ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ ଏପିଓ

ବଲାଙ୍ଗିର: ବଲାଙ୍ଗିର ଜିଲା ମୁରିବାହାଲ ବ୍ଲକ ଏପିଓ ସୁଶାନ୍ତ କୁମାର ଦାସ ପୋଖରୀ ମରାମତି କାମରେ ୪୫ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ବରଗଡ ଭିଜିଲାନ୍ସ ଗିରଫ କରିଛି। ସୂଚନା ଅନୁସାରେ, ଶୁକ୍ରବାର ବରଗଡ ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦ ଓ ସହଯୋଗୀମାନେ ମୁରିବାହାଲ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ମୁରିବାହାଲ ବ୍ଲକ ପତ୍ରାପାଲି (ଖ )ଗାଁ ସାଥି ସୁଦାମ ନାଗ ପୋଖରୀ ମରାମତି କାମର ବିଲ ପାସ କରିବା ପାଇଁ ୪୫ ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ଅଧିକାରୀ ଟଙ୍କା ସହ ଧରିଥିଲେ। ବଙ୍ଗୋମୁଣ୍ଡା ଅଞ୍ଚଳରେ ଥିବା ଘର, ଅଫିସରେ ଭିଜିଲାନ୍ସ ଛାନବିନ ଜାରି ରଖିଛି।

Comments are closed.