www.samajalive.in
Saturday, December 6, 2025
19.1 C
Bhubaneswar

ସହିଦ ବାଜି ରାଉତଙ୍କ ଜୟନ୍ତୀଠାରୁ ପୁଣ୍ୟ ତିଥି ଯାଏ ଆପର ଜନ ସମ୍ପର୍କ ଯାତ୍ରା   

କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡର ଭୁବନ ବ୍ଲକ ନୀଳକଣ୍ଠପୁର ସ୍ଥିତ ଭାରତର ସର୍ବ କନିଷ୍ଠ ସହିଦ ବାଜି ରାଉତଙ୍କ ଜନ୍ମମାଟିରେ ଭ୍ରଷ୍ଟାଚାର ବିରୋଧ ସପ୍ତାହ ଭାବରେ ପାଳନ କରିବା ଉଦ୍ଦେଶ୍ୟରେ ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ଏକ ଜନ ସମ୍ପର୍କ ଯାତ୍ରା ଆରମ୍ଭ ହୋଇଛି l ଏକ ଗାଡ଼ିର ଚତୁର୍ପାଶ୍ୱରେ ଆପର ଦିଲ୍ଲୀ ମଡେଲକୁ ଲିପିବଦ୍ଧ କରି ଜିଲ୍ଲାର ପ୍ରତ୍ୟେକ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ କରାଯାଇଛି l ଏହାର ପ୍ରଥମ ଦିବସରେ  ବାଜିରାଉତଙ୍କ ଗ୍ରାମର ବରିଷ୍ଠ ସଦସ୍ୟ କାହ୍ନୁଚରଣ ମଲିକ ସହିଦ ବାଜିରାଉତଙ୍କ ସ୍ମୁତି ଚାରଣ କରି ଆଖିରୁ ଦୁଇ ଧାର ଲୁହ ଗଡ଼ାଇ ଥିଲେ l

ଆପର ଜିଲ୍ଲା ଆବାହକ ପଙ୍କଜ ନାୟକ, ଉପସଭାପତି ପର୍ଶୁରାମ ମହାଭୋଇ, ସମ୍ପାଦକ ବିଷ୍ଣୁପ୍ରସାଦ ପଣ୍ଡା, ପର୍ଜଙ୍ଗ ବ୍ଲକ ସଭାପତି ପ୍ରକାଶ ବିଶ୍ୱାଳ, ଇଂ ପିତାମ୍ବର ଦାସ ପ୍ରମୁଖ ଯୋଗଦେଇ ସହିଦଙ୍କ ସ୍ମୃତି ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏହି ଜନ ସମ୍ପର୍କ ଯାତ୍ରାର ଶୁଭାରମ୍ଭ କରିଥିଲେ l ଯାତ୍ରାର ସଂଯୋଜକ ଭାବେ ମିଡ଼ିଆ ପ୍ରଭାରୀ ଜିତେନ୍ଦ୍ର ବେହେରା ଓ ଯୁବ ଉପସଭାପତି ବିଭୁତି ପ୍ରଧାନଙ୍କ ସହିତ ଅନିଲ ସାମଲ, ଚୈତନ୍ୟ ମହାରଣା, ମଧୁସୂଦନ ମଲିକ, କୃଷ୍ଣଚନ୍ଦ୍ର ମିଶ୍ର, ନିରାକାର ସାହୁ, ପ୍ରହ୍ଲାଦ ସାହୁ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇଛନ୍ତି l ଚଳିତ ମାସ ୫ ତାରିଖରୁ ସହିତ ବାଜିରାଉତଙ୍କ ପୁଣ୍ୟ ତିଥି ୧୧ ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳର ସମସ୍ତ ପଞ୍ଚାୟତରେ ଏହି ଯାତ୍ରା ପହଞ୍ଚିବ l

- Advertisement -

ବାଜିରାଉତଙ୍କ ପୁଣ୍ୟ ତିଥିରେ  ଆସନ୍ତା ଢେଙ୍କାନାଳ ସହରର ବାଜିଚୌକ ସ୍ଥିତ ଶହୀଦ ସ୍ତମ୍ଭ ଠାରେ ଉଦଯାପନୀ ସମାରୋହ ପାଳନ କରାଯିବାର କାର୍ଯ୍ୟକ୍ରମ ରହିଛି । ଦୁର୍ନୀତି ଓ ଭ୍ରଷ୍ଟାଚାରର ମୁଳୋତ୍ପାଟନ କରି ନୂତନ ଓଡିଶା ଗଢିବାପାଇଁ ଦଳରେ ଯୋଗଦାନ କରିବା ଓ ଯାତ୍ରାକୁ ସଫଳ କରିବାପାଇଁ ଜିଲ୍ଲା ଆବାହକ ଶ୍ରୀ ନାୟକ ଜିଲ୍ଲାର ସମସ୍ତ ଜନସାଧାରଣ ମାନଙ୍କୁ ଅନୁରୋଧ କରିଛନ୍ତି ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories