www.samajalive.in
Thursday, December 11, 2025
14.1 C
Bhubaneswar

ରାଷ୍ଟ୍ରପତିଙ୍କ ଗାଁ ପାହାଡ଼ପୁରରେ ଅସ୍ଥାୟୀ ୫-ଜି ସେବା ; ଛାତ୍ରଛାତ୍ରୀଙ୍କୁ ମିଳିଲା ପ୍ରତ୍ୟକ୍ଷ ଅନୁଭୂତି

ବାଦାମପାହାଡ :  ଓଡ଼ିଶାର ମୟୂରଭଞ୍ଜ ଜିଲାରେ ଥିବା ଦୁର୍ଗମ ଅଞ୍ଚଳ ତଥା ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗ୍ରାମ ପାହାଡପୁରର ଏସ୍ଏଲ୍ଏସ୍ ମେମୋରିଆଲ ଆବାସିକ ବିଦ୍ୟାଳୟରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ତେବାସୀଙ୍କ ପାଇଁ ଶନିବାର ଥିଲା ଏକ ସ୍ମରଣୀୟ ଦିନ। ସେମାନେ ପାଇଥିଲେ ଅନନ୍ୟ ଅନୁଭୂତି। ସେମାନେ ଜିଓର ଟ୍ରୁ-୫ଜି ନେଟୱାର୍କ ଦ୍ୱାରା ପରିଚାଳିତ ଶିକ୍ଷା ସମ୍ବନ୍ଧୀୟ ଏକ ସ୍ୱତନ୍ତ୍ର ଲାଇଭ୍‌ ପ୍ରଦର୍ଶନ ଅଧିବେଶନରେ ଅଂଶଗ୍ରହଣ କରିଛନ୍ତି। ପାହାଡ଼ପୁରର ଏସ୍ଏଲ୍ଏସ୍ ମେମୋରିଆଲ ଆବାସିକ ବିଦ୍ୟାଳୟ ଓଡ଼ିଶାର ପ୍ରଥମ ସ୍ଥାନ ତଥା ପ୍ରଥମ ବିଦ୍ୟାଳୟ ଭାବେ ହାଇ ସ୍ପିଡ ୫ଜି ପ୍ରଯୁକ୍ତିର ରୂପାନ୍ତରଣ ଅନୁଭୂତି ହାସଲ କରିଛି ଏବଂ ଶିକ୍ଷା କ୍ଷେତ୍ରରେ ସଫଳ ଲାଇଭ୍‌ ୫ଜି ପ୍ରୟୋଗ ପ୍ରଦର୍ଶନରେ ଅଂଶ ଗ୍ରହଣ କରି ନୂତନ ଇତିହାସ ସୃଷ୍ଟି କରିଛି। ଜିଓ ୫ଜି ନେଟୱାର୍କ ଜରିଆରେ ଛାତ୍ରଛାତ୍ରୀ ମୁମ୍ବଇର ଧୀରୁଭାଇ ଆମ୍ବାନି ଇଣ୍ଟରନ୍ୟାସନାଲ ସ୍କୁଲ ଦ୍ୱାରା ପରିଚାଳିତ ଏକ ଲାଇଭ୍‌ ପାଠପଢା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏଥି ସହିତ ନୂଆଦିଲ୍ଲୀରେ ଶନିବାରଠାରୁ ଆରମ୍ଭ ହୋଇଥିବା ଇଣ୍ଡିଆ ମୋବାଇଲ୍ କଂଗ୍ରେସ ପରିସରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟ ଅତିଥିଙ୍କ ସହ ଛାତ୍ରଛାତ୍ରୀମାନେ ଜିଓ ୫ଜି ନେଟୱାର୍କ ଜରିଆରେ ଯୋଡ଼ି ହୋଇଥିଲେ। ଭାରତ ସରକାରଙ୍କ ଦୂରସଂଚାର ବିଭାଗର ଡି ଡି ଜି ବିଜୟ କୁମାର ନାୟକ, ରିଲାଏନ୍ସ ଜିଓର ଓଡିଶା ମୁଖ୍ୟ ପ୍ରଦୀପ ରାଉତ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜନ୍ମେଜୟ ଗିରି, ଯଶିପୁର ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ, ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, କୁସୁମୀ ତହସିଲଦାର ଶିବପ୍ରସାଦ ମୁର୍ମୁ, ବିଡିଓ ଲକ୍ଷ୍ମଣ ସୋରେନ, ବାଦାମପାହାଡ ଥାନା ଅଧିକାରୀ ଅୟସକାନ୍ତ ଜେନା , ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଐତିହାସିକ ମୁହୂର୍ତ୍ତକୁ ଦେଖିଥିଲେ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆର୍ ଆଇ ଏଲ୍) ର ୪୫ ତମ ବାର୍ଷିକ ସାଧାରଣ ଅଧିବେଶନକୁ ସମ୍ବୋଧିତ କରି କଂପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଆମ୍ବାନୀ କହିଥିଲେ ଯେ ଜିଓ ୫ଜି ସହିତ ରିଲାଏନ୍ସ ପ୍ରତ୍ୟେକଙ୍କୁ, ପ୍ରତିସ୍ଥାନକୁ, ସବୁ ଠାରୁ ଉଚ୍ଚମାନ ଏବଂ ସବୁଠାରୁ ସୁଲଭ ମୂଲ୍ୟରେ ଡାଟା ସହ ଯୋଡିବ। ଜିଓ ୫ଜି ବିଶ୍ୱର ସର୍ବବୃହତ ଓ ସବୁଠୁ ଉନ୍ନତ ୫ଜି ନେଟୱାର୍କ ହେ। ୨୦୨୩ ଡିସେମ୍ବର ସୁଦ୍ଧା ଦେଶର ପ୍ରତିଟି ସହର, ପ୍ରତି ତହସିଲକୁ ଏହାର ଟ୍ରୁ-୫ଜି ସେବା ପ୍ରଦାନ କରିବ। ଦୀପାବଳୀ ସୁଦ୍ଧା ଜିଓ ପକ୍ଷରୁ ଦିଲ୍ଲୀ, ମୁମ୍ବଇ, କଲକାତା ଓ ଚେନ୍ନଇ ଭଳି ମେଟ୍ରୋ ସହର ସମେତ ବହୁ ପ୍ରମୁଖ ସହରରେ ଜିଓ ଟ୍ରୁ-୫ଜି ସେବା ଆରମ୍ଭ ହେବା ସହ ଏହା ପରେ ପ୍ରତି ମାସରେ ଜିଓ ୫ଜିର ଉପସ୍ଥିତିକୁ ବଢାଇବା ଯୋଜନା ରହିଛି ବୋଲି ସେ କହିଥିଲେ। ସର୍ବଭାରତୀୟ ସ୍ତରରେ ଫାଇବର ଉପସ୍ଥିତି, ସମ୍ପୂର୍ଣ୍ଣ ଆଇପି ନେଟୱାର୍କ ସହିତ ଭିତ୍ତିଭୂମି, ସ୍ୱଦେଶୀ ୫ଜି ଷ୍ଟାକ୍ ଏବଂ ପ୍ରଯୁକ୍ତି ବ୍ୟବସ୍ଥାରେ ଦୃଢ ବିଶ୍ୱସ୍ତରୀୟ ସହଯୋଗିତା ଯୋଗୁ ଅଳ୍ପ ସମୟ ଭିତରେ ୫ଜି ଶୁଭାରମ୍ଭ କରିବା ଲାଗି ଜିଓ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories