଶ୍ଵର: ସାପ କାମୁଡା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି ୧୦ ଲକ୍ଷକୁ...

ମାରି​ଦେଲା ଚିପ୍ସ ପ୍ୟାକେଟ୍ ଖେଳନା

ବାଲିଗୁଡ଼ା: ଏମିତି ବି ଆସେ ମୃତ୍ୟୁ। ବାଲିଗୁଡା ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ...

ଶୀତ ଦିନେ ଗୁଡ ଖାଇଲେ ମିଳିବ ଅନେକ ଫାଇଦା

ସମାଜ ଲାଇଭ ଡ଼େସ୍କ : ଶୀତଦିନ ଆସିବା ସହିତ ଗୁଡ଼ ବଜାରରେ...

ଯୁବତୀଙ୍କୁ ପ୍ରେମ ପ୍ରତାରଣା; ବନ୍ଧା ହେଲେ ଏୟାର ଫୋର୍ସର ଯବାନ

ଭୁବନେଶ୍ବର: ମହଙ୍ଗା ପଡିଲା ଲଭ୍‌, ସେକ୍ସ ଆଉ ଧୋକା। ଯୁବତୀଙ୍କ ସହ...

ବିଷାକ୍ତ ପାଉଁଶ ବୋଝଇ ଟ୍ରକ ଦୁର୍ଘଟଣାରେ ବାବାଙ୍କ ମୃତ୍ୟୁ

ରେଢ଼ାଖୋଲ: ୫୫ ନଂ ଜାତୀୟ ରାଜପଥ ରେଢ଼ାଖୋଲ ଡାକ୍ତରଖାନା ଛକ ନିକଟରେ...

Related Articles

Popular Categories