www.samajalive.in
Saturday, December 13, 2025
21.1 C
Bhubaneswar

ନିଜିଗଡ଼ କାଳୀପୂଜା ପାଇଁ ପ୍ରସ୍ତୁତି ବୈଠକ

ତିଗିରିଆ : ତିଗିରିଆ ନିଜିଗଡ଼ର ପ୍ରସିଦ୍ଧ କାଳୀପୂଜା ପାଇଁ ଶାନ୍ତି କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ନିଜିଗଡ଼ ପଞ୍ଚାୟତ କାର୍ଯ୍ୟାଳୟରେ ଶନିବାର ଅନୁଷ୍ଠିତ ହୋଇ ଯାଇଛି । ଶାନ୍ତି କମିଟି ସଭାପତି ପ୍ରଣବ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ସଭ୍ୟ ତଥା ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ଉପସ୍ଥିତ ରହି ଚଳିତ ବର୍ଷ କାଳୀପୂଜାକୁ କିଭଳି ଭାବେ ସରସସୁନ୍ଦର ଏବଂ ଜାକଜମକରେ ପାଳନ କରାଯିବ ସେନେଇ ଆଲୋଚନା କରି ବିଭିନ୍ନ ନିଷ୍ପତ୍ତି ଗ୍ରହଣ କରିଛନ୍ତି। କାଳୀପୂଜା ଅକ୍ଟୋର ୨୪ତାରିଖରେ ଆରମ୍ଭ ହୋଇ ନଭେମ୍ବର ୨ତାରିଖରେ ସାମୁହିକ ଭସାଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି। ଦଶହରା ପରେ ପ୍ରଶାସନକୁ ନେଇ ଏକ ପ୍ରସ୍ତୁତି ବୈଠକ ହେବ ବୋଲି ନିଷ୍ପତ୍ତି ହୋଇଥିଲା । ଏହି ପ୍ରସ୍ତୁତି ବୈଠକରେ ଶାନ୍ତି କମିଟି ଉପଦେଷ୍ଠା ପୂର୍ବତନ ସାଂସଦ ସୁବାସ ମହାନ୍ତି, ସମ୍ପାଦକ ଗିରିଜା ପ୍ରସାଦ ପଟ୍ଟନାୟକ, ସଭ୍ୟ ବିକ୍ରମ କେଶରୀ ଦାଶ, ସୁଶୀଳ କୁମାର ନନ୍ଦ, ଲୁଟୁ ଗୁରୁ, ରମେଶ ଚନ୍ଦ୍ର ପଣ୍ଡା, ଆଇନଜୀବୀ ମଙ୍ଗଳକୃଷ୍ଣ ଦାସ, ନିଜିଗଡ଼ ସରପଞ୍ଚଙ୍କ ପ୍ରତିନିଧି ରାଜା ଆଦିତ୍ୟ ପ୍ରସାଦ ମହାନ୍ତି ଓ ୧୮ ଗୋଟି ପୂଜା କମିଟିର କର୍ମକର୍ତ୍ତା ଯୋଗଦେଇ ଆଲୋଚନା କରିଥିଲେ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories