ପିପିଲି: ପୂଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୫ତମ ଜୟନ୍ତୀ ପାଳନ ଅବସରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ପିପିଲି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରବିବାର ଏକ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବଂଶୀଧର ସାହୁ, ମାନସ କୁମାର ମହାପାତ୍ର, ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ନେତ୍ରାନନ୍ଦ ଜେନା, ଆଚାର୍ଯ୍ୟ ଲକ୍ଷ୍ମୀଧର ସାହୁ ପ୍ରମୁଖ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ଅବସରରେ ଗୋପବନ୍ଧୁଙ୍କ ସ୍ମୃତିଚାରଣ କରିଥିଲେ। ଏଥିରେ ଭୁବନେଶ୍ୱର ସ୍ଥିତ ଆମ୍ରି ହସ୍ପିଟାଲ ର ପ୍ରଫେସର ଡାକ୍ତର ଶରତ କୁମାର ବେହେରା, କିମ୍ସ ହସ୍ପିଟାଲର ଡାକ୍ତର ପ୍ରେମଜ୍ୟୋତି ବରାଳ, ହାଇଟେକ୍ ଡେଣ୍ଟାଲ କଲେଜ ଓ ହସ୍ପିଟାଲର ଡାକ୍ତର ଇଫ୍ତିଖର ଡାନିସ, ଡାକ୍ତର ଅଭିଜିତ ଖାଡଙ୍ଗ, ଡାକ୍ତର ଐଶ୍ଵର୍ଯ୍ୟା ମିଶ୍ର, ଡାକ୍ତର ଅଙ୍କିତା ଦାସ, ଡାକ୍ତର ଆକାଂକ୍ଷା ସାମନ୍ତରାୟ, ଡାକ୍ତର ଆକାଂକ୍ଷା ସାହୁ ପ୍ରମୁଖ ଯୋଗଦେଇ ୨ଶହରୁ ଉର୍ଦ୍ଧ ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କୁ ଔଷଧ ପ୍ରଦାନ କରିଥିଲେ। ଏହି ଶିବିରକୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଗଙ୍ଗାଧର ନାୟକ, ଓମ୍କାର ନାୟକ, ପ୍ରଦୀପ ଘଡେଇ, ସଞ୍ଜୀବ ସେଠୀ, ସୁଜିତ ବାରିକ, ଅଭିଜିତ ବେହେରା, କାର୍ତ୍ତିକେଶ୍ୱର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।
Popular Categories



